Posted inଖେଳ

ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ: ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କଲା ଭାରତ

ସାଉଥମ୍ପଟନ,୮।୭: ସାଉଥମ୍ପଟନରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କରିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୫୧ ରନର ଚମତ୍କାର ଇନିଂସ ଖେଳିଥିଲେ। ଏହାର ଜବାବରେ ଇଂଲଣ୍ଡ ଦଳ ୧୯.୩ ଓଭରରେ ୧୪୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଚମତ୍କାର ବ୍ୟାଟିଂ କରିବା ପରେ ହାର୍ଦ୍ଦିକ ମଧ୍ୟ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ। ସେ ଚାରି ଓଭରରେ ୩୩ ରନ ଦେଇ ୪ଟି ଉଇକେଟ ନେଇଥିଲେ। ତାଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ୨୯ ରନ୍‌ ସ୍କୋରରେ ଭାରତ ପ୍ରଥମ ଝଟକା ପାଇଥିଲା। ପାଞ୍ଚ ଚୌକା ସହାୟତାରେ ଅଧିନାୟକ ରୋହିତ ଶର୍ମା ୧୪ଟି ବଲରେ ୨୪ ରନରେ ଆଉଟ୍‌ ହୋଇଥିଲେ। ଏହା ପରେ ୧୦ଟି ବଲରେ ୮ ରନ ସ୍କୋର କରିବା ପରେ ଇଶାନ କିଶନଙ୍କୁ ମଧ୍ୟ ଆଉଟ୍‌ କରାଯାଇଥିଲା। ଉଭୟଙ୍କୁ ସ୍ପିନର ମୋଇନ ଅଲିଙ୍କ ପାଭିଲିୟନକୁ ପଠାଇଥିଲେ।ଏହା ପରେ ଦୀପକ ହୁଦା କିଛି ଭଲ ସଟ ମାରିଥିଲେ। ତେବେ ତିନି ଚୌକା ଓ ଦୁଇଟି ଛକା ସହାୟତାରେ ସେ ୧୭ ବଲରେ ୩୩ ରନରେ ଆଉଟ୍‌ ହୋଇଥିଲେ।
ଏହା ପରେ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ଉଇକେଟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ୩୭ ରନ ଭାଗିଦାରୀ ବାଣ୍ଟିଥିଲେ। ଚାରିଟି ଚୌକା ଓ ଦୁଇଟି ଛକା ସହାୟତାରେ ୧୯ଟି ବଲରେ ୩୯ ରନରେ ସୂର୍ଯ୍ୟକୁମାର ଆଉଟ୍‌ ହୋଇଥିଲେ। ଅକ୍ଷର ପଟେଲ ୧୨ ବଲରୁ ୧୭ ରନ, ଦୀନେଶ କାର୍ତ୍ତିକ ୧୧ ବଲରୁ ୭ ରନ ଏବଂ ହର୍ଷଲ ପଟେଲ ୬ ବଲରେ ୩ ରନ କରିଥିଲେ। ଏହି ସମୟରେ ହାର୍ଦ୍ଦିକ ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୩ ବଲରୁ ୫୧ ରନରେ ଆଉଟ୍‌ ହୋଇଥିଲେ।
ଇଂଲଣ୍ଡ ପାଇଁ ମୋଇନ ଅଲି ଏବଂ କ୍ରିସ ଜୋର୍ଡାନ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ରିସ ଟୋପଲି, ଟାଇମଲ ମିଲ୍ସ ଏବଂ ପାର୍କିନ୍ସନ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
୧୯୯ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦଳର ଆରମ୍ଭ ବହୁତ ଖରାପ ଥିଲା। ଦଳ ୩୩ ରନରେ ୪ଟି ଉଇକେଟ ହରାଇଥିଲା। ଭୁବନେଶ୍ୱର କୁମାର ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଥିଲେ। ସେ ଇନିଂସର ପ୍ରଥମ ଓଭରରେ ନବନିଯୁକ୍ତ ଇଂଲଣ୍ଡ ଅଧିନାୟକ ଜୋସ ବଟଲରଙ୍କୁ ଆଉଟ୍‌ କରିଥିଲେ। ବଟଲର୍‌ ଖାତା ମଧ୍ୟ ଖୋଲିପାରି ନ ଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ଓଭରରେ ଦୁଇଟି ଉଇକେଟ ନେଇଥିଲେ। ୟୁଜଭେନ୍ଦ୍ର ଚହଲ ୧୩ତମ ଓଭରରେ ହ୍ୟାରି ବ୍ରୁକ ଏବଂ ମୋଇନ ଅଲିଙ୍କୁ ପାଭିଲିୟନକୁ ପଠାଇଥିଲେ। ମୋଇନ ଚାରି ଚୌକା ଓ ଦୁଇଟି ଛକା ସହାୟତାରେ ୨୦ ବଲରୁ ୩୬ ରନ କରି ଆଉଟ୍‌ ହୋଇଥିଲେ। ଇଂଲଣ୍ଡର ଇନିଂସ ୧୪୮ ରନରେ ଶେଷ ହୋଇଯାଇଥିଲା। କ୍ରିସ ଜୋର୍ଡାନ ୨୬ରେ ଅପରାଜିତ ରହିଥିଲେ। ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଉଇକେଟ ନେଇଥିଲେ। ଅର୍ଶଦୀପ ଏବଂ ଚହଲ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?