Posted inଖେଳ

ଦକ୍ଷିଣ ଆଫ୍ରିକାକୁ ୨୩୮ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଗୁଆହାଟୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଭାରତ ଜବରଦସ୍ତ ବ୍ୟାଟିଂ କରିଛି। ପ୍ରଥମ ବ୍ୟାଟିଂ କରି ଭାରତ ୨୦ ଓଭରରେ ୩ ଉଇକେଟ ହରାଇ ୨୩୭ ରନ ସଂଗ୍ରହ କରିଛନ୍ତି।ଏହି ମ୍ୟାଚ୍‌ରେ କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଟସ ସ୍‌ ହାରି ପରେ ବ୍ୟାଟିଂ କରିଥିବା ଭାରତୀୟ ଦଳର ଓପନର ଏକ ଭଲ ଆରମ୍ଭ କରିଥିଲେ। ରୋହିତ ଏବଂ ରାହୁଲଙ୍କ ମଧ୍ୟରେ ପ୍ରଥମ ଉଇକେଟ ପାଇଁ ୫୯ ବଲରେ ୯୬ ରନ ସ୍କୋର କରିଥିଲେ। ୩୭ ବଲରେ ୪୩ ରନରେ ରୋହିତ ଆଉଟ୍‌ ହୋଇଥିଲେ। ଏଥିସହିତ କେଏଲ ରାହୁଲ ୨୮ ବଲରେ ୫୭ ରନର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୫ ଚୌକା ଓ ୪ଟି ଛକା ମାରିଥିଲେ। ରୋହିତ ଏବଂ ରାହୁଲଙ୍କ ଆଉଟ୍‌ ପରେ ସୂର୍ଯ୍ୟକୁମାର କୋହଲିଙ୍କ ସହ ଇନିଂସ ସମ୍ଭାଳିଥିଲେ। ସେ ୧୮ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୨୨ ବଲରୁ ୬୧ ସ୍କୋର କରିବା ପରେ ସୂର୍ଯ୍ୟ ରନ୍‌ଆଉଟ ହୋଇଥିଲେ। ସେ ତାଙ୍କ ଇନିଂସରେ ୫ ଚୌକା ଓ ୫ ଛକା ମାରିଥିଲେ।
ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ ଜିତି ଭାରତ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମିଥାଲି ରାଜଙ୍କ ଦଳରେ ସ୍ଥାନ ପାଇଲେ ଏହି ଓଡ଼ିଆ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ...

କ୍ରିକେଟର ‘ବିରାଟ’ ବାଦ୍‌ଶାହ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ବିଶ୍ୱକ୍ରିକେଟରେ ରାଜ୍‌ କରୁଥିବା କୋହଲି ଅନେକ ରେକର୍ଡର ଅଧିକାରୀ...

ଦୂତୀ ଭୋଗ୍‌ ଇଣ୍ଡିଆ ସ୍ପୋର୍ଟ୍ସପର୍ଶନ ଅଫ୍‌ ଦି ଇୟର

ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଭୋଗ୍‌ ଇଣ୍ଡିଆ ମାଗାଜିନ ପକ୍ଷରୁ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କୁ ସ୍ପୋର୍ଟ୍ସ ପର୍ଶନ ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ...

କୋହଲିଙ୍କୁ ଛୁଟି ମିଳିଗଲା, କିନ୍ତୁ ନଟରାଜନ ଏପର୍ଯ୍ୟନ୍ତ ଝିଅ ମୁହଁ ଦେଖିପାରିନାହାନ୍ତି

ମେଲବର୍ନ,୨୪।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପୈତୃକ ଛୁଟିର ଉଦାହରଣ ଦେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଭାରତୀୟ ଦଳ ପରିଚାଳନାକୁ...

ଏଥିପାଇଁ କୁଲଦୀପଙ୍କ ସ୍ଥାନରେ ସୁନ୍ଦରଙ୍କୁ ବାଛିଥିଲେ ରାହାନେ, ଏବେ କହିଲେ ମନକଥା

ଚେନ୍ନାଇ,୨୮।୧: ଅଷ୍ଟ୍ରେଲିଆରେ ଲଗାତାର ଦୁଇଟି ଟେଷ୍ଟ ସିରିଜ୍‌ ଜିତିବା ପରେ ପ୍ରଶଂସକମାନେ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସାରେ ଶତମୁଖ। ଏହି ବିଜୟ ପଛରେ ଦିଗ୍ଗଜ ଖେଳାଳି...

ଗାଭାସ୍କରଙ୍କ ଭବିଷ୍ୟବାଣୀ: ଏହି କ୍ରିକେଟର୍‌ ହେବେ ଭାରତୀୟ ଦଳର ଅଧିନାୟକ

ନୂଆଦିଲ୍ଲୀ,୧୩।୫: ମହାନ କ୍ରିକେଟର୍‌ ସୁନୀଲ ଗାଭାସ୍କର ଯୁବ ଉଇକେଟକିପଟ ରିଷଭ ପନ୍ତଙ୍କୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ, ରିଷଭ ଭବିଷ୍ୟତରେ...

ବିଶ୍ୱକପ୍‌ରେ ଭାଗ ନେବେ ରେସ୍‌ଲର ନରସିଂହ

ନୂଆଦିଲ୍ଲୀ, ୫ା୧୨ (ପି.ଟି.)-କୋଭିଡ୍‌ ଟେଷ୍ଟରେ ନେଗେଟିଭ ଆସିବା ପରେ ସର୍ବିୟାରେ ହେବାକୁଥିବା ଆଗାମୀ ବିଶ୍ୱକପ୍‌ରେ ରେସ୍‌ଲର ନରସିଂହ ଯାଦବଙ୍କ ଅଂଶଗ୍ରହଣ ଶୁକ୍ରବାର ସ୍ପଷ୍ଟ ହୋଇଛି। ଡୋପିଂ...

ମ୍ୟାକ୍ସଓ୍ବେଲ, ଡି’ ଭିଲର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ : ଆରସିବିର ହ୍ୟାଟ୍ରିକ ବିଜୟ

ଚେନ୍ନାଇ,୧୮।୪: ଚଳିତ ଆଇପିଏଲରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଏମ୍‌. ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଅପରାହ୍ନରେ...

Advertisement
Archives

Model This Week