Posted inଖେଳ

ନୀତୀଶ ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ସଫଳତା: ଭାରତ ଟି୨୦ ସିରିଜ ବିଜୟୀ

ନୂଆଦିଲ୍ଲୀ,୯ା୧୦: ନୀତୀଶ କୁମାର ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮୬ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୨୨୧ ରନ କରିଥିବାବେଳେ ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୩୫ ରନରେ ସୀମିତ ରହିଥିଲା। କେବଳ ମହମୁଦୁଲ୍ଲାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବାଂଲାଦେଶୀ ବ୍ୟାଟର ଭାରତୀୟ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ।

ମହମୁଦୁଲ୍ଲା ୩ ଛକା ସହାୟତାରେ ୪୧ ରନ କରିଥିଲେ। ଭାରତ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏ ଏବଂ ଅର୍ଶଦୀପ ସିଂ, ଓ୍ବାଶିଂଟନ ସୁନ୍ଦର, ଅଭିଷେକ ଶର୍ମା, ମୟଙ୍କ ଯାଦବ ଓ ରିୟାନ ପରାଗ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୂର୍ବରୁ ପ୍ରଥମ ଟି୨୦ ଜିତିଥିବା ଭାରତ ୨-୦ରେ ଅଗ୍ରଣୀ ରହିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି। ଘରୋଇ ମାଟିରେ ଭାରତର ଏହା ୧୬ଶ ସିରିଜ ବିଜୟ। ୨୦୧୯ଠାରୁ ଭାରତ ଘରୋଇ ପରିବେଶରେ ଗୋଟିଏ ହେଲେ ଟି୨୦ ସିରିଜ ହାରିନାହିଁ।

ପୂର୍ବରୁ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇଥିବା ବେଳେ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା ବାଂଲାଦେଶ। ସଞ୍ଜୁ ସାମସନ୍‌(୧୦), ଅଭିଷେକ ଶର୍ମା(୧୫) ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୧୦) ବିଫଳ ହୋଇଥିବା ବେଳେ ଭାରତ ୪୧ ରନ୍‌ରେ ୩ ଉଇକେଟ ହରାଇଥିଲା। ତେବେ କ୍ୟାରିୟରର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଖେଳୁଥିବା ନୀତୀଶ ଚମତ୍କାର ବ୍ୟାଟିଂ କରିଥିଲେ।

୩୪ ବଲ୍‌ରୁ ୭୪ ରନ୍‌ କରିବା ସହ ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଅର୍ଦ୍ଧଶତକ ନିଜ ନାମରେ କରିଥିଲେ। ଏହି ଇନିଂସରେ ୪ ଚୌକା ଓ ୭ ଛକା ସାମିଲ ଥିଲା। ବାଂଲାଦେଶ ବୋଲର ରିଶଦ ହୋସେନଙ୍କୁ ସେ ଟାର୍ଗେଟ କରିଥିବା ବେଳେ ଗୋଟିଏ ଓଭରରୁ ୨୪ ରନ୍‌ ଆଦାୟ କରିଥିଲେ। ଏହା ସହ ଚତୁର୍ଥ ସର୍ବ କନିଷ୍ଠ ଭାରତୀୟ ଖେଳାଳି ଭାବରେ ନୀତୀଶ ଟି୨୦ ଅର୍ଦ୍ଧଶତକ ରେକର୍ଡ କରିଛନ୍ତି। ରୋହିତ ଶର୍ମା ୨୦ ବର୍ଷ ୧୪୩ ଦିନରେ ଅର୍ଦ୍ଧଶତକ ମାରି ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ତିଲକ ବର୍ମା ୨୦ ବର୍ଷ ୨୭୧ ଦିନ, ରିଷଭ ପନ୍ତ ୨୧ ବର୍ଷ ୩୮ ଦିନ ସହ ପରବର୍ତ୍ତୀ ୨ ସ୍ଥାନରେ ଅଛନ୍ତି। ଅନ୍ୟ ପକ୍ଷରେ ନୀତୀଶ ୨୧ ବର୍ଷ ୧୩୬ ଦିନରେ ଅର୍ଦ୍ଧଶତକ ମାରି ଚତୁର୍ଥ ସ୍ଥାନରେ ରହିଛନ୍ତି।

ରିଙ୍କୁ ସିଂ(୫୩) ରନ୍‌ଙ୍କ ସହିତ ସେ ପଞ୍ଚମ ଉଇକେଟରେ ୪୮ ବଲ୍‌ରୁ ୧୦୮ ରନ୍‌ ଯୋଡିଥିଲେ। ନୀତୀଶ ପ୍ୟାଭିଲିୟନ ଫେରିବା ପରେ ମଧ୍ୟ ରିଙ୍କୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୨୯ ବଲ୍‌ରୁ ୫୩ ରନ୍‌ କରିଥିଲେ। ଏହି ଇନିଂସରେ ୫ ଚୌକା ଓ ୩ ଛକା ସାମିଲ ଥିଲା। ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍‌ରୁ ୨ଟି ଲେଖାଏ ଛକା ଓ ଚୌକା ସହ ୩୨ ଓ ରିୟାନ ପରାଗ ୬ ବଲ୍‌ରୁ ୧୫ ରନ୍‌ ସ୍କୋର କରିଥିଲେ। ବାଂଲାଦେଶ ପକ୍ଷରୁ ରିଶଦ ହୋସେନ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ୪ ଓଭରରେ ୫୫ ରନ୍‌ ବ୍ୟୟ କରିଥିଲେ। ନୀତୀଶ ଓ ରିଙ୍କୁଙ୍କ ପ୍ରହାରରେ ପ୍ରଥମ ୩ ଓଭରରେ ୪୮ ରନ୍‌ ଦେଇଥିଲେ। ଅନ୍ୟ ପକ୍ଷରେ ଇନିଂସର ଅନ୍ତିମ ଓଭର ବୋଲିଂ କରି ମାତ୍ର ୭ ରନ୍‌ ଦେଇ ୩ଟି ଯାକ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତାସ୍‌କିନ ଅହମଦ, ମୁସ୍ତାଫିଜୁର ରହମନ ଓ ତାଞ୍ଜିମ ହସନ ଶକିବ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?