Posted inଖେଳ

ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ବାସେଟେରୀ,୧ା୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆଜି ଖେଳାଯିବ। ଏହି ମୁକାବିଲାରେ ନିଜ ବିଜୟଧାରା ଅବ୍ୟାହତ ରଖିବା ଲାଗି ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ପ୍ରଥମ ମୁକାବିଲାକୁ ଜିତି ନେଇଥିଲା ଭାରତ। ଏହି ମ୍ୟାଚ୍‌ରେ ଭାରତର ଅଲ୍‌ରାଉଣ୍ଡ ପ୍ରଦର୍ଶନ ବ୍ୟତୀତ ରୋହିତ ଶର୍ମାଙ୍କ ବୋଲିଂ ପରିବର୍ତ୍ତନ ଓ କ୍ୟାପଟେନ୍ସି ଚମତ୍କାର ରହିଥିଲା। ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଓପ୍‌ନର ଭାବେ ଖେଳିଥିବା ବେଳେ ଏହା ଭାରତର ସପ୍ତମ ଓପ୍‌ନିଙ୍ଗ କମ୍ବିନେଶନ। ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ଏଭଳି ବ୍ୟାଟିଂକ୍ରମ ପରିବର୍ତ୍ତନକୁ ଅନେକ ପୂର୍ବତନ ଖେଳାଳି ମଧ୍ୟ ସମାଲୋଚନା କରିଛନ୍ତି। ତେବେ ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ନିଜର ଶ୍ରେଷ୍ଠ ଏକାଦଶ ଚୟନ ଲକ୍ଷ୍ୟରେ ରହିଛି। ସେହିପରି ଅର୍ଶଦୀପ ସିଂଙ୍କ ରୂପରେ ଭାରତ ଜଣେ ବାମହାତୀ ପେସ୍‌ ବୋଲର ପାଇଛି। ୨୩ ବର୍ଷୀୟ ଏହି ପଞ୍ଜାବ ପେସର ପ୍ରଥମ ମ୍ୟାଚରେ ନିଜ ବୋଲିଂ ଜରିଆରେ ଛାପ ଛାଡ଼ିବାରେ ସମର୍ଥ ହୋଇଥିଲେ।
ବ୍ୟାଟିଂରେ ରୋହିତ ଶର୍ମା ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଶେଷଭାଗରେ ଦୀନେଶ କାର୍ତ୍ତିକଙ୍କ ବ୍ୟାଟିଂ ମ୍ୟାଚର ଫଳାଫଳକୁ ପ୍ରଭାବିତ କରିଥିଲା। ଭାରତୀୟ ଦଳର ଫିନିଶର ଭାବେ ରହିଥିବା ଏହି ୩୭ ବର୍ଷୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଭାରତ ୩ ସ୍ପିନରଙ୍କ ସହିତ ପଡ଼ିଆକୁ ଓହ୍ଲାଇଥିବା ବେଳେ ଅଶ୍ୱିନ-ବିଷ୍ଣୋଇଙ୍କ ଜାଲରେ ଫସିଯାଇଥିଲା ଘରୋଇ ଦଳ। ଉଭୟ ଦୁଇଟି ଲେଖାଏ ଉଇକେଟ ନେବା ସହିତ ପ୍ରଭାବୀ ବୋଲିଂ କରିଥିଲେ।
ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଦିନିକିଆ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଟସ୍‌ ୭.୩୦ ପଡିବ। ସୋନି ସ୍ପୋର୍ଟସ ନେଟୱାର୍କ – ସୋନି ସିକ୍ସ ଏବଂ ସୋନି ସିକ୍ସ ଏଚ୍‌ଡିରେ ଏହି ମ୍ୟାଚ୍‌ ପ୍ରସାରିତ ହେବ। ଏହାସହ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ ସୋନି ଲିଭରେ ଉପଲବ୍ଧ ହେବ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ୍‌, ଶ୍ରେୟାସ୍‌ ଆୟାର, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ୍‌ ପାଣ୍ଡ୍ୟା,ରିଷଭ ପନ୍ତ, କେ.ଏଲ୍‌. ରାହୁଲ, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଆର. ଅଶ୍ୱିନ୍‌, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଆଭେଶ୍‌ ଖାନ୍‌, ହର୍ଷଲ ପଟେଲ, ରବି ବିଷ୍ଣୋଇ, ଅକ୍ଷର ପଟେଲ, ଅର୍ଶଦୀପ ସିଂ।
ଓ୍ବେଷ୍ଟଇଣ୍ଡିଜ ଦଳ: ନିକୋଲାସ୍‌ ପୁରନ୍‌(ଅଧିନାୟକ), ରୋଭମାନ ପାଓ୍ବେଲ, ଶମାରା ବ୍ରୁକ୍‌ସ,ଡୋମିନିକ୍‌ ଡ୍ରେକ୍‌ସ, ଶିମରନ୍‌ ହେଟମେୟର, ଜାସନ୍‌ ହୋଲ୍ଡର, ଅକିଲ୍‌ ହୋସେନ୍‌, ଆଲଜାରି ଯୋଶେଫ୍‌, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଓବେଡ ମ୍ୟାକୟ, କିମୋ ପଲ୍‌, ରୋମାରିଓ ଶେଫର୍ଡ, ଓଡ଼ିନ ସ୍ମିଥ୍‌, ଡେଭନ୍‌ ଥୋମାସ୍‌ ଓ ହେଡନ୍‌ ଓ୍ବାଲ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri