Posted inଖେଳ

୭ ବର୍ଷ ପରେ ଆରମ୍ଭ ହେଲା ଲଜ୍ଜାଜନକ ବିପର୍ଯ୍ୟୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ହାରିବା ପରେ ବିରାଟ କୋହଲି ପ୍ରବଳ ଚାପରେ ଅଛନ୍ତି। ଏଥିରୁ ଜଣାପଡୁଛି ଯେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସମ୍ମୁଖରେ ଆତ୍ମସମର୍ପଣ କରିଛି। ଏବେ ଅଷ୍ଟ୍ରେଲିଆ ଗସ୍ତରେ ଗୋଟିଏ ଏକଦିବସୀୟ ବାକି ଅଛି। ଏହାପରେ ଦଳକୁକୁ ମଧ୍ୟ ଟି -୨୦ ଏବଂ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ସାମ୍ନା କରିବାକୁ ପଡିବ। ଏଭଳି ପରିସ୍ଥିତିରେ ବିରାଟଙ୍କ ପାଇଁ ଏଥର ଅଷ୍ଟ୍ରେଲିଆ ଗସ୍ତର ଆହ୍ବାନ ସୃଷ୍ଟି ହୋଇଛି। ଗତ ୫ଟି ମ୍ୟାଚ୍‌ରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ପରାଜୟର ସାମ୍ନାକ ରିବାକୁ ପଡିଛି। ଏହାପୂର୍ବରୁ ବିରାଟଙ୍କ ଅଧିନାୟକତ୍ୱରେ କ୍ରମାଗତ ଏତେ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇ ନ ଥିଲା। ୨୦୧୩ରୁ ବିରାଟ କୋହଲି ଏକଦିବସୀୟରେ ଟିମ ଇଣ୍ଡିଆର ଅଧିନାୟକ ରହିଛନ୍ତି। ତାଙ୍କ ଅଧିନାୟିକତ୍ୱରେ ଟିମ ଇଣ୍ଡିଆ ବିଜୟର ଅନେକ ରେକର୍ଡ ସୃଷ୍ଟି କରିଛି, କିନ୍ତୁ ଗତ ୫ଟି ଦିନିକିଆରେ ଟିମ ଇଣ୍ଡିଆ କ୍ରମାଗତ ପରାଜୟ ଭୋଗିଛି। ଗତ ବର୍ଷ ହାମିଲଟନ ଗ୍ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ ପରାଜୟ ଆରମ୍ଭ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡର ଏହି ଗସ୍ତରେ ଟିମ ଇଣ୍ଡିଆକୁ କ୍ରମାଗତ ତିନିଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ କ୍ରମାଗତ ୨ ମ୍ୟାଚ ହାରିଛି। ଏହାପୂର୍ବରୁ ବିରାଟଙ୍କ ଅଧିନାୟୀକତ୍ୱରେ ଟିମ ଇଣ୍ଡିଆକୁ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ୩ ମ୍ୟାଚ ହରାଇବାକୁ ପଡିଥିଲା। ଗତ ୪୬ବର୍ଷ ମଧ୍ୟରେ କ୍ରମାଗତ ୮ଟି ମ୍ୟାଚରେ ଟିମ ଇଣ୍ଡିଆ ସର୍ବାଧିକ ପରାଜୟର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆର ଏହି କ୍ରମାଗତ ପରାଜୟ ୧୯୮୧ମସିହାରେ ସୁନୀଲ ଗାଭାସ୍କରଙ୍କ ଅଧିନାୟିକତ୍ୱରେ ହୋଇଥିଲା। ସିଡନୀ ପଡ଼ିଆରେ ଏହି ପରାଜୟର ସିରିଜ ଆରମ୍ଭ ହୋଇଥିଲା। ଏହା ପରେ, ୧୯୮୯ରେ, ଭାରତକୁ ଲଗାତାର ୭ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ସେହି ସମୟରେ ଟିମ ଇଣ୍ଡିଆର ଅଧିନାୟକ କେ. ଶ୍ରୀକାନ୍ତ ଏବଂ ପରେ ଭେଙ୍ଗସରକରଙ୍କ ହାତରେ ଥିଲା। ଏବେ ପଞ୍ଚମ ଥର ପାଇଁ ଟିମ ଇଣ୍ଡିଆ କ୍ରମାଗତ ୫ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି।

କ୍ରମାଗତ ୫ଟି ମ୍ୟାଚ ହାରିଥିବା ତାଳିକାରେ ଭାରତୀୟ ଅଧିନାୟକ ବିଶ୍ୱନ ସିଂ ବେଦୀ ଏବଂ ଭେଙ୍କଟାରାଗାମନଅନ୍ତି। ୧୯୭୮ରେ, ଏହି ଦୁଇଜଣଙ୍କ ଅଧିନାୟକତ୍ୱରେ ଭାରତକୁ ଲଗାତାର ୫ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତକୁ ୫ ଟି ମ୍ୟାଚରେ କ୍ରମାଗତ ପରାଜୟର ସାମ୍ନା କରିବାକୁ ପଡିଥିଲା। ୧୯୮୮ରେ ରବି ଶାସ୍ତ୍ରୀ, ୨୦୦୨ ଏବଂ ୨୦୦୫ମସିହାରେ, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡଙ୍କ ଅଧିନାୟକ ଭାବରେ ଭାରତ କ୍ରମାଗତ ୫ ଟି ମ୍ୟାଚ ହାରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ…

Video: ନେପାଳ ବନ୍ୟା ପରେ ମିଳିଲା କୋଟି କୋଟି ଟଙ୍କାର ସୁନା; ୮ ଘଣ୍ଟାର ଅପରେଶନରେ ବିପୁଳ ସମ୍ପତ୍ତି ଉଦ୍ଧାର

କାଠମାଣ୍ଡୁ,୩୧।୮: ଭୋଟେ କୋଶି ନଦୀରେ ଭୟଙ୍କର ବନ୍ୟା ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 903 ରେ ପହଞ୍ଚିଛି। ନୁୱାକୋଟ ଜିଲାର ତ୍ରିଶୁଳି…

ଚାଷଜମିରୁ ଆଠ ଫୁଟର ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ, ସରପଞ୍ଚ..

ବଡ଼ଗାଁ,୩୧।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଅଞ୍ଚଳରେ ବର୍ଷା ଋତୁରେ ଅଜଗର ସାପ ଗାଁ ସହ ଚାଷଜମିରେ ଦେଖାଯାଇଥାନ୍ତି। ଚଳିତବର୍ଷ ବଡ଼ଗାଁର ସାପ ଧରାଳି ମହେନ୍ଦ୍ର ନାଏକ…

ନେପାଳ ବନ୍ୟା ପରେ କନ୍ଦାଉଛି ଜମି ଯାଇଥିବା ପାଣି କାଦୁଅ, ISRO ଫଟୋ ଦେଲା ବଡ଼ ତଥ୍ୟ, ଭାରତ ଉପରେ ରହିଛି ବିପଦ!

କାଠମାଣ୍ଡୁ,୩୧।୮: ନେପାଳରେ ହୋଇଥିବା ବିନାଶକାରୀ ବନ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ପ୍ରକାଶ ପାଇଛି। ପ୍ରଥମେ ପ୍ରବଳ ବର୍ଷା ଏବଂ ହିମସ୍ଖଳନକୁ ପ୍ରାଥମିକ କାରଣ ଭାବରେ ବିବେଚନା…

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri