Posted inଖେଳ

ଭାରତ ୭-୪ରେ ନ୍ୟୁଜିଲାଣ୍ଡକୁ ହରାଇଲା

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଗୋଲ ଏବଂ ପେନାଲ୍ଟି କର୍ନର ବର୍ଷା ମଧ୍ୟରେ ଘରୋଇ ଦଳ ବିଜୟୀ ହୋଇଛି। ଅଧିନାୟକ ହରମନପ୍ରୀତ ସିଂ ଓ ସେଲଭାମ୍‌ କାର୍ଥିଙ୍କ ଡବଲ ଗୋଲ ବଳରେ ଭାରତ ୭-୪ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ମ୍ୟାଚରେ ମୋଟ ୧୬ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି ହୋଇଥିଲା। ଭାରତକୁ ୧୧ ଏବଂ ନ୍ୟୁଜିଲାଣ୍ଡକୁ ୫ଟି ମିଳିଥିଲା। ଏଥିରୁ ଭାରତ ୩ଟି ଓ ନ୍ୟୁଜିଲାଣ୍ଡ ଗୋଟିଏ ଗୋଲ କରିଥିଲା। ପୂରା ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ସିଂ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ମ୍ୟାଚ ଆରମ୍ଭରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଶେଷରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚର ପ୍ରଥମ କ୍ୱାର୍ଟର ନ୍ୟୁଜିଲାଣ୍ଡ ସପକ୍ଷରେ ରହିଥିବାବେଳେ ପରବର୍ତ୍ତୀ ୩ କ୍ୱାର୍ଟରରେ ଭାରତ ପ୍ରଭାବ ବିସ୍ତାର କରିଥିଲା। ଚଳିତ ଲିଗ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହାଥିଲା ଦ୍ୱିତୀୟ ବିଜୟ। ସିଜନ ଆରମ୍ଭ ମ୍ୟାଚରେ ଭାରତ ୪-୩ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା।
କ୍ରମାଗତ୨ ମ୍ୟାଚରେ ପରାଜିତ ହୋଇଥିବାରୁ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା ନ୍ୟୁଜିଲାଣ୍ଡ। ଭାରତୀୟ ରକ୍ଷଣଭାଗରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାର ଫାଇଦା ଉଠାଇ ୨ୟ ମିନିଟରେ ହିଁ ସିମନ ଚିଲ୍ଡଙ୍କ ଫିଲ୍ଡ ଗୋଲ ବଳରେ ନ୍ୟୁଜିଲାଣ୍ଡ ଅଗ୍ରଣୀ ହାସଲ କରିଥିଲା। କାଉଣ୍ଟର ଆକ୍ରମଣ କରି ଭାରତ ୭ମ ମିନିଟରେ ପେନାଲ୍ଟି କର୍ନର ହାସଲ କରିଥିଲା। ପ୍ରଥମ ଦୁଇ ଉଦ୍ୟମ ବିଫଳ ହେବା ପରେ ତୃତୀୟ ଉଦ୍ୟମରେ ଅଧିନାୟକ ହରମନପ୍ରୀତ ସିଂଙ୍କ ଗୋଲ ବଳରେ ଭାରତ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲା। ମାତ୍ର ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ କ୍ରମାଗତ ଆକ୍ରମଣ ଜାରି ରଖି ସଫଳ ହୋଇଥିଲା। ୯ମ ମିନିଟରେ ସାମ୍‌ ଲେନ୍‌ ଫିଲ୍ଡ ଗୋଲ ଦେଇ ନ୍ୟୁଜିଲାଣ୍ଡକୁ ପୁଣି ଅଗ୍ରଣୀ କରାଇଥିଲେ। ସେତିକିିରେ ଭାରତର ଦୁର୍ଦ୍ଦଶା ସରି ନ ଥିଲା। ୧୪ତମ ମିନିଟରେ ଜ୍ୟାକ ସ୍ମିଥ ଆଉ ଏକ ଫିଲ୍ଡ ଗୋଲ ଦେବାରୁ ଭାରତ ଉପରେ ଚାପ ସୃଷ୍ଟି କରିଥିଲା ନ୍ୟୁଜିଲାଣ୍ଡ। ପ୍ରଥମ କ୍ୱାର୍ଟର ଶେଷ ବେଳକୁ ନ୍ୟୁଜିଲାଣ୍ଡ ୩-୧ ଗୋଲରେ ଅଗ୍ରଣୀ ରହିଥିଲା। ପରବର୍ତ୍ତୀ ୩ କ୍ୱାର୍ଟରର ଖେଳ କିନ୍ତୁ ଭାରତ ନିୟନ୍ତ୍ରଣରେ ରହିଥିଲା।
ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଭାରତ ଅପେକ୍ଷାକୃତ ଭଲ ଖେଳିଥିଲା। ୧୭ତମ ମିନିଟରେ ସେଲଭାମ୍‌ କାର୍ଥି ଓ ୧୯ତମ ମିନିଟରେ ହରମନପ୍ରୀତ ଗୋଲଦେଇ ମ୍ୟାଚକୁ ୩-୩ ସ୍ଥିତିକୁ ନେଇ ଆସିଥିଲେ। ତୃତୀୟ କ୍ୱାର୍ଟର ଆରମ୍ଭରେ ଏକ ତ୍ରିକୋଣୀୟ ପାସ୍‌ ମଧ୍ୟରେ ରାଜ କୁମାର ପାଲ୍‌ ବଲ୍‌କୁ ନ୍ୟୁଜିଲାଣ୍ଡ ଗୋଲପୋଷ୍ଟକୁ ପଠାଇବାରେ ସକ୍ଷମ ହୋଇଥିଲେ। ୩୧ତମ ମିନିଟରେ ଅଭିଷେକ ବଲ୍‌କୁ ମନପ୍ରୀତ ସିଂଙ୍କୁୁ ଦେଇଥିଲେ। ମନପ୍ରୀତ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଚକ୍‌ମା ଦେଇ ବଲ୍‌କୁ ରାଜ କୁମାରଙ୍କ ନିକଟରୁ ପଠାଇ ଦେଇଥିଲେ। ରାଜକୁୁମାରଙ୍କ ଶଟ୍‌ରୁ ବଲ୍‌ ବିଜୁଳି ବେଗରେ ନ୍ୟଜିଲାଣ୍ଡ ଗୋଲ ପୋଷ୍ଟର ନେଟ୍‌ ସ୍ପର୍ଶ କରିଥିଲା। ଫଳରେ ଭାରତ ପ୍ରଥମଥର ପାଇଁ ଏହି ମ୍ୟାଚରେ ଅଗ୍ରଣୀ ହାସଲ କରିଥିଲା। ୩୮ତମ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ ସେଲଭାମ୍‌ କାର୍ଥି। ୫୦ତମ ମିନିଟରେ ସୁଖଜିତ ସିଂ ଏକ ଫିଲ୍ଡ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିିଥିଲେ। ୫୦ରୁ ୫୨ତମ ମିନିଟ ମଧ୍ୟରେ ଭାରତ ଲଗାତର ୭ଟି ପେନାଲ୍ଟି କର୍ନର ପାଇଥିଲା। ସେଥିରୁ ୫୩ତମ ମିନିଟରେ ଯୁଗରାଜ ସିଂ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଏହାର ୧ ମିନିଟ ପରେ ୫୪ତମ ମିନିଟରେ ନ୍ୟୁଜିଲାଣ୍ଡ ଅଧିନାୟକ ନିକ୍‌ ଉଡ୍ସ କ୍ରମାଗତ ୨ ପେନାଲ୍ଟି କର୍ନରରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri