ଆଜି ଭାରତ-ନ୍ୟୁଜିଲାଣ୍ଡ କ୍ରସ୍‌ ଓଭର

ଭୁବନେଶ୍ୱର, ୨୨।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ୪ଟି ଗ୍ରୁପ୍‌ରେ ଶୀର୍ଷସ୍ଥାନରେ ରହି ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ନେଦରଲାଣ୍ଡ୍ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ନିୟମ ଅନୁସାରେ ଅନ୍ୟ ୪ଟି ସ୍ଥାନ କ୍ରସ୍‌ ଓଭର ମ୍ୟାଚରୁ ପୂରଣ ହେବ। ଏହି ପର୍ଯ୍ୟାୟର ମ୍ୟାଚ ରବିବାର ଓ ସୋମବାର ଅନୁଷ୍ଠିତ ହେବ। ପୁଲ୍‌ ‘ଡି’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇନାହିଁ। ତେଣୁ ରବିବାର ଘରୋଇ ଦଳକୁ କ୍ରସ୍‌ ଓଭର ମ୍ୟାଚରେ ପୁଲ୍‌ ‘ସି’ର ତୃତୀୟ ସ୍ଥାନୀୟ ଦଳ ନ୍ୟୁଜିଲାଣ୍ଡ ସହ ମୁକାବିଲା କରିବାକୁ ପଡ଼ିବ। ନ୍ୟୁଜିଲାଣ୍ଡକୁ ହରାଇ ପାରିଲେ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ। ସୋମବାର ଅନ୍ୟ ଏକ କ୍ରସ୍‌ ଓଭର ମ୍ୟାଚ ପୁଲ୍‌ ‘ସି’ର ଦ୍ୱିତୀୟ ମାଲେସିଆ ଓ ପୁଲ୍‌ ‘ଡି’ର ତୃତୀୟ ଦଳ ସ୍ପେନ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚର ବିଜେତା ମଧ୍ୟ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବ।
ଗ୍ରୁପ୍‌ ପର୍ଯ୍ୟାୟରେ ଧିମା ଖେଳ ଭାରତର ଅଗ୍ରଗତିକୁ ଜଟିଳ କରିଛି। ବିଶେଷ କରି ଗୋଲ ସ୍କୋରିଂରେ ବିଫଳତା ଦଳକୁ ବ୍ୟାକ୍‌ଫୁଟ୍‌ରେ ରଖିଛି। ସ୍ପେନ୍‌ ବିପକ୍ଷରେ ୨-୦ ଗୋଲରେ ବିଜୟ ସହ ଭାରତ ଅଭିଯାନ ଆରମ୍ଭ କରିଥିଲା। ଅନେକ ସୁଯୋଗ ପାଇ ମଧ୍ୟ ଦଳ ଏହାର ସଦୁପଯୋଗ କରିପାରି ନ ଥିଲା। ଦ୍ୱିତୀୟ ମ୍ୟାଚରେ ଗୋଟିଏ ହେଲେ ଗୋଲ ଦେଇ ନ ପାରି ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ଡ୍ର ରଖିଥିଲା। କଥା ଏତିକିରେ ସରି ନ ଥିଲା। ଅପେକ୍ଷାକୃତ ଦୁର୍ବଳ ଓ୍ବେଲ୍ସ ବିପକ୍ଷରେ ଘରୋଇ ଦଳ ବଡ଼ ବ୍ୟବଧାନରେ ଜିତିବ ବୋଲି ଆଶା କରାଯାଉଥିଲା। ମାତ୍ର ତାହା ହୋଇପାରି ନ ଥିଲା। ଦଳ ମାତ୍ର ୪ଟି ଗୋଲ ଦେଇ ପାରିଥିବାବେଳେ ୨ଟି ଗୋଲ ବରଣ କରିଥିଲା। ତେଣୁ କେବଳ ଆକ୍ରମଣାତ୍ମକ କ୍ଷେତ୍ରରେ ନୁହେଁ ରକ୍ଷଣଭାଗର ବିଫଳତା ମଧ୍ୟ ପଦାରେ ପଡ଼ିଥିଲା। ଏହା ଭାରତୀୟ ଦଳ ପାଇଁ ଚେତାବନୀ ସଦୃଶ ହୋଇଛି। ନ୍ୟୁଜିଲାଣ୍ଡ ଦଳକୁ କୌଣସି ପରିସ୍ଥିତିରେ ହାଲୁକା ଭାବେ ନେଇହେବନାହିଁ। ନିକଟ ଅତୀତରେ ଏହି ଦଳ ଉତ୍ସାହୀ ପ୍ରଦର୍ଶନ କରି ଆସିଛି। ୨୦୨୨ ଅକ୍ଟୋବରରେ ଅନୁଷ୍ଠିତ ପ୍ରୋ-ଲିଗ୍‌ ମ୍ୟାଚରେ ଏହି ଦଳ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ତେଣୁ ସବୁ ବିଭାଗରେ ଭଲ ପ୍ରଦର୍ଶନ ହିଁ ଭାରତକୁ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ନେଇପାରିବ। ନ୍ୟୁଜିଲାଣ୍ଡକୁ ହରାଇଲେ ଭାରତ କ୍ୱାର୍ଟର ଫାଇନାଲରେ ଗତଥରର ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ। ତେଣୁ କୋଚ୍‌ ଗ୍ରାହାମ ରିଡ୍‌ ଓ ଅଧିନାୟକ ହରମନପ୍ରୀତ ସିଂଙ୍କୁ ଏବେଠାରୁ ସ୍ବତନ୍ତ୍ର ରଣନୀତିରେ ଖେଳିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri