Posted inଖେଳ

ରବିବାର ଭାରତ-ପାକିସ୍ତାନ ଲଢ଼େଇ…

ମେଲବୋର୍ନ,୨୦।୧୦ : ଆଇସିସି ଟି -୨୦ ବିଶ୍ୱକପର ବହୁ ପ୍ରତିକ୍ଷୀତ ଭୋଲଟେଜ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ ୨୩ ଅକ୍ଟୋବର ରବିବାର ଖେଳାଯିବ । ଭାରତ ସମ୍ମୁଖରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଦଳ ରହିବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ମେଲବୋର୍ନରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ପ୍ରଥମ ମ୍ୟାଚ । ଉଭୟ ଦଳ ଏକ ବିଜୟ ସହିତ ଅଭିଯାନ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏହି ମ୍ୟାଚ ଜିତିବା ଦ୍ୱାରା ଭାରତୀୟ ଦଳ ଦୀପାବଳିରେ ପ୍ରଶଂସକମାନଙ୍କୁ ଉପହାର ଦେଇପାରିବେ।

ଗୋଟିଏ ବର୍ଷ ପରେ ଟି -୨୦ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହେବେ। ଗତଥର ଦୁବାଇରେ ଶାହିନ ଆଫ୍ରିଦିଙ୍କ ବିପଜ୍ଜନକ ବୋଲିଂ ଏବଂ ବାବର ଆଜମ-ମହମ୍ମଦ ରିଜୱାନଙ୍କ ବିସ୍ଫୋରକ ଇନିଂସ ଯୋଗୁଁ ପାକିସ୍ତାନ ଟିମ ଇଣ୍ଡିଆକୁ ୧୦ ୱିକେଟରେ ପରାସ୍ତ କରିଥିଲା। ବିଶ୍ୱକପରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ପରାଜିତ ହୋଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେହି ପରାଜୟର ପ୍ରତିଶୋଧ ନେବାକୁ ରବିବାର ଓହ୍ଲାଇବ।

 

ହେଡ ଟୁ ହେଡ:

 

ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୧୧ ଟି -୨୦ ମ୍ୟାଚ ଖେଳାଯାଇଛି। ସେଥି ମଧ୍ୟରୁ ଭାରତ ଆଠଟି ମ୍ୟାଚ ଜିତିଛି। ଅପରପକ୍ଷରେ ପାକିସ୍ତାନ ମାତ୍ର ତିନୋଟି ମ୍ୟାଚ ଜିତିଛି। ଟି -୨୦ ବିଶ୍ୱକପ ବିଷୟରେ କହିବାକୁ ଗଲେ ଉଭୟଙ୍କ ମଧ୍ୟରେ ୬ ଟି ମ୍ୟାଚ ହୋଇଛି। ଏଥିରେ ଭାରତ ପାଞ୍ଚଟି ଜିତିଛି। ପାକିସ୍ତାନକୁ ଗୋଟିଏ ବିଜୟ ମିଳିଛି।

 

ମ୍ୟାଚର ପ୍ରସାରଣ ଏବଂ ଅନଲାଇନ ଟେଲିକାଷ୍ଟ :

 

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୧ଟା ୩୦ ରୁ ଆରମ୍ଭ ହେବ। ଟସ ଅପରାହ୍ନ ୧ଟାରେ ହେବ ।

 

କେଉଁ ଟିଭି ଚ୍ୟାନେଲରେ ମ୍ୟାଚ ପ୍ରସାରିତ ହେବ?

 

ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଟି -୨୦ ବିଶ୍ୱକପ ପ୍ରସାରଣ କରିବାର ଅଧିକାର ଅଛି। ହିନ୍ଦୀ ଏବଂ ଇଂଲିଶ୍‌ ବ୍ୟତୀତ ଷ୍ଟାର ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଦେଶର ଅନ୍ୟ ଭାଷାରେ କମେଣ୍ଟ୍ରି ସହିତ ଭାରତ ଏବଂ ପାକିସ୍ଥାନ ମ୍ୟାଚ ଦେଖିହେବ।

 

ଫୋନ କିମ୍ବା ଲାପଟପରେ ଲାଇଭ ମ୍ୟାଚ କିପରି ଦେଖିବେ?

 

ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପରେ ଦେଖିବାକୁ ମିଳିବ।

 

ମାଗଣାରେ ମ୍ୟାଚ କିପରି ଦେଖିବେ?

ଏହି ମ୍ୟାଚ ଡିଡି ଫ୍ରି ଡିସର ଡିଡି ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରିତ ହେଉଛି । ଡିଡି ସ୍ପୋର୍ଟସ ଚ୍ୟାନେଲ ପାଇଁ କୌଣସି ଦେୟ ନାହିଁ । ଏଠାରେ ମାଗଣାରେ ଏହି ମ୍ୟାଚ ଦେଖିହେବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?