Posted inଖେଳ

ଭାରତ-ପାକିସ୍ତାନ ମ୍ୟାଚ ଆଜି

ବେଙ୍ଗାଲୁରୁ, ୨୧।୬: ଭୁବନେଶ୍ୱରରେ ହିରୋ କଣ୍ଟିନେଣ୍ଟାଲ କପ୍‌ ଚାମ୍ପିୟନ ହେବାର ୩ ଦିନ ପରେ ଭାରତ ବୁଧବାରଠାରୁ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଗ୍ରୁପ୍‌ ‘ଏ’ର ଏହି ମ୍ୟାଚ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ଗ୍ରୁପ୍‌ ‘ଏ’ର ଅନ୍ୟ ୨ ଦଳ ହେଲେ ନେପାଳ ଓ କୁଏଟ୍‌। ବୁଧବାର ନେପାଳ ଓ କୁଏଟ୍‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ। ଗ୍ରୁପ୍‌ ‘ବି’ରେ ଲେବାନନ, ବାଂଲାଦେଶ, ମାଳଦ୍ୱୀପ ଓ ଭୁଟାନ ସ୍ଥାନ ପାଇଛି। ଗ୍ରୁପ୍‌ ‘ବି’ ମ୍ୟାଚ ୨୨ ତାରିଖରୁ ଆରମ୍ଭ ହେବ।
ସ୍ବଦେଶରେ ୩ ଥରଯାକ ଚାମ୍ପିୟନ
ରେକର୍ଡ ୮ ଥର ଟାଇଟଲ ହାସଲ କରିଥିବା ଭାରତ ଏଥର ଡିଫେଣ୍ଡିଂ ଚାମ୍ପିୟନ ଭାବେ ଖେଳିବ। ୨୦୨୧ରେ ମାଳଦ୍ୱୀପରେ ଅନୁଷ୍ଠିତ ଗତ ସଂସ୍କରଣର ଫାଇନାଲରେ ନେପାଳକୁ ହରାଇ ୩-୦ ଗୋଲରେ ଭାରତ ଚାମ୍ପିୟନ ହୋଇଥିଲା। ଭାରତରେ ୪ର୍ଥ ଥର ପାଇଁ ସାଫ୍‌ ଚାମ୍ପିୟନଶିପ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ୧୯୯୯, ୨୦୧୧ ଓ ୨୦୧୫ରେ ଭାରତରେ ୩ ଥର ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା ଏବଂ ୩ ଥରଯାକ ଘରୋଇ ଦଳ ଚାମ୍ପିୟନ ଟ୍ରଫି ହାସଲ କରିଥିଲା।
ଓଡ଼ିଶାରେ ଆମେ ଖେଳକୁ ଉପଭୋଗ କରିଛୁ
ଆମନ୍ତ୍ରଣୀୟ ଦଳ ଭାବେ ଏଥର କୁଏଟ୍‌ ଓ ଲେବାନନକୁ ସାମିଲ କରାଯାଇଥିବାରୁ ପ୍ରତିଯୋଗିତା ୮ ଦଳ ବିଶିଷ୍ଟ ହୋଇଯାଇଛି। ୨୦୧୩ ପରେ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତାରେ ୮ ଦଳ ଖେଳିବାକୁ ଯାଉଛନ୍ତି। ବ୍ଲୁ ଟାଇଗର୍ସ ଦଳର ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ ପ୍ରି-ଟୁର୍ନାମେଣ୍ଟ ଖବରଦାତା ସମ୍ମିଳନୀରେ ପଶ୍ଚିମ ଏସିଆର ଏହି ଦୁଇ ଆମନ୍ତ୍ରଣୀୟ ଦଳକୁ ସ୍ବାଗତ କରିଛନ୍ତି। ”ବେଙ୍ଗାଲୁରୁ ପରି ସୁନ୍ଦର ସହରରେ କୁଏଟ ଓ ଲେବାନନ ପ୍ରତି କ୍ଷେତ୍ରରେ ସ୍ବାଗତ ଅନୁଭବ କରିବେ। ସାଫ୍‌ ଚାମ୍ପିୟନଶିପ୍‌ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ। ପାକିସ୍ତାନ, ନେପାଳ ଓ କୁଏଟ୍‌ ଥିବାରୁ ଆମ ଗ୍ରୁପ୍‌ ସ୍ବତନ୍ତ୍ର। ଏହାର ପ୍ରତି ଗେମ୍‌ ଭିନ୍ନ ଧରଣର ହେବ। ଦର୍ଶକମାନେ ଫୁଟବଲ ଖେଳକୁ ଉପଭୋଗ କରିବେ। ଏଥିରେ ଅଧିକ ଗୋଲ ସ୍କୋର ହେବା ଆଶା ରହିଛି“ ବୋଲି ଷ୍ଟିମାକ କହିଛନ୍ତି। ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଜିତିବା ପରେ କ୍ୟାମ୍ପରେ ଭାରତୀୟ ଖେଳାଳିଙ୍କ ମନୋଭବ ବହୁତ ଭଲ ଥିଲା। ଓଡ଼ିଶାରେ ପ୍ରତି ସେକେଣ୍ଡକୁ ଆମେ ମନଭରି ଉପଭୋଗ କରିଛୁ ଏବଂ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଅଛୁ। ତେବେ ପ୍ରତିଦିନ ନୂଆ ଚ୍ୟାଲେଞ୍ଜ ଆସିଥାଏ। ଏକାଗ୍ରତା ରକ୍ଷା କରିବା ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ବେଙ୍ଗାଲୁରୁରେ ବର୍ଷା ସାଙ୍ଗକୁ ପରିବେଶ ଥଣ୍ଡା ଅଛି। ”ନୂଆ ଟୁର୍ନାମେଣ୍ଟ, ନୂଆ ଆପ୍ରୋଚ୍‌, ନୂଆ ଟିମ୍‌, ନୂଆ କଣ୍ଡିଶନ। ଏଠାରେ ସବୁକିଛି ଭିନ୍ନ। ତେବେ ଫୁଟବଲ ଖେଳିବା ପାଇଁ ସୁନ୍ଦର ପାଗ ରହିଛି। ଆମେ ବିପକ୍ଷ ଦଳଗୁଡ଼ିକର ଶକ୍ତି ଓ ଦୁର୍ବଳତା ଜାଣିଛୁ। ଏହାକୁ ଲକ୍ଷ୍ୟରେ ରଖି ଆମେ ଖେଳିବୁ“ ବୋଲି ଷ୍ଟିମାକ ପ୍ରକାଶ କରିଛନ୍ତି।
ଶେଷ ମୁକାବିଲା ଭାରତ ଜିତିଥିଲା
ଗତ ସପ୍ତାହରେ ମୌରିସସରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଫୁଟବଲ ଟୁର୍ନାମେଣ୍ଟରେ ପାକିସ୍ତାନ ଖେଳିଥିବା ୩ଟି ଯାକ ଲିଗ୍‌ମ୍ୟାଚ ହାରିଥିଲା। ଏହା ସତ୍ତ୍ୱେ ଫିଫା ର଼୍ୟାଙ୍କିଙ୍ଗ୍‌ର ୧୯୫ତମ ସ୍ଥାନରେ ଥିବା ଏହି ଦଳକୁ ଗୁରୁତ୍ୱର ସହ ନେଉଛନ୍ତି ଷ୍ଟିମାକ୍‌। ର଼୍ୟାଙ୍କିଙ୍ଗ୍‌ ସବୁକିଛି କଥା କହେନାହିଁ। ବାହାର ପରିବେଶରେ କେନିୟାଠାରୁ ପାକିସ୍ତାନ ଏକ ଉନ୍ନତ ଦଳ। ଏମାନେ ସୁଯୋଗ ସୃଷ୍ଟି କରିଥାନ୍ତି ଏବଂ ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥାନ୍ତି। ଏହାର ୬-୭ ଜଣ ଖେଳାଳି ବିଦେଶରେ ମଧ୍ୟ ଖେଳିବାର ଅଭିଜ୍ଞତା ରଖିଛନ୍ତି ବୋଲି ଷ୍ଟିମାକ କହିଛନ୍ତି। ଶେଷଥର ପାଇଁ ବାଂଲାଦେଶରେ ଅନୁଷ୍ଠିତ ୨୦୧୮ ସାଫ୍‌ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ହୋଇଥିଲା। ଏଥିରେ ଭାରତ ୩-୧ ଗୋଲରେ ବିଜୟୀ ହୋଇଥିଲା। ଏବେ ଶାହାବାଜ ଅନଓ୍ବର ପାକିସ୍ତାନ ଦଳର କୋଚ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri