Posted inଖେଳ

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ବେଙ୍ଗାଲୁରୁ, ୧୬।୧୦ (ପି.ଟି.):ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟ ବୁଧବାର ଏଠାରେ ଆରମ୍ଭ ହେବ। ସିରିଜରେ ୩ଟି ଟେଷ୍ଟ ଖେଳାଯିବାକୁ ଥିବାବେଳେ ଭଲ ଫର୍ମ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି ଭାରତୀୟ ଦଳର ଦୁଇ ପ୍ରତିଭା ସମ୍ପନ୍ନ ଖେଳାଳି ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲ। ଦୁଇ ତାରକା ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମା ସ୍ଥିର ପ୍ରଦର୍ଶନ ଉପରେ ନଜର ରଖିଛନ୍ତି। ଏ ଦୁହିଙ୍କ ପରେ ଗିଲ୍‌ ଓ ଜୟସ୍ବାଲ ଭବିଷ୍ୟତରେ ଟିମ୍‌ ଇଣ୍ଡିଆ ବାଟନ ଧରିବା ଆଶା କରାଯାଉଛି। ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ସିରିଜ ଅପେକ୍ଷା ଏ ଦୁହେଁ କ୍ରମେ ଟେଷ୍ଟ କ୍ରିକେଟରେ ଅଭିଜ୍ଞ ହୋଇଛନ୍ତି। ଶୁଣାଯାଉଛି ଯେ ଗିଲ୍‌ଙ୍କ ବେକରେ ରକା ପଶିଛି। ମାତ୍ର ସେ ମ୍ୟାଚ ବେଳକୁ ଫିଟ୍‌ ହୋଇଯାଇଥିବେ ବୋଲି ଟିମ୍‌ ଫିଜିଓ ଦୃଢ଼ ଆଶା ପୋଷଣ କରିଛନ୍ତି। ତେବେ ପ୍ରଥମ ଦିବସ ଖେଳ ବର୍ଷାଦ୍ୱାରା ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି।
ଗିଲ୍‌ ନିଜର ଶେଷ ୧୦ ଇନିଂସରେ ୩ଟି ଶତକ ଓ ୨ଟି ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି। ସେହିପରି ଜୟସ୍ବାଲ ଶେଷ ୮ ଇନିଂସ ମଧ୍ୟରେ ୫ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଥରେ ୨୧୪ ରନ ସ୍କୋର କରିଛନ୍ତି। ଭାରତୀୟ ଦଳ ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଆଗାମୀ କଷ୍ଟସାଧ୍ୟ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ଅଭ୍ୟାସ କରିପାରିବ। ଗିଲ୍‌ ଏବେ ମଧ୍ୟ ଦ୍ରୁତ ବୋଲରଙ୍କୁ ଖେଳିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚେନ୍ନାଇରେ ବାଂଲାଦେଶ ପେସର ହାସନ ମେହମୁଦ ତାଙ୍କୁ ଅଡ଼ୁଆରେ ପକାଇଥିଲେ ଏବଂ ଶେଷରେ ତାଙ୍କ ଉଇକେଟ ମଧ୍ୟ ହାସଲ କରିଥିଲେ। ଜୟସ୍ବାଲ ମଧ୍ୟ ବଡ଼ ଶଟ୍‌ ଖେଳିବାକୁ ଯାଇ ୩ ଥର ଯାକ ପେସ୍‌ ବୋଲରଙ୍କ ଦ୍ୱାରା ହିଁ ଆଉଟ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଦ୍ରୁତ ବୋଲିଂ ବିଭାଗ ମ୍ୟାଟ ହେନରି, ଓ୍ବିଲିୟମ ଓ’ରୌର୍କ ଏବଂ ଅଭିଜ୍ଞ ଟିମ୍‌ ସୌଦୀଙ୍କୁ ନେଇ ବେଶ୍‌ ଶାଣିତ।
ରୋହିତ ଚଳିତ ବର୍ଷ ୧୫ ଇନିଂସ ଖେଳି ସାରିଛନ୍ତି। ଏହା ମଧ୍ୟରେ ୨ଟି ଶତକ ହାସଲ କରିଛନ୍ତି। ତେବେ ଅବଶିଷ୍ଟ ୧୩ ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ସେ ୮ ଟେଷ୍ଟରେ ୩୫ରୁ ଊର୍ଦ୍ଧ୍ୱ ଆଭରେଜରେ ୪୯୭ ରନ କରି ପାରିଛନ୍ତି। କୋହଲି ୯୦୦୦ ଟେଷ୍ଟ ରନ ପୂରଣଠାରୁ ୫୩ ରନ ଦୂରରେ ରହିଛନ୍ତି। ତେବେ ସେ ଚଳିତ ବର୍ଷ ୬ଟି ଇନିଂସ ଖେଳିଥିଲେ ମଧ୍ୟ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ୩୫ ବର୍ଷୀୟ କୋହଲି ୨ଥର ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନାହାନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୬ ଓ ବାଂଲାଦେଶ ବିପକ୍ଷରେ ୪୭ ରନରେ ଆଉଟ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ବଡ଼ ସ୍କୋର କରିବାନେଇ ଆଶା ରହିଛି।
ନ୍ୟୁଜିଲାଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂକୁ ନେଇ ଚିନ୍ତାରେ ରହିଛି। ନିକଟରେ ଶ୍ରୀଲଙ୍କା ସ୍ପିନରଙ୍କୁ ଖେଳିବାରେ ନ୍ୟୁଜିଲାଣ୍ଡ ବ୍ୟାଟରମାନେ ଅସମର୍ଥ ହୋଇଥିଲେ। ଫଳରେ ସିରିଜକୁ ୦-୨ରେ ହାରିଥିଲେ। ଭାରତୀୟ ଦଳରେ ଆଧୁନିକ କ୍ରିକେଟର ଦୁଇ ଶ୍ରେଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଥିବାରୁ ନ୍ୟୁଜିଲାଣ୍ଡକୁ ସତର୍କ ହୋଇ ଖେଳିବାକୁ ପଡ଼ିବ। ବାଂଲାଦେଶ ବିପକ୍ଷରେ ଦୁହେଁ ୨୦ ଉଇକେଟ ହାସଲ କରିଥିଲେ। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ପିଚ୍‌ ସ୍ପିନରଙ୍କୁ ସୁହାଇବା ଆଶା କରାଯାଉଥିବାରୁ ଏ ଦୁଇ ଭେଟେରାନ ସଫଳତା ପାଇବା ସମ୍ଭାବନା ରହିଛି। ଏ ଦୁଇ ସ୍ପିନରଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଫର୍ମରେ ଥିବା ଯଶପ୍ରୀତ୍‌ ବୁମ୍‌ରାଙ୍କ ପେସ୍‌କୁ ସାମ୍ନା କରିବାକୁ ହେବ। ଆହତ ସମସ୍ୟା ଯୋଗୁ ଅଭିଜ୍ଞ କେନ୍‌ ଓ୍ବିଲିୟମସନ ଖେଳିବା ସମ୍ଭାବନା ନାହିଁ। ଆଣ୍ଠୁରେ ସମସ୍ୟା ଯୋଗୁ ଡାହାଣହାତୀ ଦ୍ରୁତ ବୋଲର ବେନ୍‌ ସିଅର୍ସ ମଧ୍ୟ ସିରିଜରୁ ଓହରି ଯାଇଛନ୍ତି। ଫଳରେ ମାତ୍ର ୬ ଦିନିକିଆ ଓ ୧୪ ଟି୨୦ ଖେଳିବା ଅଭିଜ୍ଞତା ରଖିଥିବା ଜ୍ୟାକବ ଡୁଫିଙ୍କୁ ଦଳରେ ସାମିଲ କରାଯାଇଛି।

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ସକାଳ ୯.୩୦ରୁ ଆରମ୍ଭ ହେବ। ଟସ୍‌ ୯.୦୦ରେ ପଡ଼ିବ। ଏହି ଟେଷ୍ଟ ସିରିଜ୍‌ର ପ୍ରସାରଣ ଅଧିକାର ସ୍ପୋର୍ଟସ-୧୮ ନେଟଓ୍ବାର୍କ ପାଖରେ ଅଛି। ତେଣୁ ଏହି ଚ୍ୟାନେଲରେ ମ୍ୟାଚ୍‌ର ସିଧାପ୍ରସାରଣ ହେବ। ଏହାସହ ଅନ୍‌ଲାଇନରେ ଜିଓ ସିନେମା ଆପ୍‌ରେ ମଧ୍ୟ ଦର୍ଶକ ମ୍ୟାଚ୍‌ ଉପଭୋଗ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?