Posted inଖେଳ

ଆୟୋଜକ ଦୌଡ଼ରେ ଭାରତ, ସୌଦିଆରବ

ନୂଆଦିଲ୍ଲୀ, ୧୮ା୧୦: ଏସିଆନ କପ୍‌ ୨୦୨୭ର ଆୟୋଜନ ଅଧିକାର ପାଇବା ପାଇଁ କେବଳ ଭାରତ ଓ ସୌଦିଆରବ ମଧ୍ୟରେ ପ୍ରତିଯୋଗିତା ହେବ। ଆଗ୍ରହୀ ଥିବା ଅନ୍ୟ ୩ ଦେଶ ସେମାନଙ୍କ ବିଡ୍‌ ପ୍ରତ୍ୟାହାର କରିନେଇଥିବା ଏସିଆନ୍‌ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ସୋମବାର ଘୋଷଣା କରିଛି। ଯଦି ଭାରତ ବିଡ୍‌ ଜିତେ ତେବେ ଦେଶ ପ୍ରଥମ ଥର କଣ୍ଟିନେଣ୍ଟାଲ ଇଭେଣ୍ଟ ଆୟୋଜନ କରିବ। ଅନ୍ୟପକ୍ଷରେ ସୌଦିଆରବ ୩ ଥର ଏହି କଣ୍ଟିନେଣ୍ଟାଲ ଟାଇଟଲ ହାସଲ କରିଛ, କିନ୍ତୁ ଥରେ ହେଲେ ସେ ଏହି ଟୁର୍ନାମେଣ୍ଟ ଆୟୋଜନ କରିନାହିଁ। ଉଜ୍‌ବେକିସ୍ତାନ ୨୦୨୦ ଡିସେମ୍ବର ଏବଂ ଇରାନ କିଛିଦିନ ପୂର୍ବରୁ ସେମାନଙ୍କ ବିଡ୍‌ ପ୍ରତ୍ୟାହାର କରିନେଇଛନ୍ତି। ଟୁର୍ନାମେଣ୍ଟ ଆୟୋଜନ ଲାଗି ଆଗ୍ରହ ପ୍ରକାଶ କରିଥିବା ତୃତୀୟ ରାଷ୍ଟ୍ର ହେଲା କାତାର। ଆସନ୍ତା ବର୍ଷ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ ଅଧିକାର ପାଇବା ସ୍ପଷ୍ଟ ହେବା ପରେ ୨୦୨୭ ସଂସ୍କରଣ ବିଡ୍‌ରୁ ଓହରି ଯାଇଥିଲା। ଚାମ୍ପିୟନଶିପ୍‌ ଆୟୋଜନ ଅଧିକାର ହାସଲ କରିବା ଦୌଡ଼ରେ ବର୍ତ୍ତମାନ ଦୁଇ ବିଡର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଓ ସୌଦି ଆରବିଆନ ଫୁଟ୍‌ବଲ ଫେଡେରେଶନ (ଏସଏଏଫ୍‌ଏଫ୍‌) ରହିଲେ ବୋଲି ଏଏଫ୍‌ସି ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ଗ୍ରାଁ ପ୍ରି: ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଲେ ନୀରଜ

ପଟିଆଲା, ୬ା୩ (ପି.ଟି.)- ତୃତୀୟ ଇଣ୍ଡିଆନ ଗ୍ରାଁ ପ୍ରିରେ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ୮୮.୦୭ ମିଟର ଥ୍ରୋ କରି ନିଜ ଜାତୀୟ ରେକର୍ଡକୁ ଭଙ୍ଗ...

ଏମର୍ଜିଂ ଏସିଆ କପ୍‌: ପାକିସ୍ତାନ ‘ଏ’ ଚାମ୍ପିୟନ

କଲମ୍ବୋ,୨୩ା୭: ଏମର୍ଜିଂ ଏସିଆ କପ୍‌ ଫାଇନାଲରେ ପାକିସ୍ତାନ ‘ଏ’ ଚମତ୍କାର ପ୍ରଦର୍ଶନ କରି ଭାରତ ‘ଏ’କୁ ପରାସ୍ତ କରିଛି। ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ...

ପାକିସ୍ତାନଠାରୁ ଭାରତ ପରାସ୍ତ

ସିଲ୍‌ହେଟ୍‌,୮ା୧୦(ପି.ଟି.): ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟରେ ଭାରତ ଶୁକ୍ରବାର ପାକିସ୍ତାନଠାରୁ ୧୩ ରନରେ ହାରିଯାଇଛି। ୬ବର୍ଷ ମଧ୍ୟରେ ଭାରତ ବିପକ୍ଷରେ ଏହା ହେଉଛି...

୭୦ ବର୍ଷ ରେକର୍ଡ ଭାଙ୍ଗିଦେଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ବ୍ରିସବେନ୍‌ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ତୃତୀୟଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ହାତେଇଛି। ଏହି ଐତିହାସିକ ବିଜୟ ପରେ ଦେଶରେ ଉତ୍ସବର ମାହୋଲ ରହିଛି।...

ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୧୭୪ ରନ୍‌ର ଟାର୍ଗେଟ୍‌

ପୁଣେ,୪।୫: ପୁଣେର ଏମସିଏ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ୪୯ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ...

ରାହୁଲ, ଶ୍ରେୟାସଙ୍କ ଅର୍ଦ୍ଧଶତକ:ବାଂଲାଦେଶକୁ ୧୭୫ ରନ୍‌ର ଟାର୍ଗେଟ ଦେଲା ଭାରତ

ନାଗପୁର,୧୦।୧୧: ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ଭାରତ ଭମଣକାରୀ ଦଳକୁ ୧୭୫ ରନର ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ...

କେରଳ, ବେଙ୍ଗଲ, ପଞ୍ଜାବ ବିଜୟୀ

ଭୁବନେଶ୍ୱର, ୭।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ବି.ସି. ରୟ ଟ୍ରଫି...

ବିଶ୍ୱକପ୍‌ରେ ଶ୍ରୀଲଙ୍କାର ନୂଆ ଅଧିନାୟକ

ଗୁଆହାଟୀ,୨୧ା୫(ପି.ଟି.)- ଦଳର ନେତୃତ୍ୱ ଭାର ବିଫଳତାଠାରୁ ଆରମ୍ଭ କରି ପ୍ରଶାସନିକ ବିବାଦ ଯୋଗୁ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ଦଳକୁ ବିଶ୍ୱକପ୍‌ରେ କେବଳ ଚମତ୍କାର ହିଁ ବଞ୍ଚାଇପାରିବ।...

Advertisement
Archives

Model This Week