Posted inଖେଳ

୨୦୦୨-୦୩ରୁ ସିରିଜ୍‌ ହାରିନି ଭାରତ

ରୋସେଉ (ଡୋମିନିକା), ୧୨।୭: ଭାରତ-ଓ୍ବେଷ୍ଟଇଣ୍ଡିଜ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ବୁଧବାର ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଚକ୍ର (ସାଇକେଲ)ର ଏହା ଅଂଶବିଶେଷ ହୋଇଥିବାରୁ ଦୁଇ ଦଳ ପାଇଁ ଏହି ସିରିଜ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଓଭରଅଲ୍‌ ରେକର୍ଡ ଦୃଷ୍ଟିରୁ ଭାରତଠାରୁ ଓ୍ବେଷ୍ଟଇଣ୍ଡିଜ ସାମାନ୍ୟ ଆଗରେ ରହୁଥିଲେ ହେଁ ଗତ କିଛି ବର୍ଷର ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି ରହିଛି। ଓ୍ବେଷ୍ଟଇଣ୍ଡିଜ ଏହାର କ୍ରିକେଟ ଇତିହାସରେ ପ୍ରଥମଥରପାଇଁ ଦିନିକିଆ ବିଶ୍ୱକପ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛି। ଟେଷ୍ଟ ଫର୍ମାଟ ଭିନ୍ନ ହୋଇଥିଲେ ହେଁ ଏହି ସିରିଜରେ ଓ୍ବେଷ୍ଟଇଣ୍ଡିଜକୁ ଅନେକ କିଛି ପ୍ରମାଣିତ କରିବାର ଅଛି।
ମୋଟ ସିରିଜ ୨୪
ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଏହା ପୂର୍ବରୁ ମୋଟ ୨୪ଟି ଟେଷ୍ଟ ସିରିଜ ଅନୁଷ୍ଠିତ ହୋଇଛି। ଏଥିରୁ ଓ୍ବେଷ୍ଟଇଣ୍ଡିଜ ୧୨ଟିରେ ବିଜୟୀ ହୋଇଥିବାବେଳେ ଭାରତ ୧୦ଟି ସିରିଜ ଜିତିଛି। ଅବଶିଷ୍ଟ ୨ଟି ସିରିଜ ଡ୍ର ରହିଛି। ତେବେ ଏଥିରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ସୁବର୍ଣ୍ଣ ଯୁଗର ପ୍ରତିଫଳନ ରହିଛି। ମାତ୍ର ନିକଟ ଅତୀତର ପ୍ରଦର୍ଶନକୁ ଦେଖିଲେ ଭାରତ ଗତ ୮ଟି ସିରିଜରେ ଅପରାଜେୟ ରହିଛି। ଅର୍ଥାତ୍‌ ୨୦୦୨/୦୩ରୁ ଏପର୍ଯ୍ୟନ୍ତ ଭାରତ ଗୋଟିଏ ହେଲେ ସିରିଜ ହାରିନାହିଁ। ଏହା ମଧ୍ୟରେ ଭାରତରେ ୫ଟି ଏବଂ ଓ୍ବେଷ୍ଟଇଣ୍ଡିଜରେ ୩ଟି ସିରିଜ ସାମିଲ। ୨୦୦୨ ଅକ୍ଟୋବର ୯ରୁ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଏପର୍ଯ୍ୟନ୍ତ ବଳବତ୍ତର ରହିଛି। ୨୦୦୨/୦୩ରେ ଭାରତ ମାଟିରେ ଉଭୟ ଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳା ଯାଇଥିଲା। ଏଥିରେ ଭାରତ ୨-୦ରେ ଜିତିଥିଲା। ୨୦୦୬ରେ ଓ୍ବେଷ୍ଟଇଣ୍ଡିଜ ଯାଇ ଭାରତ ୪ ମ୍ୟାଚ ବିଶିଷ୍ଟ ସିରିଜ ଖେଳିଥିଲା। ଏଥିରେ ମଧ୍ୟ ଭାରତ ୧-୦ରେ ବିଜୟୀ ହେବାରେ ସକ୍ଷମ ହୋଇଥିଲା। ପରେ ୨୦୧୧ରେ ସେହି ଓ୍ବେଷ୍ଟଇଣ୍ଡିଜ ମାଟିରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ବାଜି ମାରିଥିଲା। ୨୦୧୧/୧୨ରେ ଓ୍ବେଷ୍ଟଇଣ୍ଡିଜ ଆସି ଭାରତ ମାଟିରେ ୩ ମ୍ୟାଚ ସିରିଜ ଖେଳିଥିଲା। ଏଥିରେ ଭାରତ ୨-୦ରେ ସିରିଜ ଜିତିଥିଲା। ୨୦୧୩/୧୪ରେ ମଧ୍ୟ ଓ୍ବେଷ୍ଟଇଣ୍ଡିଜ ଆସି ଭାରତ ଗସ୍ତରେ ୨ ମ୍ୟାଚ ଖେଳିଥିଲା। ଏଥିରେ ଭାରତ ୨-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ୨୦୧୬ରେ ଓ୍ବେଷ୍ଟଇଣ୍ଡିଜ ଯାଇ ଭାରତ ୪ ମ୍ୟାଚ ଖେଳିଥିବାବେଳେ ୨-୦ରେ ବିଜୟୀ ହୋଇଥିଲା। ୨୦୧୮/୧୯ରେ ଓ୍ବେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସି ଶୋଚନୀୟଭାବେ ୨ଟି ଯାକ ମ୍ୟାଚରେ ପରାଜିତ ହୋଇଥିଲା। ଶେଷ ଥରପାଇଁ ୨୦୧୯ରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ଯାଇ ୨ ମ୍ୟାଚ ବିଶିଷ୍ଟ ସିରିଜ ଖେଳିଥିଲା। ଏହାକୁ ମଧ୍ୟ ଭାରତ କ୍ଲିନ୍‌ ସୁଇପ୍‌ କରିଥିଲା।
୧୯୪୮/୪୯ରୁ ଆରମ୍ଭ
ଭାରତ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସମ୍ପର୍କ ୧୯୪୮/୪୯ରୁ ଆରମ୍ଭ ହୋଇଥିଲା। ସେତେବେଳେ ବିଶ୍ୱ କ୍ରିକେଟରେ ରାଜୁତି କରୁଥିବା ଦୁର୍ଦ୍ଦଶ ଓ୍ବେଷ୍ଟଇଣ୍ଡିଜ ୧୯୬୬/୬୭ ପର୍ଯ୍ୟନ୍ତ କ୍ରମାଗତ ୫ ସିରିଜରେ ବିଜୟୀ ହୋଇଥିଲା। ଏହା ହିଁ ଓଭରଅଲ୍‌ ରେକର୍ଡରେ ପ୍ରତିଫଳିତ ହେଉଛି। ଶେଷଥରପାଇଁ ଭାରତ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ୨୦୦୨ରେ ସିରିଜ ବିଜୟୀ ହୋଇଥିଲା। ଘରୋଇ ମାଟିରେ ଓ୍ବେଷ୍ଟଇଣ୍ଡିଜ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିଥିବାବେଳେ ୨-୧ରେ ବିଜୟ ସ୍ବାଦ ପାଇଥିଲା। ଅବଶିଷ୍ଟ ୨ଟି ଟେଷ୍ଟ ଡ୍ର ରହିଥିଲା।
ଜୟସ୍ବାଲଙ୍କ ଉପରେ ନଜର
ଏହି ସିରିଜ ପାଇଁ ଚେତେଶ୍ୱର ପୂଜାରା ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି। ତେଣୁ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଟେଷ୍ଟ କ୍ୟାରିୟର ଆରମ୍ଭ କରିବା ଶତ ପ୍ରତିଶତ ସମ୍ଭାବନା ରହିଛି। ଘରୋଇ କ୍ରିକେଟ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିବା ଜୟସ୍ବାଲ ଗତ ଆଇପିଏଲ୍‌ରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ଫର୍ମରେ ଥିବାର ସୂଚନା ଦେଇଛନ୍ତି। ୨୧ ବର୍ଷୀୟ ଜୟସ୍ବାଲ ଘରୋଇ କ୍ରିକେଟରେ ସ୍ବାଭାବିକଭାବେ ଜଣେ ଓପନରଭାବେ ପରିଚିତ। ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍‌ଙ୍କ ଉପସ୍ଥିତିରେ ସେ ଟେଷ୍ଟରେ ଇନିଂସ ଓପନ ସୁଯୋଗ ପାଇବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ। ଯଦି ଓ ଓପନିଂ କରନ୍ତି ତେବେ ଗିଲ୍‌ ସମ୍ଭବତ୍‌ ଡାଉନ୍‌ ଅର୍ଡରରେ ୩ ନମ୍ବରରେ ଆସିବେ। ଓ୍ବେଷ୍ଟଇଣ୍ଡିଜରେ ଯଦି ଜୟସ୍ବାଲ କେମର ରୋଚ୍‌, ଶାନନ ଗାବ୍ରିଏଲ୍‌, ଆଲଜାରି ଜୋସେଫ ଓ ଜାସନ ହୋଲ୍ଡରଙ୍କ ବୋଲିଂ ଆକ୍ରମଣକୁ ଖେଳିବାରେ ସଫଳ ହେବେ ତେବେ ବର୍ଷର ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ଏବଂ ୨୦୨୪-୨୫ ଶୀତଋତୁରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବୋଲରଙ୍କୁ ମୁକାବିଲା କରିବାର ସୁଯୋଗ ପାଇବା ସମ୍ଭାବନା ବଢ଼ିବ।
ବୁମ୍‌ରାଙ୍କ ଅନୁପସ୍ଥିତି ଅନୁଭୂତ ହେବ
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଚକ୍ରରେ ପୂର୍ବ ଦୁଇ ସଂସ୍କରଣ ଅପେକ୍ଷା ଏଥର ଆଗକୁ ବଢ଼ିବା ଭାରତ ପାଇଁ ନିଶ୍ଚିତ କଷ୍ଟସାଧ୍ୟ ହେବ। କାରଣ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆହତ ସମସ୍ୟା ଯୋଗୁ ନିୟମିତଭାବେ ଦଳର ସଦସ୍ୟ ରହିପାରୁ ନାହାନ୍ତି। ସେ ଏହି ସିରିଜରେ ମଧ୍ୟ ଖେଳିବେ ନାହିଁ। ଦକ୍ଷ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆ ଯାଇଛି। ପୂର୍ବ ୨ ସଂସ୍କରଣ ଅନ୍ୟ ଯେଉଁ ୨ ଦ୍ରୁତ ବୋଲର ଉପଯୋଗୀ ରହିଥିଲେ ସେମାନଙ୍କ ମଧ୍ୟରୁ ଈଶାନ୍ତ ଶର୍ମା ଭାଷ୍ୟକାର ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ୩୬ ବର୍ଷୀୟ ଉମେଶ ଯାଦବ ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରିରୁ ମୁକୁଳି ଦଳକୁ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ହେବ। ଏପରିସ୍ଥିତିରେ ୧୯ ଏବଂ ୯ ଟେଷ୍ଟ ଖେଳିଥିବା ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳ ଠାକୁରଙ୍କୁ ନେଇ ଗଠିତ ଭାରତୀୟ ପେସ୍‌ ବାହିନୀ ଓ୍ବେଷ୍ଟଇଣ୍ଡିଜ ତୁଳନାରେ ଅଭିଜ୍ଞତାରେ ପଛରେ ରହିବ। ତେବେ ଦୁଇ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୪୭୪ ଉଇକେଟ) ଓ ରବୀନ୍ଦ୍ର ଜାଡେଜା (୨୬୮)ଙ୍କୁ ଓ୍ବେଷ୍ଟଇଣ୍ଡିଜ ବ୍ୟାଟରମାନେ କିପରି ମୁକାବିଲା କରୁଛନ୍ତି ତା’ ଉପରେ ଅନେକ କିଛି ନିର୍ଭର କରିବ।
ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

RBIର ନୂଆ ପ୍ଲାନ! ଅନଲାଇନରେ ଟଙ୍କା ପଠାଇବା ନିୟମରେ ହେବ ପରିବର୍ତ୍ତନ, ଲାଗିବ….

ନୂଆଦିଲ୍ଲୀ,୨୯।୬: ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। RBI…

ଏଲପିଜି ଗ୍ରାହକ ସାବଧାନ! ଆଉ ମାତ୍ର ୪୮ ଘଣ୍ଟା, ବନ୍ଦ ହୋଇଯିବ ଏହି ଜରୁରୀ ସେବା…

ନୂଆଦିଲ୍ଲୀ,୨୯।୬: ଯଦି ଆପଣଙ୍କ ଘରେ ମଧ୍ୟ ଇଣ୍ଡେନ୍ (Indane), ଏଚପି (HP) କିମ୍ବା ଭାରତ ଗ୍ୟାସ୍ (Bharat Gas) ର ଏଲପିଜି କନେକ୍ସନ ଅଛି, ତେବେ ଏହି…

ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର (ନଂ-ଓଡି୧୫ଏଫ ୯୬୬୩) ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।…

ସ୍କୁଲରେ ପଶି ଉର୍ଦ୍ଦୁ ଶିକ୍ଷକଙ୍କୁ ପିଟିଲେ BJP କର୍ମୀ

ହାଇଦ୍ରାବାଦ,୨୯।୬: ତେଲଙ୍ଗାନାର ନିଜାମାବାଦରେ ଏକ ଘଟଣା ସାମ୍ନାକୁ ଆସିଛି, ଯାହା କଂଗ୍ରେସ ନେତା ଡକ୍ଟର ଶମା ମହମ୍ମଦଙ୍କୁ ତାଙ୍କ ନିଜ ସରକାରଙ୍କ ନିକଟରେ ଦୃଢ଼ ଦାବି କରିବାକୁ…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

ଜି ଉଦୟଗିରିରେ ମହାପ୍ରଭୁଙ୍କ ହାତୀବେଶ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…

ଜି ଉଦୟଗିରି, ୨୯ା୬(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା।  ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri