ଟାଇଗର ଶ୍ରଫ ନୁହେଁ ଏହି ସେଲିବ୍ରିଟି ଥିଲେ ଟାର୍ଗେଟରେ…ଗୁଳିମାଡ଼ ମାମଲାରେ ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତଙ୍କ ପ୍ରାରମ୍ଭିକ ପଚରାଉଚରାରୁ ବଡ଼ ଖୁଲାସା ହୋଇଛି। ତଦନ୍ତ ଅନୁଯାୟୀ, ଅଭିଯୁକ୍ତଙ୍କ ପ୍ରଥମ ଟାର୍ଗେଟ ଟାଇଗର ଶ୍ରଫ ନଥିଲେ, ବରଂ ବଲିଉଡର ଅନ୍ୟ ଜଣେ ସେଲିବ୍ରିଟି ଥିଲେ। କିନ୍ତୁ ଅଭିଯୁକ୍ତମାନେ ପୂର୍ବରୁ ସ୍ଥିର କରିଥିବା ଟାର୍ଗେଟ ପାଖରେ ସହଜରେ ପହଞ୍ଚି ନପାରିବାରୁ ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍‌ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପ୍ରାରମ୍ଭିକ ପଚରାଉଚରାରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଟାଇଗରଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଅଭିଯୁକ୍ତମାନେ ସୋସିଆଲ ମିଡିଆର ସହାୟତା ନେଇଥିଲେ। ଟାଇଗର ଏବଂ ତାଙ୍କ ପ୍ରଶଂସକଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ରେ ଥିବା ରିଲ୍ସ ଓ ପୋଷ୍ଟ ମାଧ୍ୟମରେ ଅଭିଯୁକ୍ତମାନେ ତାଙ୍କ ଗତିବିଧି ଏବଂ ପୋଲିସ ସୁରକ୍ଷା ସମ୍ପର୍କିତ ସୂଚନା ପାଇଥିଲେ। ତେବେ ପ୍ରଥମେ କେଉଁ ସେଲିବ୍ରିଟିଙ୍କୁ ଟାର୍ଗେଟ କରିବାକୁ ଯୋଜନା ହୋଇଥିଲା, ତାଙ୍କ ପରିଚୟ ଏଯାଏ ସାମ୍ନାକୁ ଆସିନାହିଁ।

ପ୍ରାରମ୍ଭିକ ପଚରାଉଚରାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଅଭିଯୁକ୍ତମାନଙ୍କ ଉଦ୍ଦେଶ୍ୟ କେବଳ ଅଭିନେତାଙ୍କ ଉପରେ ଆକ୍ରମଣ କରିବା ନଥିଲା, ବରଂ ବଲିଉଡରେ ଆତଙ୍କ ସୃଷ୍ଟି କରିବା ଥିଲା। ଆକ୍ରମଣର ଷଡ଼ଯନ୍ତ୍ର କିପରି ରଚାଯାଇଥିଲା, ଅଭିଯୁକ୍ତମାନେ କିପରି ସୂଚନା ପାଇଥିଲେ ଏବଂ ଏହି ଷଡ଼ଯନ୍ତ୍ରରେ ଅନ୍ୟ କେହି ସାମିଲ ଥିଲେ କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ପ୍ରକୃତରେ, ଟାଇଗର ଶ୍ରଫଙ୍କ ସହ ଜଡ଼ିତ ଏହି ଘଟଣା ମୁମ୍ବାଇର ଜୁହୁ ଅଞ୍ଚଳରେ ଘଟିଥିଲା। ପୋଲିସ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଫୁଟବଲ ମ୍ୟାଚ ଖେଳିବା ପରେ ଟାଇଗର ନିଜ କାର୍‌ରେ ଯାଉଥିବା ସମୟରେ ତାଙ୍କ କାର୍‌ ଉପରକୁ ଏକାଧିକ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଥିଲା।

ପ୍ରକୃତରେ, ଟାଇଗର ଶ୍ରଫ୍ଙ୍କ ସହ ଜଡ଼ିତ ଏହି ଘଟଣା ମୁମ୍ବାଇର ଜୁହୁ ଅଞ୍ଚଳରେ ଘଟିଥିଲା। ପୁଲିସ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ରେ ଫୁଟବଲ ମ୍ୟାଚ ଖେଳିବା ପରେ ଟାଇଗର ନିଜ କାର୍‌ରେ ଯାଉଥିବା ସମୟରେ ତାଙ୍କ କାର୍‌ ଉପରକୁ ଏକାଧିକ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଥିଲା।

ଏହି ମାମଲାରେ ପୋଲିସ ରେହାନ, ଫୁଲ ସିଂହ ଏବଂ ଋତିକ କୁମାରଙ୍କୁ ରାଜସ୍ଥାନର କୋଟାରୁ ଗିରଫ କରିଥିଲା। ତିନିଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ସମେତ ଅନ୍ୟାନ୍ୟ ଗୁରୁତର ଅଭିଯୋଗ ଲାଗିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?