ପୁଣି ପାକିସ୍ତାନକୁ ଜବାବ ଦେଲା ଭାରତ, କଶ୍ମୀର ଆମର ଥିଲା, ରହିବ

ଜେନେଭା,୪ ।୩: ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ପାକିସ୍ତାନର ବିଦେଶ ରାଜ୍ୟ ମନ୍ତ୍ରୀ ହିନା ରବ୍ୱାନି ଖର ପୁଣିଥରେ ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇବାକୁ ଚେଷ୍ଟା କରିଛନ୍ତି । ହେଲେ ତାଙ୍କର ସମସ୍ତ ଅଭିଯୋଗ ଉପରେ ଭାରତ କଡା ଜବାବ ଦେଇଛି । ଭାରତୀୟ କୁଟନୀତିଜ୍ଞ ସୀମା ପୂଜାନି ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଏହାର ଅସଲ ରୁପକୁ ଦେଖାଇବା ସହ ଆଇନା ଦେଖାଇବା ଭଳି କାମ କରିଛନ୍ତି ।
ସୀମା ପୂଜାନି କହିଛନ୍ତି କୌଣସି ବି ଧାର୍ମିକ ସଂଖ୍ୟାଲଘୁ ଆଜି ପାକିସ୍ତାନରେ ସ୍ୱତନ୍ତ୍ର ଭାବେ ରହି ପାରୁ ନାହାନ୍ତି ଅଥବା ସେମାନଙ୍କ ଧର୍ମ ପାଳନ କରିପାରୁ ନାହାନ୍ତି । ସାରା ବିଶ୍ୱରେ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ପାକିସ୍ତାନର ନୀତି ସିଧାସଳଖ ଦାୟୀ । ଗତ ଏକ ଦଶକରେ ଜବରଦସ୍ତ ନିଖୋଜ ହେବାରେ ପାକିସ୍ତାନର ନିଜସ୍ୱ ଯାଞ୍ଚ ଆୟୋଗକୁ ୮,୪୬୩ ଅଭିଯୋଗ ମିଳିଥିଲା । ବଲୁଚ ଲୋକେ ଏହି କ୍ରୁର ନୀତିର ପରିଣାମ ଭୋଗୁଛନ୍ତି । ଛାତ୍ର, ଡାକ୍ତର, ଇଞ୍ଜିନିୟର ଓ ସଂଖ୍ୟାଲଘୁର ନେତାମାନେ ନିୟମିତ ଭାବେ ନିଖୋଜ ହୋଇଯାଆନ୍ତି ।
କଶ୍ମୀରକୁ ନେଇ ବି ଭାରତ ପାକିସ୍ତାନକୁ କଡା ଜବାବ ଦେଇଛି । ପୂଜାନି କହିଛନ୍ତି ଜମ୍ମୁ-କଶ୍ମୀର ଓ ଲଦ୍ଦାଖ କେନ୍ଦ୍ର ଶାସିତ ପ୍ରଦେଶର ସମ୍ପୂର୍ଣ୍ଣ ଅଞ୍ଚଳ ଭାରତର ଅଂଶ ଥିଲା, ଆଉ ରହିବ । ପଡୋଶୀ ଦେଶ ସର୍ବଦା ଭାରତ ବିରୋଧରେ ପ୍ରଚାର ପ୍ରସାର କରି ଚାଲିଛି । ଏହା ପାକିସ୍ତାନର ଭୁଲ ପ୍ରାଥମିକତାର ସଙ୍କେତ ଅଟେ । ସେ କହିଛନ୍ତି ପାକିସ୍ତାନ ବେଆଇନ ଭାବେ ଭାରତୀୟ ଅଞ୍ଚଳ ଦଖଲ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri