Posted inଖେଳ

ଭାରତ ୭-୪ରେ ନ୍ୟୁଜିଲାଣ୍ଡକୁ ହରାଇଲା

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଗୋଲ ଏବଂ ପେନାଲ୍ଟି କର୍ନର ବର୍ଷା ମଧ୍ୟରେ ଘରୋଇ ଦଳ ବିଜୟୀ ହୋଇଛି। ଅଧିନାୟକ ହରମନପ୍ରୀତ ସିଂ ଓ ସେଲଭାମ୍‌ କାର୍ଥିଙ୍କ ଡବଲ ଗୋଲ ବଳରେ ଭାରତ ୭-୪ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ମ୍ୟାଚରେ ମୋଟ ୧୬ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି ହୋଇଥିଲା। ଭାରତକୁ ୧୧ ଏବଂ ନ୍ୟୁଜିଲାଣ୍ଡକୁ ୫ଟି ମିଳିଥିଲା। ଏଥିରୁ ଭାରତ ୩ଟି ଓ ନ୍ୟୁଜିଲାଣ୍ଡ ଗୋଟିଏ ଗୋଲ କରିଥିଲା। ପୂରା ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ସିଂ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ମ୍ୟାଚ ଆରମ୍ଭରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଶେଷରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚର ପ୍ରଥମ କ୍ୱାର୍ଟର ନ୍ୟୁଜିଲାଣ୍ଡ ସପକ୍ଷରେ ରହିଥିବାବେଳେ ପରବର୍ତ୍ତୀ ୩ କ୍ୱାର୍ଟରରେ ଭାରତ ପ୍ରଭାବ ବିସ୍ତାର କରିଥିଲା। ଚଳିତ ଲିଗ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହାଥିଲା ଦ୍ୱିତୀୟ ବିଜୟ। ସିଜନ ଆରମ୍ଭ ମ୍ୟାଚରେ ଭାରତ ୪-୩ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା।
କ୍ରମାଗତ୨ ମ୍ୟାଚରେ ପରାଜିତ ହୋଇଥିବାରୁ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା ନ୍ୟୁଜିଲାଣ୍ଡ। ଭାରତୀୟ ରକ୍ଷଣଭାଗରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାର ଫାଇଦା ଉଠାଇ ୨ୟ ମିନିଟରେ ହିଁ ସିମନ ଚିଲ୍ଡଙ୍କ ଫିଲ୍ଡ ଗୋଲ ବଳରେ ନ୍ୟୁଜିଲାଣ୍ଡ ଅଗ୍ରଣୀ ହାସଲ କରିଥିଲା। କାଉଣ୍ଟର ଆକ୍ରମଣ କରି ଭାରତ ୭ମ ମିନିଟରେ ପେନାଲ୍ଟି କର୍ନର ହାସଲ କରିଥିଲା। ପ୍ରଥମ ଦୁଇ ଉଦ୍ୟମ ବିଫଳ ହେବା ପରେ ତୃତୀୟ ଉଦ୍ୟମରେ ଅଧିନାୟକ ହରମନପ୍ରୀତ ସିଂଙ୍କ ଗୋଲ ବଳରେ ଭାରତ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲା। ମାତ୍ର ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ କ୍ରମାଗତ ଆକ୍ରମଣ ଜାରି ରଖି ସଫଳ ହୋଇଥିଲା। ୯ମ ମିନିଟରେ ସାମ୍‌ ଲେନ୍‌ ଫିଲ୍ଡ ଗୋଲ ଦେଇ ନ୍ୟୁଜିଲାଣ୍ଡକୁ ପୁଣି ଅଗ୍ରଣୀ କରାଇଥିଲେ। ସେତିକିିରେ ଭାରତର ଦୁର୍ଦ୍ଦଶା ସରି ନ ଥିଲା। ୧୪ତମ ମିନିଟରେ ଜ୍ୟାକ ସ୍ମିଥ ଆଉ ଏକ ଫିଲ୍ଡ ଗୋଲ ଦେବାରୁ ଭାରତ ଉପରେ ଚାପ ସୃଷ୍ଟି କରିଥିଲା ନ୍ୟୁଜିଲାଣ୍ଡ। ପ୍ରଥମ କ୍ୱାର୍ଟର ଶେଷ ବେଳକୁ ନ୍ୟୁଜିଲାଣ୍ଡ ୩-୧ ଗୋଲରେ ଅଗ୍ରଣୀ ରହିଥିଲା। ପରବର୍ତ୍ତୀ ୩ କ୍ୱାର୍ଟରର ଖେଳ କିନ୍ତୁ ଭାରତ ନିୟନ୍ତ୍ରଣରେ ରହିଥିଲା।
ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଭାରତ ଅପେକ୍ଷାକୃତ ଭଲ ଖେଳିଥିଲା। ୧୭ତମ ମିନିଟରେ ସେଲଭାମ୍‌ କାର୍ଥି ଓ ୧୯ତମ ମିନିଟରେ ହରମନପ୍ରୀତ ଗୋଲଦେଇ ମ୍ୟାଚକୁ ୩-୩ ସ୍ଥିତିକୁ ନେଇ ଆସିଥିଲେ। ତୃତୀୟ କ୍ୱାର୍ଟର ଆରମ୍ଭରେ ଏକ ତ୍ରିକୋଣୀୟ ପାସ୍‌ ମଧ୍ୟରେ ରାଜ କୁମାର ପାଲ୍‌ ବଲ୍‌କୁ ନ୍ୟୁଜିଲାଣ୍ଡ ଗୋଲପୋଷ୍ଟକୁ ପଠାଇବାରେ ସକ୍ଷମ ହୋଇଥିଲେ। ୩୧ତମ ମିନିଟରେ ଅଭିଷେକ ବଲ୍‌କୁ ମନପ୍ରୀତ ସିଂଙ୍କୁୁ ଦେଇଥିଲେ। ମନପ୍ରୀତ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଚକ୍‌ମା ଦେଇ ବଲ୍‌କୁ ରାଜ କୁମାରଙ୍କ ନିକଟରୁ ପଠାଇ ଦେଇଥିଲେ। ରାଜକୁୁମାରଙ୍କ ଶଟ୍‌ରୁ ବଲ୍‌ ବିଜୁଳି ବେଗରେ ନ୍ୟଜିଲାଣ୍ଡ ଗୋଲ ପୋଷ୍ଟର ନେଟ୍‌ ସ୍ପର୍ଶ କରିଥିଲା। ଫଳରେ ଭାରତ ପ୍ରଥମଥର ପାଇଁ ଏହି ମ୍ୟାଚରେ ଅଗ୍ରଣୀ ହାସଲ କରିଥିଲା। ୩୮ତମ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ ସେଲଭାମ୍‌ କାର୍ଥି। ୫୦ତମ ମିନିଟରେ ସୁଖଜିତ ସିଂ ଏକ ଫିଲ୍ଡ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିିଥିଲେ। ୫୦ରୁ ୫୨ତମ ମିନିଟ ମଧ୍ୟରେ ଭାରତ ଲଗାତର ୭ଟି ପେନାଲ୍ଟି କର୍ନର ପାଇଥିଲା। ସେଥିରୁ ୫୩ତମ ମିନିଟରେ ଯୁଗରାଜ ସିଂ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଏହାର ୧ ମିନିଟ ପରେ ୫୪ତମ ମିନିଟରେ ନ୍ୟୁଜିଲାଣ୍ଡ ଅଧିନାୟକ ନିକ୍‌ ଉଡ୍ସ କ୍ରମାଗତ ୨ ପେନାଲ୍ଟି କର୍ନରରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri