Posted inଖେଳ

ଭୁଲ୍‌ ହେଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଡ୍ର’ ରହିଛି। ୪୦୭ ରନ୍‌ର ବିଜୟ ଲକ୍ଷକୁ ପିଛା କରି ଭାରତ ୫ ଉଇକେଟ୍‌ ହରାଇ ୩୩୪ ରନ୍‌ କରିବାରେ ସମର୍ଥ ହୋଇଥିଲା। ଚତୁର୍ଥ ଦିନ ଭାରତ ୪୦୭ ରନ୍‌ର ପିଛା କରି ଗୋଟିଏ ସମୟରେ ୧୦୨ ରନ୍‌ରେ ୩ଟି ଉଇକେଟ୍‌ ହରାଇଥିଲା। ଏହାପରେ ରିଷଭ ପନ୍ତ ଏବଂ ଚେତେଶ୍ୱର ପୂଜାରାଙ୍କ ମଧ୍ୟରେ ୧୪୮ ରନ୍‌ ଭାଗିଦାରୀ ଫଳରେ ଭାରତ ଡ୍ର କରିବାରେ ସକ୍ଷମ ହୋଇଥିଲା। ଭାରତର ସାହସିକ ବ୍ୟାଟିଂ ଦେଖି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ଟ୍ରୋଲ କରିଛନ୍ତି। ସୂଚନାଯୋଗ୍ୟ, ରିକି ପଣ୍ଟିଂ ଏକ ପ୍ରଶ୍ନରେ କହିଥିଲେ ଭାରତ ଦ୍ୱିତୀୟ ଇନିଂସରେ ୨୦୦ ରନ୍‌ କରିପାରିବ ନାହିଁ। ପଣ୍ଟିଂଙ୍କ ଏଭଳି ଉତ୍ତରରେ ସେହ୍ବାଗ ତାଙ୍କୁ ଟ୍ରୋଲ କରି ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ ଥିବା ରିକି ପଣ୍ଟିଂ ସିଧା ଦେଖୁଥିବାବେଳେ ତାଙ୍କୁ ଅନେଇଛନ୍ତି ରିଷଭ ପନ୍ତ। ସେହ୍ବାଗଙ୍କଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକଦା ଏମ୍‌ଏସ୍‌ ଧୋନୀଙ୍କ ଉପରେ ରାଗିଯାଇଥିଲେ କୋକିଳକଣ୍ଠୀ

କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ପୂର୍ଣ୍ଣ ରାଜକୀୟ ସମ୍ମାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛ।...

୩୭ବର୍ଷରେ ଶ୍ରୀସନ୍ଥ: ୬ ବର୍ଷ ଡେଟିଂ ପରେ ଭୁବନେଶ୍ୱରୀ କୁମାରୀଙ୍କୁ କରିଥିଲେ ବିବାହ

ମୁମ୍ବାଇ,୬।୨: ଭାରତୀୟ କ୍ରିକେଟର ଶାନ୍ଥାକୁମାରନ୍‌ ଶ୍ରୀସନ୍ଥ ଗୁରୁବାର ୩୭ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୩ ଫେବୃୟାରୀ ୬ରେ କେରଳର କୋଥାମଙ୍ଗଳମ୍‌ଠାରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ପଡ଼ିଆରେ...

ଓ୍ବେଷ୍ଟର୍ନ ଷ୍ଟର୍ମରେ ଯୋଗଦେଲେ ମନ୍ଧନା

ମୁମ୍ବାଇ, ୩ା୭ (ପି.ଟି.)- ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ୨୦୧୯ ସିଜନ ପାଇଁ ପୁନର୍ବାର କିଆ ସୁପର ଲିଗ୍‌ (କେଏସ୍‌ଏଲ୍‌)ରେ ଯୋଗ ଦେଇଛନ୍ତି। ଫ୍ରାଞ୍ଚାଇଜ୍‌...

ଜୁନ୍‌ ୧୦ ପର୍ଯ୍ୟନ୍ତ ବଢିଲା ସ୍କଟିଶ ଫୁଟବଲ୍‌ ସସ୍‌ପେନ୍‌ଶନ

ଗ୍ଲାସ୍‌ଗୋ, ୧୦।୪(ଏଏଫ୍‌ପି): ଭୋଭିଡ-୧୯ ମହାମାରୀ ପାଇଁ ସ୍କଟଲାଣ୍ଡ ଫୁଟବଲ୍‌ ପ୍ରଭାବିତ ହୋଇଛି। ଏହି କାରଣରୁ ସ୍କଟିଶ ଫୁଟବଲ ସେସେନର ସସ୍‌ପେନ୍‌ଶନକୁ ଜୁନ୍‌ ୧୦ ତାରିଖକୁ ବୃଦ୍ଧି...

ବଲ୍‌ରେ ସାଲିଭା ବ୍ୟବହାର କଲେ କୋହଲି

ଦୁବାଇ, ୬।୧୦(ପି.ଟି.): ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ମ୍ୟାଚ ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଅସାବଧାନତା ବଶତଃ ବଲ୍‌ରେ...

ଏତିକି ଖେଳାଳିଙ୍କୁ ରିଟେନ କରିପାରିବେ ଆଇପିଏଲ ଫ୍ରାଞ୍ଚାଇଜ

ମୁମ୍ବାଇ,୨୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ଲାଗି ହେବାକୁ ଥିବା ବଡ଼ ଅକ୍‌ଶନ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ...

ହାଇଦ୍ରାବାଦର ଗଣବଳାତ୍କାର ମାମଲା: କୋହଲି କହିଲେ, ଅତ୍ୟନ୍ତ ଲଜ୍ଜାଜନକ

ହାଇଦ୍ରାବାଦ,୨।୧୨: ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସାରା...

ଡିସେମ୍ବରରେ ଏହି ଦେଶରେ ଆରମ୍ଭ ହେବ ଟି୧୦ ଲିଗ୍‌

କଲୋମ୍ବୋ, ୯।୯: ସାରା ବିଶ୍ୱରେ ଟି୨୦ କ୍ରିକେଟ୍‌ର ଲୋକପ୍ରିୟତା ପରେ ଏବେ ଟି୧୦ କ୍ରିକେଟ୍‌ ଆରମ୍ଭ ହେବାକୁ ଯାଉଛି। ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ (ଏସ୍‌ଏଲ୍‌ସି) ଡିସେମ୍ବରରେ...

Advertisement
Archives

Model This Week