ଭାରତ ଆମକୁ ସମର୍ଥନ କରୁ: ଜେଲେନ୍‌ସ୍କି

କିଭ୍‌,୨୪ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଗସ୍ତକର କିଭ୍‌ରେ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଚିରନ୍ତନ ଶାନ୍ତି ବାର୍ତ୍ତାର ପ୍ରାସଙ୍ଗିକତା ଓ ମହତ୍ତ୍ୱ ବୁଝାଇଛନ୍ତି।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୯୧୦ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ପୋଲାଣ୍ଡରୁ ଏକ ‘ରେଳ ଫୋର୍ସ ଓ୍ବାନ୍‌’ରେ ଟ୍ରେନ୍‌ରେ ୧୦ ଘଣ୍ଟା ଯାତ୍ରାକରି ୟୁକ୍ରେନ୍‌ରେ ପହଞ୍ଚତ୍ଥିଲେ। କିଭ୍‌ର ହୟାତ୍‌ ହୋଟେଲରେ ଭାରତୀୟ ସମୁଦାୟ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହା ପରେ ନ୍ୟାଶନାଲ ମ୍ୟୁଜିୟମ୍‌ ଅଫ୍‌ ହିଷ୍ଟ୍ରିରେ ଯୁଦ୍ଧରେ ପ୍ରାଣ ହରାଇଥିବା ପିଲାଙ୍କ ସ୍ମୃତିରେ ରଖାଯାଇଥିବା କଣ୍ଢେଇ ପ୍ରଦର୍ଶନୀ ବୁଲି ଦେଖିଥିଲେ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମୋଦିଙ୍କୁ ଆଲିଙ୍ଗନ କରି ତାଙ୍କ ସହ ହାତ ମିଳାଇଥିଲେ। ପ୍ରଦର୍ଶନୀ ଦେଖିବା ପରେ ପ୍ରଧାନମନ୍ତ୍ରୀ ରୁଷିଆ ଆକ୍ରମଣରେ ଛୋଟ ପିଲାଙ୍କ ପ୍ରାଣହାନିକୁ ନେଇ ଶୋକବ୍ୟକ୍ତ କରିଥିଲେ।
ପୂର୍ବରୁ ମୋଦି ‘ଓଏସିସ୍‌ ଅଫ୍‌ ପିସ୍‌’ ପାର୍କରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏକ ସୁସଂହତ ସମାଜ ଗଠନରେ ଗାନ୍ଧିଜୀଙ୍କ ଶାନ୍ତି ବାର୍ତ୍ତାର ସୁଦୂରପ୍ରସାରୀ ପ୍ରଭାବ ଏବଂ ତାଙ୍କ ମାର୍ଗ ଅନୁସରଣ କରି ସାମ୍ପ୍ରତିକ ସମୟରେ ବୈଶ୍ୱିକ ଆହ୍ବାନଗୁଡ଼ିକର କିପରି ସମାଧାନ କରାଯାଇପାରିବ ତାହା ଉପରେ ମୋଦି ଆଲୋକପାତ କରିଥିଲେ। ମୋଦି କହିଥିଲେ, ବାପୁଙ୍କ ଆଦର୍ଶ ବିଶ୍ୱର ଅନେକ ନିୟୁତ ଲୋକଙ୍କ ପାଇଁ ଆଶାର କିରଣ। ଆମେ ସମସ୍ତେ ଗାନ୍ଧିଜୀ ଦେଖାଇଥିବା ମାନବିକତାର ପଥ ଅନୁସରଣ କରିବା ଉଚିତ। ଏହି ଅବସରରେ ଦୁଇନେତାଙ୍କ ମଧ୍ୟରେ ୟୁକ୍ରେନ୍‌କୁ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଦିଗରେ ଆଲୋଚନା ହୋଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ୍ସ’ରେ ସୂଚନା ଦିଆଯାଇଛି।
ୟୁକ୍ରେନ୍‌ ସ୍ବାଧୀନ ହେବା ପରେ ଉକ୍ତ ପୂର୍ବ ୟୁରୋପୀୟ ଦେଶକୁ ଏହା ହେଉଛି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ରୁଷିଆର କୁର୍‌ସ୍କ ଅଞ୍ଚଳରେ ଅନେକ ହଜାର ୟୁକ୍ରେନୀୟ ସୈନ୍ୟ ପ୍ରବେଶ କରି ଆକ୍ରମଣ ଜାରି ରଖିଥିତ୍ବାବେଳେ ମୋଦିଙ୍କ ୭ ଘଣ୍ଟିଆ କିଭ୍‌ ଗସ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହାର ୬ ସପ୍ତାହ ପୂର୍ବରୁ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାଇପ୍ରୋଫାଇଲ ରୁଷିଆ ଗସ୍ତ ଚର୍ଚ୍ଚିତ ହୋଇଥିଲା। ସେତେବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ମୋଦିଙ୍କ ଆଲିଙ୍ଗନକୁ ଜେଲେନ୍‌ସ୍କି ସମାଲୋଚନା କରିଥିଲେ। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ନେତା ବିଶ୍ୱର ସବୁଠୁ ବଡ଼ ହତ୍ୟାକାରୀଙ୍କୁ ଆଲିଙ୍ଗନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ଗତ ଜୁନ୍‌ରେ ଇଟାଲୀର ଅପୁଲିଆ ସହରରେ ଜି୭ ସମ୍ମିଳନୀରେ ମୋଦି ଓ ଜେଲେନ୍‌ସ୍କି ପରସ୍ପରକୁ ଭେଟିଥିଲେ। ୟୁକ୍ରେନ୍‌ ସଂଘର୍ଷର ଅବସାନ ପାଇଁ ‘ଆଲୋଚନା ଓ କୂଟନୀତି’ ଏକମାତ୍ର ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ଜି୭ରେ ମତବ୍ୟକ୍ତ କରିବା ସହ କିଭ୍‌କୁ ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ସେହି ମତକୁ ମୋଦି ସଦ୍ୟ ପୋଲାଣ୍ଡ ଗସ୍ତ ବେଳେ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କ ଆଗରେ ଦୋହରାଇଥିଲେ।

ଭାରତ-ୟୁକ୍ରେନ୍‌ ୪ ଚୁକ୍ତି ସ୍ବାକ୍ଷରିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଭ୍‌ ଗସ୍ତ ଅବସରରେ ଭାରତ ଓ ୟୁକ୍ରେନ୍‌ ମଧ୍ୟରେ ୪ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୃଷି, ଖାଦ୍ୟ ଶିଳ୍ପ, ମେଡିସିନ୍‌, ସଂସ୍କୃତି ଓ ମାନବୀୟ ସହାୟତା ଆଦି କ୍ଷେତ୍ରରେ ଏହି ରାଜିନାମା ହୋଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୂଚନା ଦେଇଛନ୍ତି। ମୋଦି ଓ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ସାକ୍ଷାତ ବେଳେ ସେଠାକାର ସାମରିକ ସ୍ଥିତି ଓ ଶାନ୍ତି ପ୍ରତିଷ୍ଠା ନେଇ ସମ୍ଭାବ୍ୟ ମାର୍ଗ ଉପରେ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ଦୁଇନେତାଙ୍କ ମଧ୍ୟରେ ବାଣିଜ୍ୟ, ଆର୍ଥିକ ସହଯୋଗ, ପ୍ରତିରକ୍ଷା ଓ ଶିକ୍ଷା ସମ୍ପର୍କରେ ଆଲୋଚନା ହୋଇଛି। ଏହି ଅବସରରେ ମୋଦି ୟୁକ୍ରେନୀୟ ଅଞ୍ଚଳକୁ ଶାନ୍ତି ଫେରାଇ ଆଣିବା ଦିଗରେ ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଆଇନ୍ ଆଣିବେ ସରକାର: ପିଲାଙ୍କ ପାଇଁ ବନ୍ଦ ହେବ ସୋସିଆଲ ମିଡିଆ

କାନ୍‌ବେରା, ୧୦।୯: ଅଷ୍ଟ୍ରେଲିଆରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖିବା ପଇଁ ଖୁବ୍‌ଶୀଘ୍ର ଆଇନ କାର୍ଯ୍ୟକାରୀ ହେବ। ଏନେଇ ସରକାର ଚିନ୍ତା କରୁଛନ୍ତି ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ...

ପ୍ରତି ପାଞ୍ଚ ମିନିଟରେ ଭାରତର ବିଶ୍ୱସ୍ତତା ପରୀକ୍ଷା କରିପାରିବୁ ନାହିଁ: କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୯: ଗତ ଦୁଇ ମାସ ମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଏବଂ ରୁଷିଆ ଗସ୍ତ କରିଛନ୍ତି। ରୁଷିଆ ଗସ୍ତ ପରେ ଆମେରିକା ସହ...

ଫସିଗଲେ ରାହୁଲ! ଭାଜପା କହିଲା ତୁମକୁ କୋର୍ଟ ପର୍ଯ୍ୟନ୍ତ ଘୋଷାଡିବୁ

ନୂଆଦିଲ୍ଲୀ,୧୦।୯: ତିନି ଦିନିଆ ଆମେରିକା ଗସ୍ତରେ ଆସିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଭାଜପା ଏବଂ ଆରଏସଏସ ଉପରେ ଖୁବ୍‌ ବର୍ଷିଛନ୍ତି। ଅନେକ କାର୍ଯ୍ୟକ୍ରମରେ ରାହୁଲ...

ଆମେରିକାରେ ଥାଇ ଏମିତି କ’ଣ କହିଦେଲେ ରାହୁଲ ଗାନ୍ଧୀ: ଭାରତରେ ବଢିଲାଣି ରାଜନୈତିକ ତାତି

ଓ୍ବାଶିଂଟନ୍‌,୧୦।୯: କଂଗ୍ରେସ ନେତା ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ଆମେରିକୀୟ ଗସ୍ତ ସମୟରେ କ୍ରମାଗତ ଭାବରେ ଭାଜପା ଏବଂ ନରେନ୍ଦ୍ର ମୋଦି ସରକାରଙ୍କ...

କିଏ ସେହି ରହସ୍ୟମୟ ଯୁବତୀ, ଯାହାଙ୍କ ସହିତ ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୦।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ତାଙ୍କର ଅନେକ ଫଟୋ ସେଠାରୁ...

ପୁରୁଷ କର୍ମଚାରୀଙ୍କ ସହ ଜବରଦସ୍ତି ଯୌନ ସମ୍ପର୍କ ରଖୁଥିଲେ ମହିଳା ସିନେଟର, ଇଚ୍ଛା ପୂରଣ ନ ହେବାରୁ…

ଓ୍ବାଶିଂଟନ,୧୦।୯: ଆମେରିକା କାଲିଫର୍ନିଆର ମହିଳା ସିନେଟର ମେରି ଆଲଭାରାଡୋ-ଗିଲଙ୍କ ନାମରେ ତାଙ୍କର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି। ତାଙ୍କୁ ସେ ‘ଯୌନ ଦାସ’ ଭାବରେ...

ମୁଁ ମୋଦିଙ୍କୁ ପସନ୍ଦ କରେ, ଆମେରିକାରେ ଚମକାଇବା ଭଳି ବୟାନ ଦେଲେ ରାହୁଲ

ଟେକ୍ସାସ,୧୦।୯: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତ ସମୟରେ ପୁଣିଥରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼, ୧୮ ମୃତ

ଡାମାସ୍‌କସ୍‌, ୧୦।୯: ଇସ୍ରାଏଲ ସୋମବାର ସିରିଆରେ ମିଶାଇଲ ମାଡ଼ କରିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri