Posted inଖେଳ

୩୨ ଛକା, ୩୫ଚଉକା; ୪୬୯ ରନ୍‌: ଭାରତ-ଓ୍ବେଷ୍ଟଇଣ୍ଡିଜର ଏହି ରୋମାଞ୍ଚକର ମ୍ୟାଚ୍‌ରେ କିଛି ଏଭଳି ଥିଲା ପରିଣାମ

ଫ୍ଲୋରିଡା,୧୯।୧: ବିଶ୍ୱର ଦୁଇ ଟି୨୦ ଚାମ୍ପିୟନ୍‌ ଟିମ୍‌ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍‌ ରୋମାଞ୍ଚକର ହୋଇଥାଏ। ଉଭୟ ଟିମ୍‌ ୨୦୧୬ରେ ଫ୍ଲୋରିଡାରେ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିବାକୁ ପହଞ୍ଚିଥିଲା। ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନୀ। ସେହିଭଳି ଓ୍ବେଷ୍ଟଇଣ୍ଡିଜର ନେତୃତ୍ୱ ନେଉଥିଲେ କାର୍ଲୋସ ବ୍ରେଥ୍‌ବେଟ୍‌। କ୍ରିସ ଗେଲ୍‌ଙ୍କୁ ମ୍ୟାଚ୍‌ରେ ସୁଯୋଗ ମିଳି ନ ଥିଲେ ହେଁ ଏହା ସ୍ମରଣୀୟ ହୋଇ ଆଜି ବି ରହିଛି।

ଧୋନୀ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲେ। ଭାରତର ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ, ଜସପ୍ରିତ ବୁମ୍‌ରାଙ୍କ ଦ୍ରୁତ ବୋଲିଂ ସହ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ସ୍ପିନ୍‌ କାମଦେବ ବୋଲି ଆଶା କରାଯାଉଥିଲା। ହେଲେ ଓ୍ବେଷ୍ଟଇଣ୍ଡିଜ ଓପନର୍‌ ତାହା କଠିନ ବୋଲି ପ୍ରମାଣିତ କରିଥିଲେ। ଦଳର ଜନ୍‌ସନ ଚାଲ୍ସ(୭୯), ଏବିନ୍‌ ଲୁଇସ୍‌(୧୦୦) ୫୭ ବଲ୍‌ରେ ୧୨୬ ରନ୍‌ର ଭାଗିଦାରୀ କରି ବଡ ସ୍କୋର ପାଇଁ ମୂଳଦୁଆ ରଖିଥିଲେ। ପରେ ଶାମୀ ଚାଲ୍ସଙ୍କୁ କ୍ଲିନ୍‌ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ସେ ୩୩ ବଲ୍‌ରେ ୭ ଛକା ଏବଂ ୬ ଚଉକା ମାରି ୭୯ ରନ୍‌ କରିଥିଲେ। ପରେ ଆନ୍ଦ୍ରେ ରସେଲ(୨୨) ଲୁଇସ୍‌ଙ୍କ ସହ ମିଶି ଦଳର ସ୍କୋର ୨୦୦ ପାର କରାଇଥିଲେ। ଲୁଇସ ଟି୨୦ରେ ନିଜର ଶତକ ପୂରଣ କରିଥିଲେ। ହେଲେ ଜାଡେଜା ଉଭୟଙ୍କ ଉଇକେଟ ନେଇଥିଲେ। ଲୁଇସ୍‌ ୪୯ ବଲ୍‌ ଖେଳି ୫ ଚଉକା, ୯ ଛକା ସହ ୧୦୦ ରନ୍‌ କରିଥିଲେ। ଏଭଳି ଭାବେ ନିର୍ଧାରିତ ୨୦ ଓଭରରେ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ୨୪୫ ରନ୍‌ କରିଥିଲେ। ତେବେ ଦଳର ପାଳିରେ ମୋଟ ୨୧ ଛକା ଏବଂ ୧୩ ଚଉକା ମରାଯାଇଥିଲା।

ପରେ ୨୪୬ ରନ୍‌କୁ ପିଛା କରୁଥିବା ଭାରତୀୟ ଟିମ୍‌ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିବା ସତ୍ତ୍ୱେ ରୋହିତ ଶର୍ମା(୬୨) ଏବଂ କେ.ଏଲ୍‌ ରାହୁଲ(୧୧୦) ରନ୍‌ କରି ଓ୍ବେଷ୍ଟଇଣ୍ଡିଜ୍‌ ବୋଲରଙ୍କ ହୋସ୍‌ ଉଡାଇଥିଲେ। ପ୍ରଥମରୁ ରାହାଣେ, ବିରାଟ କୋହଲି ଆଉଟ ହୋଇଥିବା ବେଳେ ତୃତୀୟ ଉଇକେଟ ପାଇଁ ୮୯ ରନ୍‌ର ଭାଗିଦାରୀ କରିଥିଲେ ଉଭୟ। ହେଲେ ରୋହିତ କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ। ପରେ କେ.ଏଲ୍‌ଙ୍କ ସହ ଧୋନୀ(୪୩) ରନ୍‌ କରିଥିଲେ। ଉଭୟ ଦମ୍‌ଦାର ବ୍ୟାଟିଂ କରି ଚଉକା ଓ ଛକାର ବର୍ଷା କରିଥିଲେ। ରାହୁଲ ନିଜର ଶତକ ପୂରଣ କରିଥିଲେ। ଭାରତ ୧୯ ଓଭରରେ ୨୩୮ ରନ୍‌ କରିଥିଲା। ଶେଷ ଓଭରରେ ଜିତିବା ପାଇଁ ମାତ୍ର ୮ ରନ୍‌ର ଆବଶ୍ୟକତା ଥିଲା। କ୍ରିଜରେ ଦୁଇ ଅନୁଭବୀ ଖେଳାଳି ଥିଲେ। ପ୍ରଥମ ବଲ୍‌ରେ ଉଇକେଟ ପରେ ଆଗାମୀ ତିନି ବଲ୍‌ରେ ୩ ରନ୍‌ ଦେଇଥିଲେ ବ୍ରାଭୋ। ଭାରତକୁ ଶେଷ ଦୁଇ ବଲ୍‌ରେ ୪ ରନ୍‌ର ଆବଶ୍ୟକତା ଥିଲା। ପଞ୍ଚମ ବଲ୍‌ରେ ଦୁଇ ରନ୍‌ କରିଥିଲେ ଧୋନୀ। ଶେଷ ବଲ୍‌ରେ ମଧ୍ୟ ସମାନ ରନ୍‌ର ଆବଶ୍ୟକତା ଥିଲା। ହେଲେ ଧୋନୀ ନିଜର ଉଇକେଟ ହରାଇଥିଲେ।

ଓ୍ବେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ମାତ୍ର ୧ ରନ୍‌ରେ ହାରିଥିଲା ଟିମ୍‌ଇଣ୍ଡିଆ। ରାହୁଲ ଶତକ କରିଥିଲେ ହେଁ ଲୁଇସ୍‌ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ହୋଇଥିଲେ। ଭାରତ ପକ୍ଷରୁ ୨୨ ଚଉକା ଏବଂ ୧୧ ଛକା ମରାଯାଇଥିଲା। ମୋଟ ଦେଖିଲେ ୩୨ ଚଉକା, ୩୫ ଛକା ଏବଂ ୪୬୯ରନ୍‌ର ଏହି ମ୍ୟାଚ୍‌କୁ ଦର୍ଶକେ ବେଶ୍‌ ଉପଭୋଗ କରିଥିଲେ। ଶେଷ ବେଳରେ ମିଳିଥିବା ହାର୍‌କୁ ନେଇ ଭାରତୀୟ ଦଳ ନିରାଶ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?