ବାରବାଟୀ T20 ମ୍ୟାଚ୍ ଟିକେଟ୍: ବିକ୍ରି ହେବ ୨୩,୦୦୦ରୁ ଅଧିକ ଟିକେଟ୍, ଜାଣନ୍ତୁ କେମିତି କିଣିବେ

କଟକ,୩୦।୧୧: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୯ ତାରିଖ ସନ୍ଧ୍ୟା ୭ଟାରୁ ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ T20 ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଡିସେମ୍ବର ୧ ଅର୍ଥାତ ସୋମବାର ଠାରୁ ଆରମ୍ଭ ହେବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁବନ୍ଧିତ ୟୁନିଟ୍, ଅନ୍‌ଲାଇନ୍ ଏବଂ ବକ୍ସ ଅଫିସ୍ (ଅଫଲାଇନ୍) ବିକ୍ରିକୁ ମିଶାଇ ମୋଟ ୨୩,୦୦୦ରୁ ଅଧିକ ଟିକେଟ୍ ବିକ୍ରି କରାଯିବ।

ଏଥିରେ ଅନଲାଇନ୍, ଅଫିଲିଏଟେଡ୍ ୟୁନିଟ୍ ଏବଂ ବକ୍ସ ଅଫିସ୍ ଟିକେଟ୍ ସାମିଲ ରହିଛି। ଅନଲାଇନ୍‌ରେ କେବଳ ପ୍ରାୟ ୨୦୦୦ ଟିକେଟ୍ Zomato ମାଧ୍ୟମରେ ବିକ୍ରି କରାଯିବ। ଅନଲାଇନ୍ ଟିକେଟ୍ ଡିସେମ୍ବର ୮ରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଏବଂ ଡିସେମ୍ବର ୯ରେ ସକାଳ ୯ଟାରୁ ଅପରାହ୍ନ ୧ଟା Cambridge School ଠାରେ ରିଡିମ୍ କରାଯାଇ ପାରିବ।

ଅଫିଲିଏଟେଡ୍ ୟୁନିଟ୍‌ମାନଙ୍କ ପାଇଁ SBI ଦ୍ୱାରା OCA କନଫରେନ୍ସ ହଲ୍‌ରେ ଡିସେମ୍ବର ୩ ଓ ୪ ତାରିଖରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଟିକେଟ୍ ବିକ୍ରି ହେବ। ସାଧାରଣ ଲୋକଙ୍କ ପାଇଁ ବାରବାଟୀ ଷ୍ଟାଡିୟମ୍ କାଉଣ୍ଟରରେ ଡିସେମ୍ବର ୫ ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ ଏବଂ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ବୈଧ ପରିଚୟପତ୍ର ସହ କିଣିପାରିବେ। ଟିକେଟର ମୂଲ୍ୟ ଗ୍ୟାଲେରୀ ୭୦୦ ଟଙ୍କାରୁ ଆରମ୍ଭ ହୋଇ କର୍ପୋରେଟ୍ ବକ୍ସ ପାଇଁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସୁରକ୍ଷା ଓ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ଅଭ୍ୟାସ ଦେଖିବା ପାଇଁ ଗ୍ୟାଲେରୀ ନମ୍ବର ୬ ଓ ୭ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ। ଦର୍ଶକଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଖାଦ୍ୟ ଷ୍ଟଲ୍ ଉପଲବ୍ଧ କରାଯିବ। ଦର୍ଶକଙ୍କ ସୁବିଧା ପାଇଁ କଟକରେ ତିନୋଟି ଫାନ୍ ପାର୍କ (ଉପର ବାଲିଯାତ୍ରା ପଡ଼ିଆ, ତଳ ବାଲିଯାତ୍ରା ପଡ଼ିଆ ଏବଂ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ୍) ସ୍ଥାପନ କରାଯିବ। ଉଭୟ ଦଳ ଡିସେମ୍ବର ୭ ତାରିଖରେ ଆସି ପରଦିନ ଅଭ୍ୟାସ କରିବେ ଏବଂ ମ୍ୟାଚ୍ ଦିନ ଦର୍ଶକଙ୍କ ପାଇଁ ଗେଟ୍ ମ୍ୟାଚ୍ ଆରମ୍ଭ ହେବାର ୩ ଘଣ୍ଟା ପୂର୍ବରୁ ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ହେଲିକପ୍ଟର ଯୋଗେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୩୦।୭: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ଆକାଶମାର୍ଗରୁ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri