Posted inଖେଳ

ଚତୁର୍ଥ ଟି-୨୦ରେ ଇଶାନ କିଶନ IN, ବୈଭବ OUT! କାହାକୁ ମିଳିଲା ସ୍ଥାନ, ସମ୍ଭାବ୍ୟ ପ୍ଲେଇଂ-୧୧ ଉଡାଇଦେବ ହୋସ୍‌

ନୂଆଦିଲ୍ଲୀ, ୨୯।୧୦: ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଖେଳାଯିବ। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସିରିଜରେ ୩-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିସାରିଛି। ଏବେ ବାକି ଦୁଇଟି ମ୍ୟାଚ ନ୍ୟୁଜିଲାଣ୍ଡ ପାଇଁ ସମ୍ମାନର ଲଢ଼େଇ ହୋଇଥିବା ବେଳେ ଟିମ ଇଣ୍ଡିଆର ନଜର ସିରିଜକୁ କ୍ଲିନ ସୁଇପ କରିବା ଉପରେ ରହିବ।

ଏହି ମ୍ୟାଚ ପୂର୍ବରୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଇଶାନ କିଶନ ଫିଟ ହେଲେ ପ୍ଲେଇଂ-୧୧ରୁ କାହାକୁ ବାଦ ଦିଆଯିବ? ବୈଭବ ସୂର୍ଯ୍ୟବଂଶୀଙ୍କୁ କ’ଣ ବାହାରେ ବସିବାକୁ ପଡ଼ିବ? କାରଣ, ଗତ ମ୍ୟାଚରେ ବୈଭବ ୪୫ ରନର ଚମତ୍କାର ଇନିଂସ ଖେଳିଥିଲେ। ଏହା ସହ ଅଭିଷେକ ଶର୍ମାଙ୍କ ସହ ମିଶି ପ୍ରଥମ ଉଇକେଟ୍‌ ପାଇଁ ୧୩୩ ରନର ଭାଗୀଦାରି ଗଢ଼ିଥିଲେ।

ଭାରତ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ପ୍ରଥମ ଓ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ହାସଲ କରିଥିଲା। ଏହାପରେ ୱେଲିଂଟନରେ ଖେଳାଯାଇଥିବା ପୂର୍ବ ମ୍ୟାଚରେ ଭାରତୀୟ ଦଳ ୧୯୯ ରନର ଲକ୍ଷ୍ୟକୁ ୪୦ଟି ବଲ ବାକି ଥାଇ ହାସଲ କରି ସିରିଜ ଜିତିଥିଲା।

ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ପ୍ରଥମ ଉଇକେଟ୍‌ ପାଇଁ ୧୩୩ ରନ ଯୋଡ଼ିଥିଲେ। ଉଭୟ ମାତ୍ର ୫ ଓଭରରେ ୧୦୦ ରନ ପୂରଣ କରି ରେକର୍ଡ କରିଥିଲେ। ଏଭଳି ପ୍ରଦର୍ଶନ ପରେ ବୈଭବଙ୍କୁ ଦଳରୁ ବାଦ ଦେବା ସହଜ ହେବ ନାହିଁ। ଆଘାତ ଯୋଗୁଁ ଇଶାନ କିଶନ ପ୍ରଥମ ମ୍ୟାଚ୍ରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରିନଥିଲେ। ଏହାପରେ ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ, ତାଙ୍କ ଡାହାଣ ଜଙ୍ଘର ମାଂସପେଶୀରେ ସାମାନ୍ୟ ଆଘାତ ଲାଗିଛି, ଯାହାକୁ ଲୋ-ଗ୍ରେଡ ଆଡକ୍ଟର ଷ୍ଟ୍ରେନ କୁହାଯାଏ।

ତୃତୀୟ ଟି-୨୦ ମ୍ୟାଚ ପୂର୍ବରୁ ବିସିସିଆଇ ସୂଚନା ଦେଇଥିଲା ଯେ, ଇଶାନ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତେବେ ଚତୁର୍ଥ ମ୍ୟାଚ ପୂର୍ବରୁ ତାଙ୍କ ଫିଟ୍ନେସ୍କୁ ନେଇ କୌଣସି ଆଧିକାରିକ ବିବୃତ୍ତି ଆସିନାହିଁ।

କିନ୍ତୁ ଇଶାନ ଅକଲାଣ୍ଡରେ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଛନ୍ତି। ଏହା ତାଙ୍କ ଫିଟ୍‌ନେସ୍‌ର ସୁଧାର ଆସିଥିବାର ସଙ୍କେତ ଦେଉଛି। ଏବେ ପ୍ରଶ୍ନ ହେଉଛି, ସେ ଚତୁର୍ଥ ମ୍ୟାଚରେ ପ୍ଲେଇଂ-୧୧କୁ ଫେରିବେ କି? ଯଦି ଫେରନ୍ତି, ତେବେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦିଆଯିବ କି?

ସମ୍ଭାବନା ରହିଛି ଯେ, ଇଶାନ କିଶନ ସୁସ୍ଥ ହୋଇଗଲେ ମଧ୍ୟ ବିସିସିଆଇ ତାଙ୍କୁ ତୁରନ୍ତ ମ୍ୟାଚରେଖେଳାଇବାକୁ ତରବର ହେବ ନାହିଁ। କାରଣ ଭାରତୀୟ ଦଳ ସିରିଜରେ ଅପରାଜେୟ ଅଗ୍ରଣୀ ହାସଲ କରିସାରିଛି। ତେଣୁ ଚତୁର୍ଥ ଟି-୨୦ରେ ମଧ୍ୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ-୧୧ରେ ସୁଯୋଗ ମିଳିପାରେ।

ଭାରତର ସମ୍ଭାବ୍ୟ ପ୍ଲେଇଂ-୧୧
ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଶ୍ରେୟସ ଆୟର, ତିଳକ ବର୍ମା, ନମନ ଧୀର
ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୧ରୁ ବଦଳିବ SBI କ୍ରେଡିଟ କାର୍ଡ ନିୟମ, ଏହି ସବୁ ପେମେଣ୍ଟରେ ଲାଗିବ ଅତିରିକ୍ତ ଶୁଳ୍କ

ନୂଆଦିଲ୍ଲୀ, ୨୯।୧୦: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ୧ ଡିସେମ୍ବର…

Video: ଆରସିବି (RCB) ତାଙ୍କୁ କିଣିବା ମାତ୍ରେ ହୋଟେଲ ରୁମାର ଏମିତି ନାଚିଲେ ଶ୍ରେୟଙ୍କା ପାଟିଲ , ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୯।୧୦: ବୁଧବାର କୋଚିରେ ‘ୱିମେନ୍ସ ପ୍ରିମିୟର ଲିଗ’ (WPL) ର ପଞ୍ଚମ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପାଞ୍ଚଟି ଦଳ ମୋଟ ୨୭…

ଡିଡ୍ରବାଡ଼ିରେ ଭୂସ୍ଖଳନ: ବାଡ଼ାବାଙ୍ଗା-ଡିଡ୍ରବାଡ଼ି ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦାରିଙ୍ଗବାଡ଼ି ଅଞ୍ଚଳର ବହୁ ଗ୍ରାମ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକର ବାଡ଼ାବାଙ୍ଗା ପଞ୍ଚାୟତର ୧୫ ନଂ ଓ୍ବାର୍ଡ ଡିଡ୍ରବାଡ଼ି ଗାଁ…

ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ ଏମିତି କାମ କଲେ ଶୁଭମନ ଗିଲ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ (ODI) ସିରିଜ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଭାରତୀୟ ଅଧିନାୟକ…

ଆଜି ରାତିରେ ଘଟିବ ବିରଳ ସଂଯୋଗ: ବୃଷ-ମିଥୁନ ସମେତ ୪ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ଘରକୁ ଆସିବ ଖୁସିଖବର!

ଅକ୍ଟୋବର ୨୯ ତାରିଖ ରାତିରେ ଚନ୍ଦ୍ରମା ବୃଷ ରାଶିରୁ ବାହାରି ତୁଳା ରାଶିକୁ ଗୋଚର କରିବେ। ରାତି ୧୦ଟା ୭ ମିନିଟରେ ଚନ୍ଦ୍ରଙ୍କ ଏହି ରାଶି ପରିବର୍ତ୍ତନ…

ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୯ା୧୦: ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଏହି ପ୍ରଶ୍ନର ଉତ୍ତରରେ ଅନେକ କ୍ରିକେଟରଙ୍କ ନାଁ ସାମ୍ନାକୁ ଆସିପାରେ। କିନ୍ତୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଦିନେଶ…

ବାଘୁଆ ଜଳଭଣ୍ଡାର ଜଳସ୍ତର ବୃଦ୍ଧି: ୨ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ

ବୁଗୁଡ଼ା,୨୯ା୧୦(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମତାଝରିସ୍ଥିତ ବାଘୂଆ ଜଳଭଣ୍ଡାରର ସୁରକ୍ଷିତ ଓ ଜଳସ୍ତରର ବିପଦକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ଜଳଭଣ୍ଡାରର ୨ଟି…

ଭାଙ୍ଗିଲା ଋଷିକୂଲ୍ୟା ନଦୀବନ୍ଧ, ବରଙ୍ଗବଡ଼ମାଧପୁର ମୁଖ୍ୟ ରାସ୍ତାରେ ସୁଅ ଛୁଟିଛି ପାଣି

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ସାଙ୍ଗକୁ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଗୋବା ନିକଟରେ ନଦୀବନ୍ଧ ଭାଙ୍ଗିଯାଇଛି। ଫଳରେ ନଦୀଜଳ ଆଖପାଖ ଅଞ୍ଚଳକୁ ପ୍ରବେଶ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?