ଆଇପିସିଏ ପ୍ରୋଟୋକଲ ପାଳନ କରୁନି ଭାରତ: ଆମେରିକା ରିପୋର୍ଟ…

ଓ୍ବାଶିଂଟନ,୩।୫ : ଆମେରିକାର ଏକ ରିପୋର୍ଟରେ ଦର୍ଶାଯାଇଛି ,ଅନ୍ତର୍ଜାତୀୟ ପିତାମାତା ଶିଶୁ ଅପହରଣ (ଆଇପିସିଏ) ପ୍ରୋଟୋକଲକୁ ଅନୁସରଣ କରୁ ନ ଥିବା ୧୪ ଟି ଦେଶ ମଧ୍ୟରେ ଭାରତ ରହିଛି। ୨୦୨୩ ପାଇଁ ଆଇପିସିଏ ଉପରେ ଆମେରିକାର ଗୃହ ବିଭାଗର ବାର୍ଷିକ ରିପୋର୍ଟ ମଙ୍ଗଳବାର ଆମେରିକା ସଂସଦରେ ଉପସ୍ଥାପିତ ହୋଇଛି। ଏହି ରିପୋର୍ଟରେ କୁହାଯାଇଛି, ଏହି ପ୍ରସଙ୍ଗରେ ଭାରତ ଆମେରିକା ସହ ସହଯୋଗ କରୁନାହିଁ।

ବିଶେଷ କରି ଭାରତର ଅନୁସନ୍ଧାନକାରୀ ସଂସ୍ଥା ଆମେରିକାର ଗୃହ ବିଭାଗ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି, ଯେଉଁ କାରଣରୁ ଶିଶୁ ଅପହରଣ ମାମଲା ସମାଧାନ ହୋଇ ନାହିଁ। ରିପୋର୍ଟ ଅନୁଯାୟୀ, ଗତ ୧୨ମାସ ମଧ୍ୟରେ ଶିଶୁ ଅପହରଣ ମାମଲାର ୬୫ ପ୍ରତିଶତ ସମାଧାନ ହୋଇ ନାହିଁ କାରଣ ଏହି ଅନୁସନ୍ଧାନରେ ଭାରତ ସହଯୋଗ କରୁନାହିଁ।

ସୂଚନାଯୋଗ୍ୟ,ଯଦି କୌଣସି ଶିଶୁ ତାଙ୍କ ମାତା କିମ୍ବା ପିତାଙ୍କ ଦ୍ୱାରା ଅନ୍ୟ ଦେଶରୁ ଅନ୍ୟ ପରିବାର ସଦସ୍ୟଙ୍କ ସହମତି ବିନା ଅଣାଯାଏ, ତେବେ ଏହା ଅପରାଧ ବୋଲି ଧରାଯାଏ। ଗୋଟିଏ ଦେଶର ନାଗରିକ ଅନ୍ୟ ଦେଶର ନାଗରିକଙ୍କ ସହ ବିବାହ କିମ୍ବା ସୀମା ବିବାଦ ହେତୁ ଏହିପରି ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୧୯୮୦ଅନ୍ତର୍ଜାତୀୟ ଶିଶୁ ଅପହରଣର ସିଭିଲ ଆସ୍ପେକ୍ଟସ ଉପରେ ହେଗ କନଭେନଶନ ୯୬ ଟି ଦେଶ ମଧ୍ୟରେ ଏକ ଚୁକ୍ତି ଅଟେ । ଭାରତ ଏହାର ସଦସ୍ୟ ନୁହେଁ। ତେବେ, ୨୦୧୮ ମସିହାରେ, ଏହି ସମସ୍ୟାର ସମାଧାନ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଆର୍ବିଟ୍ରେଶନ ସେଲ ଗଠନ କରାଯାଇଥିଲା। ତେବେ ଦୁଇ ଦେଶ ମଧ୍ୟରେ ଆଇପିସିଏ ସହ ଜଡିତ ପ୍ରସଙ୍ଗଗୁଡ଼ିକ ସମାଧାନ ହୋଇ ନାହିଁ।

ଆମେରିକାର ରିପୋର୍ଟରେ, ଭାରତ, ଆର୍ଜେଣ୍ଟିନା, ବେଲିଜେ, ବ୍ରାଜିଲ, ବୁଲଗେରିଆ, ଇକ୍ୟୁଏଡର୍‌, ଇଜିପ୍ଟ, ହୋଣ୍ଡୁରାସ, ଜୋର୍ଡାନ, ପେରୁ, ରିପବ୍ଲିକ ଅଫ କୋରିଆ, ରୋମାନିଆ, ରୁଷିଆ, ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଆଦି ୧୪ ଦେଶ ଆଇପିସିଏ ପ୍ରୋଟୋକଲ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri