Posted inଜାତୀୟ

ଭାରତରେ ପାକିସ୍ତାନଠାରୁ ବି ଖରାପ ସ୍ଥିତି

ନୂଆଦିଲ୍ଲୀ,୧୯ା୧୦: ସରକାର ଯୋଜନା ପରେ ଯୋଜନା ଗଢ଼ୁଛନ୍ତି। କିନ୍ତୁ ସେଗୁଡ଼ିକର ସୁବିଧା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁନାହିଁ। ଦୁର୍ନୀତି ଓ ବାଟମାରଣା ଯୋଗୁ ଭାରତରେ ଅନାହାର ଓ କୁପୋଷଣ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ପ୍ରଣୟନ କରିବା ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଥିଲେ ହେଁ ଦେଶର ଅବସ୍ଥା ‘ଅତି ଗମ୍ଭୀର’ ରହିଛି। ବିଶ୍ୱ କ୍ଷୁଧା ସୂଚକାଙ୍କ (ଡବ୍ଲ୍ୟୁଏଚ୍‌ଆଇ)୨୦୨୦ର ସଦ୍ୟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି।
ଶୁକ୍ରବାର ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ଦକ୍ଷିଣ ଏସୀୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ସ୍ଥାନ ନିମ୍ନରେ ରହିଛି।
୧୦୭ ରାଷ୍ଟ୍ର ମଧ୍ୟରୁ ଭାରତ ୯୪ତମ ସ୍ଥାନରେ ରହିଥିବାବେଳେ ଦେଶର ୧୪% ଜନସଂଖ୍ୟା କୁପୋଷଣର ଶିକାର ହୋଇଥିବା ଏଥିରେ କୁହାଯାଇଛି। ଗତବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କର ୧୦୨ତମ ସ୍ଥାନରେ ଭାରତ ରହିଥିବାବେଳେ ଏଥର ୮ ପାଦ ଆଗକୁ ବଢ଼ିଛି। ଏହାସତ୍ତ୍ୱେ ଭାରତର ସ୍ଥାନ ‘ଅତି ଗମ୍ଭୀର’ ବର୍ଗରେ ରହିଛି। ପାକିସ୍ତାନ ୮୮ତମ ସ୍ଥାନରେ ଥିବାବେଳେ ନେପାଳ ୭୩, ବାଂଲାଦେଶ ୭୫, ଶ୍ରୀଲଙ୍କା ୬୪, ମ୍ୟାନ୍‌ମାର ୭୮ ଓ ଆଫଗାନିସ୍ତାନ ୯୯ତମ ସ୍ଥାନରେ ରହିଛି। ସାରା ବିଶ୍ୱର କୁପୋଷଣ ସ୍ତରର ଆକଳନ କରି ପ୍ରସ୍ତୁତ କରାଯାଉଥିବା ଏହି ସୂଚକାଙ୍କ ଅନୁଯାୟୀ ନେପାଳ ଓ ଶ୍ରୀଲଙ୍କା ମଧ୍ୟମ କ୍ଷୁଧା ବର୍ଗରେ ଆସୁଛନ୍ତି। ୪ଟି ସୂଚକାଙ୍କକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। ଶୂନ ସ୍କେଲ୍‌କୁ ଏଥିରେ ସର୍ବୋତ୍କୃତ (କ୍ଷୁଧାମୁକ୍ତ) ବିବେଚନା କରାଯାଇଥିବାବେଳେ ୧୦୦କୁ ସବୁଠୁ ଖରାପ ବୋଲି ଦର୍ଶାଯାଇଛି। ପ୍ରତ୍ୟେକ ଦେଶର ଜିଏଚ୍‌ଆଇ ସ୍କୋରକୁ କ୍ଷୁଧାର ତୀବ୍ରତା ଦୃଷ୍ଟିରୁ ନିମ୍ନରୁ ଅତି ଗମ୍ଭୀର ବର୍ଗ ଭାବେ ବିଭକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri