ଆଫଗାନିସ୍ତାନକୁ କରୋନା ଭ୍ୟାକ୍ସିନ ପଠାଇଲା ଭାରତ

ମୁମ୍ବାଇ,୭ ।୨: ପୁଣିଥରେ ମାନବିକତାର ପରିଚୟ ଦେଇଛି ଭାରତ । କରୋନା ମହାମାରୀକୁ ନେଇ ସାରା ବିଶ୍ୱର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଏବେବି ମାନବିକତାର ପରିଚୟ ଦେଇ ଆଫଗାନିସ୍ତାନକୁ କରୋନା ଟିକା ଦେଇଛି ଭାରତ । ରବିବାର ମୁମ୍ବାଇ-ଦିଲ୍ଲୀ-କାବୁଲ ଏୟାର ଇଣ୍ଡିଆ ବିମାନ ଯୋଗେ ଭାରତରୁ କରୋନା ଭ୍ୟାକ୍ସିନ ଆଫଗାନିସ୍ତାନ ପଠାଯାଇଛି । ଗତ ମାସରେ ବି ୫ ଲକ୍ଷ ଡୋଜ କରୋନା ଭ୍ୟାକ୍ସିନ ଭାରତଠାରୁ ଆଫଗାନିସ୍ତାନ ଗ୍ରହଣ କରିଥିଲା । କରୋନାକୁ ଦୂର କରିବା ପାଇଁ ଭାରତରେ ପ୍ରସ୍ତୁତ ୨ଟି ଭ୍ୟାକ୍ସିନକୁ ଜରୁରୀ ପରିସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିବା ପରେ ପ୍ରଥମେ ଏହା ଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି । ଏହାପରେ ଭାରତ ବନ୍ଧୁତ୍ୱ ସୂତ୍ରରେ ଭୁଟାନ, ମାଲଦିଭିସ, ନେପାଳ, ମ୍ୟାନମାର ଓ ବାଂଲାଦେଶକୁ ବି କିଛି କିଛି ଭ୍ୟାକ୍ସିନ ଯୋଗାଇ ଦେଇଛି । ଏହାସହ ଭାରତରେ ପ୍ରାୟ ଆଉ ୫-୬ଟି ଭ୍ୟାକ୍ସିନ ପ୍ରସ୍ତୁତି କାମ ଚାଲିଛି । ସୂଚନାଯୋଗ୍ୟ, ଚାଇନାର ଉହାନ ସହରରୁ ପ୍ରଥମେ କରୋନା ମହାମାରୀ ଆରମ୍ଭ ହେବା ପରେ ଏହା ସାରା ବିଶ୍ୱକୁ ବ୍ୟାପି ଯାଇଥିଲା । ଏହାର କବଳରେ ଏବେବି ଆମେରିକା ଭଳି ବିକାଶଶୀଳ ଦେଶର ମେରୁଦଣ୍ଡ ଏକ ପ୍ରକାର ଦୋହଲି ଯାଇଛି କହିଲେ ଚଳେ ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

କେଜରିଓ୍ବାଲଙ୍କୁ ଜାମିନ ମିଳିବା ନେଇ ଶାହାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ମିଳିଛି ଜାମିନ। ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଆନ୍ତରୀଣ ଜାମିନ ମିଳିଛି। ତେବେ ଏହାକୁ ନେଇ...

ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲଙ୍କୁ ଶେଷରେ ଜାମିନ ମିଳିଛି। ତାଙ୍କୁ ଜୁନ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ...

ବ୍ରିଜଭୂଷଣ ସିଂହଙ୍କୁ ଝଟ୍‌କା, ଚାର୍ଜଫ୍ରେମ କଲେ କୋର୍ଟ

ନୂଆଦିଲ୍ଲୀ,୧୦।୫: ବଢିଲା ବିଜେପି ଭାଜପା ଏମପି ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ। ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର...

ଛତିଶଗଡରେ ବଡ଼ ଏନକାଉଣ୍ଟର, ୮ ମାଓବାଦୀ ନିହତ

ବିଜାପୁର,୧୦।୫: ଛତିଶଗଡ ବିଜାପୁରରେ ବଡ଼ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୮ ମାଓବାଦୀ । ଦାର୍ଘ ୧୧ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା...

ପ୍ରଧାନମନ୍ତ୍ରୀଙ୍କୁ ଜିତାଇବା ଲାଗି ମୋଦି-ଯୋଗୀଙ୍କ ନାମର ମେହେନ୍ଦୀ ଲଗାଇଲେ ମୁସଲମାନ ମହିଳା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୫: ଲୋକ ସଭା ନିର୍ବାଚନ ୨୦୨୪ର ୩ ପର୍ଯ୍ୟାୟ ଶେଷ ହୋଇଛି। ଏସବୁ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟକୁ ନେଇ ଦଳଗୁଡ଼ିକ ପକ୍ଷରୁ ଜୋରଦାର ନିର୍ବାଚନୀ ପ୍ରଚାର...

ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ଅଫିସ ଯାଇପାରିବେନି କେଜରିଓ୍ବାଲ, ରହିଛି ଅନେକ ସର୍ତ୍ତ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ସହିତ ସୁପ୍ରିମକୋର୍ଟ ଅନେକ କଡା ସର୍ତ୍ତ ରଖିଛନ୍ତି। କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ...

ପୋଟଳି ନେଇ କଲେକ୍ଟରଙ୍କ ଅଫିସ ପହଞ୍ଚିଲେ ବିଧାୟକ, ଖୋଲିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ବାରାଣସୀ,୧୦।୫: ବାରାଣାସୀ ଲୋକ ସଭା ଆସନରେ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ବାଧୀନ ପ୍ରାର୍ଥୀ କଏନ ନେଇ ନାମାଙ୍କନ ଫର୍ମ ଫି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri