Posted inଖେଳ

ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍

ମୁମ୍ବାଇ, ୨୫।୧୧: ଡିସେମ୍ବର ୮ ରୁ ସଂଯୁକ୍ତ ଆରବ ଏମିରେଟ(ୟୁଏଇ)ରେ ଖେଳାଯିବାକୁ ଥିବା ଏସିସି ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍‌ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି। ପଞ୍ଜାବର ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍ ଉଦୟ ସାହାରନ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆର ନେତୃତ୍ୱ ନେବେ। ୧୯ ବର୍ଷୀୟ କ୍ରିକେଟର ସାହାରନ କିଛି ସମୟ ହେବ ଚୟନକର୍ତ୍ତାଙ୍କ ରାଡାରରେ ଥିଲେ ଏବଂ ଗତ ବର୍ଷ ୧୯ ବର୍ଷରୁ କମ୍ ବିଶ୍ୱକପ ସମୟରେ ଭାରତୀୟ ଖେଳାଳି କରୋନାରେ ଆକ୍ରାନ୍ତ ହେବା ପରେ ସେ ବ୍ୟାକଅପ୍ ଖେଳାଳି ଭାବରେ ଦଳରେ ସାମିଲ ହୋଇଥିଲେ।

୧୫ ସଦସ୍ୟ ବିଶିଷ୍ଟ ଦଳର ଉପ-ଅଧିନାୟକ ଭାବରେ ସୌମ୍ୟ କୁମାର ପାଣ୍ଡେଙ୍କୁ ମନୋନୀତ କରାଯାଇଛି। ଏସିଆ କପରେ ଭାରତ ହେଉଛି ସବୁଠାରୁ ସଫଳ ଦଳ ଯାହା ଆଠ ଥର ଟାଇଟଲ ଜିତିଛି। ଏହି ଟୁର୍ନାମେଣ୍ଟରେ ଭାରତ ପାକିସ୍ତାନ, ଆଫଗାନିସ୍ତାନ ଏବଂ ନେପାଳ ସହିତ ଗ୍ରୁପ୍ ହୋଇଛି। ଡିସେମ୍ବର ୮ ରେ ଆଇସିସି ଏକାଡେମୀ ଓଭାଲ -୧ ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ସହିତ ଅଭିଯାନ ଆରମ୍ଭ କରିବେ।

ବହୁ ପ୍ରତୀକ୍ଷିତ ମ୍ୟାଚରେ ଭାରତ ଡିସେମ୍ବର ୧୦ ରେ ସମାନ ସ୍ଥାନରେ ପାକିସ୍ତାନ ସହିତ ମୁକାବିଲା କରିବ ଏବଂ ଅନ୍ତିମ ଗ୍ରୁପ୍ ମ୍ୟାଚ୍ ଡିସେମ୍ବର ୧୨ ରେ ନେପାଳ ସହିତ ମୁହାଁମୁହିଁ ହେବ। ଡିସେମ୍ବର ୧୭ ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଫାଇନାଲ ଖେଳାଯିବାର କାର୍ୟ୍ୟକ୍ରମ ରହିଛି।

ଭାରତ ଦଳ: ଉଦୟ ସାହାରନ୍ (କ୍ୟାପଟେନ), ସୌମ୍ୟ କୁମାର ପାଣ୍ଡେ (ଉପ-ଅଧିନାୟକ), ଅର୍ଶିନ କୁଲକର୍ଣ୍ଣି, ଆଦର୍ଶ ସିଂ, ରୁଦ୍ର ମୟୂର ପଟେଲ, ସଚିନ ଧାସ, ପ୍ରିୟନସୁ ମୋଲିୟା, ମୁଶେର ଖାନ, ଧନୁଷ ଗୌଡା, ଅବିନାଶ ରାଓ (ଉଇକେଟ ରକ୍ଷକ), ଏମ ଅଭିଷେକ, ଇନେଶ ମହାଜନ (ଉଇକେଟ ରକ୍ଷକ), ଆର୍ଯ୍ୟ ଶୁକ୍ଲା, ରାଜ ଲିମ୍ବାନୀ, ନମାନ ତିୱାରୀ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସିସିଆଇର ନୂଆ ନିୟମରୁ କୋହଲିଙ୍କୁ ମିଳିଲା ଉପାୟ, ବାହାରୁ ଖାଦ୍ୟ ଅର୍ଡର କରି ଖାଇଲେ…

ନୂଆଦିଲ୍ଲୀ,୧୭।୨: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳର ପରାଜୟ ପରେ ଅନେକ ନିୟମ ପରିବର୍ତ୍ତନ ହୋଇଛି। ବିସିସିଆଇ ଦ୍ୱାରା ଜାରି କରାଯାଇଥିବା ନୂତନ ନିୟମ...

ପୁଣି ପଡ଼ିଆକୁ ଫେରିବେ ସଚିନ ତେନ୍ଦୁଲକର: ଜାଣନ୍ତୁ କେବେ, କେଉଁ ଦଳ ପାଇଁ ଖେଳିବେ

ନୂଆଦିଲ୍ଲୀ,୧୭।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣିଥରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି। ILMT20 ଟୁର୍ନାମେଣ୍ଟ ୨୨ ଫେବୃଆରୀରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଭାରତ,...

Rishabh Pant Injury: ବାଂଲାଦେଶ ବିପକ୍ଷରେ ଖେଳିବେ କି ନାହିଁ ରିଷଭ ? ଆଘାତ ସମ୍ପର୍କରେ ଦୁବାଇରୁ ଆସିଲା ବଡ଼ ଅପଡେଟ୍

ଦୁବାଇ,୧୭।୨: ଟିମ୍ ଇଣ୍ଡିଆର ୱିକେଟକିପର-ବ୍ୟାଟସମ୍ୟାନ୍ ରିଷଭ ପନ୍ତ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଆହତ ହୋଇଛନ୍ତି। ଟିମ୍ ଇଣ୍ଡିଆର ଅଭ୍ୟାସ ସମୟରେ ପନ୍ତଙ୍କ ଆଣ୍ଠୁରେ ଆଘାତ...

Champions Trophy: ପାକିସ୍ତାନରେ ପହଞ୍ଚିଲା ଅଷ୍ଟ୍ରେଲିଆ ଦଳ

ଲାହୋର,୧୭ା୨: ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିବା ଲାଗି ଅଷ୍ଟ୍ରେଲିଆ କ୍ରିକେଟ ଦଳ ସୋମବାର ପାକିସ୍ତାନରେ ପହଞ୍ଚିଛି। ବୁଧବାର କରାଚୀର ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ...

ଅଜିଙ୍କ୍ୟ ରାହାଣେଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ବିସିସିଆଇ ଚୟନକର୍ତ୍ତା: ସବୁ ଖୋଲି କହିଦେଲେ

ମୁମ୍ବାଇ,୧୭।୨: ବିଦେଶରେ ଦେଶ ପାଇଁ ନିରନ୍ତର ପ୍ରଦର୍ଶନ କରିଥିବା କିଛି ଭାରତୀୟ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଅଜିଙ୍କ୍ୟ ରାହାଣେ ଅନ୍ୟତମ। ଏକଦା ଟେଷ୍ଟ କ୍ରିକେଟରେ ସବୁଠାରୁ ନିର୍ଭରଯୋଗ୍ୟ...

IPL Ticket Booking: କେବେ, କେମିତି କିଣିପାରିବେ ଆଇପିଏଲ୍‌ ଟିକେଟ୍‌, ଜାଣନ୍ତୁ କେତେ ରହିବ ଦାମ୍‌

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ଅର୍ଥାତ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟ ୨୨ ମାର୍ଚ୍ଚରୁ ୨୫...

Video: ପାକିସ୍ତାନକୁ ପାନେ ଦେବାକୁ ସଜବାଜ ହେଉଛି ଭାରତ: ଚୌକା-ଛକା ବର୍ଷା

ଦୁବାଇ,୧୭।୨: ଟିମ ଇଣ୍ଡିଆ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହ ୨୦ ଫେବୃଆରୀରେ ଦୁବାଇରେ ଖେଳାଯିବ।...

ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ କ୍ରିକେଟର ଜେପି ଡୁମିନିଙ୍କ ଛାଡପତ୍ର ହୋଇଯାଇଛି। ଡୁମିନି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ଡୁମିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri