Posted inଖେଳ

ସଚିନଙ୍କୁ ପଛରେ ପକାଇଲେ କୋହଲି

ସିଡନୀ,୩୦।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ପୁରୁଣା ଫର୍ମକୁ ଫେରୁଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସେ ୮୩ ବଲରେ ୮୯ରନ ସଂଗ୍ରହ କରିଥିଲେ। ତେବେ ଏହି ମ୍ୟାଚ୍‌ ପରାଜୟ ସହ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜକୁ ମଧ୍ୟ ହରାଇ ସାରିଛି, ବିରାଟ କୋହଲିଙ୍କ ରେକର୍ଡ ବୁକ୍‌ରେ ଆଉ ଏକ ସଫଳତା ଯୋଡି ହୋଇଛି। ଭାରତୀୟ ରନ ମେସିନ ଦ୍ରୁତତମ ୨୨,୦୦୦ ଅନ୍ତର୍ଜାତୀୟ ରନ୍‌ ପୂରଣ କରିବାର ରେକର୍ଡ କରିଛନ୍ତି। ଏହି ରେକର୍ଡ ସହ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ବିରାଟ କୋହଲି ୨୨,୦୦୦ ରନ ଛୁଇଁବା ପାଇଁ ୪୬୨ ଇନିଂସ ନେଇଥିଲେ। ଏଥି ସହିତ ସଚିନ ତେନ୍ଦୁଲକର ୪୯୩ ଇନିଂସରେ ଏହି ସଂଖ୍ୟା ଛୁଇଁଥିଲେ। ଏଥି ସହିତ, ବ୍ରାଏନ ଲାରା ୫୧୧ ଇନିଂସରେ ଏବଂ ରିକି ପଣ୍ଟିଂ ୫୧୪ ଇନିଂସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। କୋହଲି ଏବେ ଅନ୍ତର୍ଜାତୀୟ କ୍ରିକେଟର୍‌ ୩ଟି ଫର୍ମାଟରେ ୨୨୦୧୧ ରନ କରିଚନ୍ତି। ସମସ୍ତ ତିନୋଟି ଫର୍ମାଟରେ ହାରାହାରି ୫୦ରେ ବିରାଟ ଟେଷ୍ଟରେ ୭୨୪୦ ରନ, ଏକଦିବସୀୟରେ ୧୨୮୩୪ ରନ ଏବଂ ଟି -୨୦ ୨୭୯୪ ରନ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୋପିଂ ମାମଲା: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ୨ବର୍ଷ ବାସନ୍ଦ

ଲଣ୍ଡନ, ୧୪ା୧ (ଏପି)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ମହିଳା ୧୦୦ମିଟର ସ୍ବର୍ଣ୍ଣ ପଦକ ବିଜୟିନୀଙ୍କୁ ୨ବର୍ଷ ବାସନ୍ଦ କରାଯାଇଛି। ଡୋପ୍‌ ପରୀକ୍ଷକମାନଙ୍କୁ ସେ ତାଙ୍କର ଅବସ୍ଥିତି...

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଭାଗନେବେ ୭୦ରୁ ଊର୍ଦ୍ଧ୍ୱ ଖେଳାଳି

ଭୁବନେଶ୍ୱର, ୫।୯(ପି.ଟି.)- ଫାଲକନ ଚିଲିକା ଫ୍ରେଶ୍‌ ଆନୁକୂଲ୍ୟରେ ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌।...

କୋହଲିଙ୍କ ପାଇଁ ଆଉ ଏକ ଖରାପ ଖବର

ନୂଆଦିଲ୍ଲୀ,୨୭।୧୦: ଟିମ ଇଣ୍ଡିଆକୁ ଟି -୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୧୦ ଉଇକେଟ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମ୍ୟାଚରେ ଭାରତୀୟ...

ଏହି ବିସ୍ଫୋରକ କ୍ରିକେଟର୍‌ଙ୍କୁ ବ୍ୟକ୍ତିଗତ ମେସେଜ୍‌ କଲେ ମୋଦି

ନୂଆଦିଲ୍ଲୀ,୨୬।୧: ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍‌ କ୍ରିସ ଗେଲ ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି,...

କୋହଲିଙ୍କୁ ଭାଲୁ ସହ ତୁଳନା କଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୧।୬- ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଶେଷଥର...

ଇତିହାସ ରଚିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୩।୮: ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟ...

ଗିଲ୍‌ଙ୍କ ପ୍ରଥମ ଆଇପିଏଲ୍‌ ଶତକ

ଅହମଦାବାଦ, ୧୬।୫: ଭାରତ ପାଇଁ ତିନୋଟି ଯାକ ଫର୍ମାଟରେ ଶତକ ଅର୍ଜନ କରି ସାରିଥିବା ଶୁବମନ ଗିଲ୍‌ ଆଇପିଏଲରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି।...

ବ୍ରାଡମ୍ୟାନଙ୍କୁ ପଛରେ ପକାଇଲେ ଅଗ୍ରଓ୍ବାଲ

ଇନ୍ଦୋର,୧୫।୧୧- ଖୁବ କମ୍‌ ଇନିଂସ ଖେଳି ଦ୍ୱିତୀୟ ଦ୍ୱିଶତକ ଅର୍ଜନ କରିବା ଧାରରେ ଫାଦର ଅଫ୍‌ କ୍ରିକେଟ ଭାବେ ଜଣାଶୁଣା ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ...

Advertisement
Archives

Model This Week