Posted inଖେଳ

ଟେଷ୍ଟ ସିରିଜ ୪ ପରିବର୍ତ୍ତେ ୫କୁ ବୃଦ୍ଧି

ମେଲବୋର୍ନ,୮ା୭: ପରବର୍ତ୍ତୀ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌(ଏଫ୍‌ଟିପି) ସାଇକେଲ ୨୦୨୪-୩୨ ଟେଷ୍ଟ ସଂଖ୍ୟା ୪ରୁ ୫କୁ ବୃଦ୍ଧି ପାଇବ। ଭାରତୀୟ କ୍ରିକେଟ ଦଳ ଦୁଇଥର ଅଷ୍ଟ୍ରେଲିଆ ଟୁର୍‌ରେ ଯାଇପାରେ। ପରବର୍ତ୍ତୀ ଏଫ୍‌ଟିଏଫ୍‌ରେ ଭ୍ରମଣକାରୀ ଭାରତ ଇଂଲଣ୍ଡ ବିପକ୍ଷରେ ଦୁଇଟି ଲେଖାଏ ପୂର୍ଣ୍ଣାଙ୍ଗ ଟେଷ୍ଟ ସିରିଜ ଖେଳିବ। ସିରିଜଗୁଡ଼ିକ ୪ ପରିବର୍ତ୍ତେ ୫ ମ୍ୟାଚ ବିଶିଷ୍ଟ କରାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଅଷ୍ଟ୍ରେଲିଆ ବିପକ୍ଷ ଗତ ଦୁଇଟି ଟୁର୍‌ରେ ଭାରତ ବିଜୟ ଲାଭ କରିଛି। ବର୍ତ୍ତମାନ ଚାଲିଥିବା ଆଇସିସି ଏଫ୍‌ଟିଏଫ୍‌ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ରହିଛି। ଭାରତରେ ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ୫୦ ଓଭର ବିଶିଷ୍ଟ ଆଇସିସି ବିଶ୍ୱକପ୍‌ ସହ ଶେଷ ହେବ। ଜୁଲାଇ ୨୫ ଓ ୨୬ରେ ବର୍ମିଂହାମ୍‌ଠାରେ ଆଇସିସିର ବାର୍ଷିକ ଅଧିବେଶନ ହେବ। ପୂର୍ଣ୍ଣାଙ୍ଗ ଏଫ୍‌ଟିପି ଚଳିତ ମାସ ପରବର୍ତ୍ତୀ ଭାଗରେ ଘୋଷଣା ହେବା ସମ୍ଭାବନା ରହିଛି। ବିଗତ କିଛିବର୍ଷ ହେଲା ଅଷ୍ଟ୍ରେଲିଆ ଦର୍ଶକଙ୍କୁ ଆକର୍ର୍ଷିତ କରିପାରିଛି ଭାରତ। ଗତ ଡାଉନ୍‌ ଅଣ୍ଡର ୪ ମ୍ୟାଚ ବିଶିଷ୍ଟ ସିରିଜରେ ଆର୍ଥିକ ସଙ୍କଟରେ ଥିବା କ୍ରିକେଟ ଅଷ୍ଟ୍ରେଲିଆ ୩୦୦ ନିୟୁତ ଅଷ୍ଟ୍ରେଲୀୟ ଡଲାର ଆୟ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ   

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...

ନାବାଳିକା ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ପ୍ରେମିକ: ଆଉ ତା’ପରେ…

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri