Posted inଖେଳ

‘ଆର୍ଦ୍ର ପରିବେଶରୁ ଭାରତକୁ ଫାଇଦା ମିଳିବ’

ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତର ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ଭାନୁଆଟୁ ହୋଇଥିବାରୁ ଭୁବନେଶ୍ୱରର ଆର୍ଦ୍ର ପରିବେଶରୁ ଘରୋଇ ଦଳକୁ ଫାଇଦା ମିଳିବ ବୋଲି ଅନୁଭବ କରୁଛନ୍ତି ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ୍‌। ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଥିବାରୁ ଆଗାମୀ ମ୍ୟାଚ୍‌ରେ ସେ ଦଳଠାରୁ ଅଧିକ ଗୋଲ ଆଶା କରୁଛନ୍ତି। ”ପ୍ରଥମ ମ୍ୟାଚ୍‌ରେ ଆମ ଖେଳାଳିଙ୍କ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟରେ ମୁଁ ପ୍ରଭାବିତ ହୋଇଛି। ଆମେ ଟ୍ରେନିଂ ସେସନରେ ଏପରି ଅଭ୍ୟାସ କରିଥିଲୁ। ଭୁବନେଶ୍ୱରର ପରିବେଶ ଏବେ ଉଷ୍ମ ଏବଂ ଆର୍ଦ୍ର। ତେଣୁ ଭ୍ରମଣକାରୀ ଦଳକୁ ଏହା ସହିତ ଖାପ ଖୁଆଇବା ସହଜ ହେବନି। ଖେଳବେଳେ ପଡ଼ିଆରେ ନିଶ୍ଚିତ ଏହାର ପ୍ରଭାବ ପଡ଼ିବ। ଆମେ ଏଠାରେ ଗତ ୩ ସପ୍ତାହରୁ ଊର୍ଦ୍ଧ୍ୱ ଟ୍ରେନିଂ ଜାରି ରଖିଛୁ। ତେଣୁ ଏଥିରୁ ନିଶ୍ଚିତ ଫାଇଦା ମିଳିବ। ଭାନୁଆଟୁ-ଲେବାନନ୍‌ ମ୍ୟାଚ୍‌ରେ ଆମେ ଏପରି କିଛି ଦେଖିବାକୁ ପାଇଥିଲୁ। ପ୍ରଥମାର୍ଦ୍ଧରେ କେତେକ ଖେଳାଳି ଆହତ ହୋଇଯାଇଥିଲେ। ତେଣୁ ପରିବେଶ ସହିତ ଖାପ ଖୁଆଇବା କଷ୍ଟକର ହେଉଥିବା ସ୍ପଷ୍ଟ“ ବୋଲି ଷ୍ଟିମାକ୍‌ ପ୍ରକାଶ କରିଛନ୍ତି। ଲେବାନନ୍‌ ବିପକ୍ଷ ମ୍ୟାଚ୍‌ରେ ଆମେ ଭାନୁଆଟୁର ପ୍ରଦର୍ଶନକୁ ଦେଖିଛୁ। ଶାରୀରିକଭାବେ ଏହି ଦଳ ବେଶ୍‌ ଦକ୍ଷ। ତେବେ ଏହାର ଶକ୍ତିଶାଳୀ ଦିଗ ଏବଂ ଦୁର୍ବଳତା ରହିଛି। ଏହାକୁ ଲକ୍ଷ୍ୟରେ ରଖି ଆମେ ଆଗାମୀ ମ୍ୟାଚ୍‌ ଖେଳିବୁ ବୋଲି ଷ୍ଟିମାକ୍‌ କହିଛନ୍ତି।

ଏସିଆରେ ଖେଳିବା ଚ୍ୟାଲେଞ୍ଜପୂର୍ଣ୍ଣ

ନିଜର ପ୍ରଥମ ମ୍ୟାଚ୍‌ରେ ଲେବାନନ୍‌ଠାରୁ ହାରିଥିଲେ ହେଁ ଦଳର ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଅଛନ୍ତି ଭାନୁଆଟୁ କୋଚ୍‌ ଇଟିନେ ମେର୍ମେର। ”ଲେବାନନ୍‌ ବିପକ୍ଷ ମ୍ୟାଚ୍‌ କଷ୍ଟସାଧ୍ୟ ହେବବୋଲି ଆମେ ଜାଣିଥିଲୁ। ମାତ୍ର ଏହା ଏକ ଭଲ ମ୍ୟାଚ୍‌ ଥିଲା। ଆମ ଦଳର ଖେଳାଳିମାନେ ଏହି ଗେମ୍‌ରୁ ଅନେକ ଅଭିଜ୍ଞତା ଆହରଣ କଲେ। ଆମେ ପୂର୍ବରୁ କେବେହେଲେ ଭାରତ, ଲେବାନନ୍‌ କିମ୍ବା ମଙ୍ଗୋଲିଆ ପରି ଦଳ ବିପକ୍ଷରେ ଖେଳିନାହୁଁ। ଏସିଆରେ ଖେଳିବା ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। ଏଠାକାର ଷ୍ଟାଡିୟମ ବହୁତ ଭଲ। ଏଭଳି ପରିବେଶରେ ଖେଳିବା ଦ୍ୱାରା ଖେଳାଳିମାନଙ୍କୁ ନୂଆ ଅଭିଜ୍ଞତା ମିଳିଲା। ଭାନୁଆଟୁରେ ଏପରି ସୁବିଧା ସୁଯୋଗ ନାହିଁ। ଆମେ ଏଠାରେ ଖେଳକୁ ଉପଭୋଗ କରୁଛୁ ଏବଂ ଭାରତ ବିପକ୍ଷ ମ୍ୟାଚ୍‌କୁ ଆଗ୍ରହର ସହ ଅପେକ୍ଷା କରିଛୁ“ ବୋଲି ମେର୍ମେର ପ୍ରକାଶ କରିଛନ୍ତି। ଆମ ଦଳରେ କେବଳ ୩ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଲୋକାଲ ଖେଳାଳି। ୨ ଜଣ ଫରଓ୍ବାର୍ଡ ଆଜାରିଆ ସୋରୋମନ ଓ ଆଲେକ୍ସ ସାନେଲ ଫିଜିରେ ସୁଭା ଏଫ୍‌ସି ପକ୍ଷରୁ ଏବଂ ଅଧିନାୟକ ବ୍ରାଏନ କାଲ୍‌ଟାକ୍‌ ସେଣ୍ଟ୍ରାଲ କୋଷ୍ଟ ମାରିନର୍ସ ପକ୍ଷରୁ ଏ-ଲିଗ୍‌ରେ ଖେଳୁଛନ୍ତି। ସମସ୍ତ ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମେର୍ମେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?