Posted inଖେଳ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ: ପିସିବି’କୁ ଜଣାଇଲା ଆଇସିସି

ନୂଆଦିଲ୍ଲୀ,୧୦।୧୧: ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯୋଗ ଦେବାକୁ ମନା କରି ଦେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବର୍ତ୍ତମାନ ସରକାରଙ୍କ ପରାମର୍ଶ ଲୋଡିଛି। ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନ ଥିବା ଦର୍ଶାଇ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ନ ଯିବାର ନିଷ୍ପତ୍ତି ନେଇ ଆଇସିସିକୁ ଶନିବାର ଇ ମେଲ୍‌ କରିଥିଲେ।

ରବିବାର ଆଇସିସି ଏହି ଘଟଣା ସମ୍ପର୍କରେ ପିସିବିକୁ ଇ ମେଲ୍‌ କରିଥିଲା। ରବିବାର ପିସିବି ପକ୍ଷରୁ ଇମେଲ ମିଳିଥିବା ନେଇ ସ୍ବୀକାର କରାଯାଇଥିଲା। ଇ ମେଲ ମିଳିବା ପରେ ପିସିବି ଏହି ଘଟଣା ସମ୍ପର୍କରେ ପାକିସ୍ତାନ ସରକାରଙ୍କ ପରାମର୍ଶ ଲୋଡିଛି। ପିସିବିର ପରବର୍ତ୍ତୀ ପଦକ୍ଷେପ କଣ ରହିବ ଏହା ପାକିସ୍ତାନ ସରକାରଙ୍କ ଉପରେ ନିର୍ଭର କରୁଛି। ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଭାରତୀୟ ଦଳ ଗସ୍ତ ନ କରିବା ନେଇ ପ୍ରାରମ୍ଭିକ ରିପୋର୍ଟ ଆସୁଥିବା ବେଳେ ଟୁର୍ନାମେଣ୍ଟ ହାଇବ୍ରିଡ୍‌ ମଡେଲରେ ଖେଳାଯିବା ନେଇ ଆଲୋଚନା ମଧ୍ୟ ହେଉଥିଲା। ତେବେ ଶୁକ୍ରବାର ପିସିବି ମୁଖ୍ୟ ଏଭଳି କୌଣସି ଯୋଜନା ନ ଥିବା ନେଇ କହିଥିଲେ। ବିସିସିଆଇ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ଓ ସରକାରଙ୍କ ଠାରୁ ଅନୁମତି ମିଳୁ ନ ଥିବା ଦର୍ଶାଇ ଟୁର୍ନାମେଣ୍ଟକୁ ହାଇବ୍ରିଡ ମଡେଲରେ କରିବା ପାଇଁ ଚିଠି ଲେଖା ଯାଇଥିଲା।

ପୂର୍ବରୁ ୨୦୨୨ ଏସିଆ କପ୍‌ ପାକିସ୍ତାନରେ ହେବାର କାର୍ଯ୍ୟକ୍ରମ ରହିଥିଲା। ଭାରତ ଯିବା ପାଇଁ ରାଜି ନ ହେବା କାରଣରୁ ପରବର୍ତ୍ତୀ ସମୟରେ ଏହା ହାଇବ୍ରିଡ୍‌ ମଡେଲରେ ଶ୍ରୀଲଙ୍କା ଓ ପାକିସ୍ତାନରେ ଖେଳା ଯାଇଥିଲା। ଉଭୟ ଦେଶ ମଧ୍ୟରେ୧୨ ବର୍ଷ ହେବ କୌଣସି ଦିନିକିଆ ଦ୍ୱିପାକ୍ଷିକ ସିରିଜ୍‌ ଖେଳା ଯାଇ ନ ଥିବା ବେଳେ ୧୭ ବର୍ଷ ହେବ ଟେଷ୍ଟ ସିରିଜ୍‌ ଖେଳା ଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri