Posted inଖେଳ

ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ବାସେଟେରୀ,୧ା୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆଜି ଖେଳାଯିବ। ଏହି ମୁକାବିଲାରେ ନିଜ ବିଜୟଧାରା ଅବ୍ୟାହତ ରଖିବା ଲାଗି ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ପ୍ରଥମ ମୁକାବିଲାକୁ ଜିତି ନେଇଥିଲା ଭାରତ। ଏହି ମ୍ୟାଚ୍‌ରେ ଭାରତର ଅଲ୍‌ରାଉଣ୍ଡ ପ୍ରଦର୍ଶନ ବ୍ୟତୀତ ରୋହିତ ଶର୍ମାଙ୍କ ବୋଲିଂ ପରିବର୍ତ୍ତନ ଓ କ୍ୟାପଟେନ୍ସି ଚମତ୍କାର ରହିଥିଲା। ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଓପ୍‌ନର ଭାବେ ଖେଳିଥିବା ବେଳେ ଏହା ଭାରତର ସପ୍ତମ ଓପ୍‌ନିଙ୍ଗ କମ୍ବିନେଶନ। ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ଏଭଳି ବ୍ୟାଟିଂକ୍ରମ ପରିବର୍ତ୍ତନକୁ ଅନେକ ପୂର୍ବତନ ଖେଳାଳି ମଧ୍ୟ ସମାଲୋଚନା କରିଛନ୍ତି। ତେବେ ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ନିଜର ଶ୍ରେଷ୍ଠ ଏକାଦଶ ଚୟନ ଲକ୍ଷ୍ୟରେ ରହିଛି। ସେହିପରି ଅର୍ଶଦୀପ ସିଂଙ୍କ ରୂପରେ ଭାରତ ଜଣେ ବାମହାତୀ ପେସ୍‌ ବୋଲର ପାଇଛି। ୨୩ ବର୍ଷୀୟ ଏହି ପଞ୍ଜାବ ପେସର ପ୍ରଥମ ମ୍ୟାଚରେ ନିଜ ବୋଲିଂ ଜରିଆରେ ଛାପ ଛାଡ଼ିବାରେ ସମର୍ଥ ହୋଇଥିଲେ।
ବ୍ୟାଟିଂରେ ରୋହିତ ଶର୍ମା ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଶେଷଭାଗରେ ଦୀନେଶ କାର୍ତ୍ତିକଙ୍କ ବ୍ୟାଟିଂ ମ୍ୟାଚର ଫଳାଫଳକୁ ପ୍ରଭାବିତ କରିଥିଲା। ଭାରତୀୟ ଦଳର ଫିନିଶର ଭାବେ ରହିଥିବା ଏହି ୩୭ ବର୍ଷୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଭାରତ ୩ ସ୍ପିନରଙ୍କ ସହିତ ପଡ଼ିଆକୁ ଓହ୍ଲାଇଥିବା ବେଳେ ଅଶ୍ୱିନ-ବିଷ୍ଣୋଇଙ୍କ ଜାଲରେ ଫସିଯାଇଥିଲା ଘରୋଇ ଦଳ। ଉଭୟ ଦୁଇଟି ଲେଖାଏ ଉଇକେଟ ନେବା ସହିତ ପ୍ରଭାବୀ ବୋଲିଂ କରିଥିଲେ।
ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଦିନିକିଆ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଟସ୍‌ ୭.୩୦ ପଡିବ। ସୋନି ସ୍ପୋର୍ଟସ ନେଟୱାର୍କ – ସୋନି ସିକ୍ସ ଏବଂ ସୋନି ସିକ୍ସ ଏଚ୍‌ଡିରେ ଏହି ମ୍ୟାଚ୍‌ ପ୍ରସାରିତ ହେବ। ଏହାସହ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ ସୋନି ଲିଭରେ ଉପଲବ୍ଧ ହେବ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ୍‌, ଶ୍ରେୟାସ୍‌ ଆୟାର, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ୍‌ ପାଣ୍ଡ୍ୟା,ରିଷଭ ପନ୍ତ, କେ.ଏଲ୍‌. ରାହୁଲ, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଆର. ଅଶ୍ୱିନ୍‌, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଆଭେଶ୍‌ ଖାନ୍‌, ହର୍ଷଲ ପଟେଲ, ରବି ବିଷ୍ଣୋଇ, ଅକ୍ଷର ପଟେଲ, ଅର୍ଶଦୀପ ସିଂ।
ଓ୍ବେଷ୍ଟଇଣ୍ଡିଜ ଦଳ: ନିକୋଲାସ୍‌ ପୁରନ୍‌(ଅଧିନାୟକ), ରୋଭମାନ ପାଓ୍ବେଲ, ଶମାରା ବ୍ରୁକ୍‌ସ,ଡୋମିନିକ୍‌ ଡ୍ରେକ୍‌ସ, ଶିମରନ୍‌ ହେଟମେୟର, ଜାସନ୍‌ ହୋଲ୍ଡର, ଅକିଲ୍‌ ହୋସେନ୍‌, ଆଲଜାରି ଯୋଶେଫ୍‌, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଓବେଡ ମ୍ୟାକୟ, କିମୋ ପଲ୍‌, ରୋମାରିଓ ଶେଫର୍ଡ, ଓଡ଼ିନ ସ୍ମିଥ୍‌, ଡେଭନ୍‌ ଥୋମାସ୍‌ ଓ ହେଡନ୍‌ ଓ୍ବାଲ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?