Posted inଜାତୀୟ

ସଶକ୍ତ-ସମୃଦ୍ଧ-ଏକୀକୃତ ଆସିଆନ ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ…

ନୂଆଦିଲ୍ଲୀ, ୧୬।୬ : ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ଏକୀକୃତ ଆସିଆନ (ଏଏସଇଏଏନ) ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଏନେଇ ଭାରତ ଏହାର ପୂର୍ଣ୍ଣ ସମର୍ଥନ ଲାଗି ପ୍ରତିଶ୍ରୁତି ଦେଇଛି । ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଆସିଆନର ୧୦ ଟି ଦେଶର ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଏହା କହିଛନ୍ତି।

ଆସିଆନର ଦୁଇ ଦିନିଆ ବୈଠକରେ ଉଦବୋଧନ ଦେଇ ଜୟଶଙ୍କର କହିଛନ୍ତି ଯେ ବିକେନ୍ଦ୍ରୀକରଣ, ଜଗତୀକରଣ ଏବଂ ନମନୀୟ ଏବଂ ନିର୍ଭରଯୋଗ୍ୟ ଯୋଗାଣ ପ୍ରଣାଳୀକୁ ପ୍ରୋତ୍ସାହିତ କରିବାରେ ଏକ ଉନ୍ନତ ସଂଯୁକ୍ତ ଭାରତ ଏବଂ ଆସିଆନ ଗଠନ କ୍ଷେତ୍ରରେ ପ୍ରୟାସ ସଫଳ ହେବ।

କରୋନା ମହାମାରୀ ବିଷୟରେ ଉଲ୍ଲେଖ କରି ଜୟଶଙ୍କର କହିଛନ୍ତି ଯେ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ମହାମାରୀ ପରେ ପୁନରୁଦ୍ଧାର ଜାରି ରହିଛି। ତେବେ ଭୂ-ରାଜନୈତିକ ସମସ୍ୟା ଯୋଗୁ ମହାମାରୀର ମୁକାବିଲା କରିବା କଷ୍ଟକର ହୋଇପଡିଛି। ୟୁକ୍ରେନର ଘଟଣାକ୍ରମ, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଉପରେ ପ୍ରଭାବ ତଥା ସାର ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମୂଲ୍ୟ ଏବଂ ଲଜିଷ୍ଟିକ ଯୋଗାଣ ସହିତ ଆମକୁ ଏହାର ମୁକାବିଲା କରିବାକୁ ପଡିବ।

ସେ କହିଛନ୍ତି ଯେ ଆସିଆନ ସର୍ବଦା ଆଞ୍ଚଳିକତା, ବହୁପକ୍ଷତା ଏବଂ ଜଗତୀକରଣର ପ୍ରତୀକ ଭାବରେ ଛିଡା ହୋଇଛି। ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ରଣନୈତିକ ଏବଂ ଅର୍ଥନୈତିକ ଭିତ୍ତିଭୂମି ବିକାଶ ପାଇଁ ମୂଳଦୁଆ ପକାଇଛି। ସେ କହିଛନ୍ତି ଯେ ବିଶ୍ୱ ସମ୍ପ୍ରତି ସମ୍ମୁଖୀନ ହେଉଥିବା ଭୌଗୋଳିକ ଆହ୍ବାନ ଏବଂ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଏବେ ଆସିଆନର ଭୂମିକା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମୂହ ଆସୋସିଏଶନ ଏହି ଅଞ୍ଚଳର ଅନ୍ୟତମ ପ୍ରଭାବଶାଳୀ ଗୋଷ୍ଠୀ ଭାବରେ ପରିଗଣିତ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍ ଯୋଗୁ ସ୍ଥିତି ହୋଇପାରେ ଅସମ୍ଭାଳ, କଡା ନିୟମ ପାଳନ କରିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮ ।୧୨: କରୋନାର ନୂଆ ଭାରିଏଣ୍ଟ ଏବେ ସାରା ବିଶ୍ୱକୁ ବ୍ୟାପି ଚାଲିଛି । ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା...

ଗଙ୍ଗା ନଦୀର ପାଣି ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ: ସିପିସିବି

ନୂଆଦିଲ୍ଲୀ, ୩୦।୫: ଗଙ୍ଗା ନଦୀର ପାଣି ପାନୀୟ ଜଳ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)। ଏଥିସହ ଗଙ୍ଗା ନଦୀ...

ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟିଂ, ମଇଦାନରେ ୪୧୨ ପ୍ରାର୍ଥି

ଶିମଲା,୧୨ ।୧: ହିମାଚଳ ପ୍ରଦେଶର ସମସ୍ତ ୬୮ ବିଧାନସଭା ଆସନ ଲାଗି ଶନିବାର ଭୋଟିଂ ହେବ । ସାରା ରାଜ୍ୟରେ ଏଥିପାଇଁ ୭,୮୮୪ ମତଦାନ କେନ୍ଦ୍ର...

ଚେସ ଅଲିମ୍ପିଆଡ଼ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିଲା ଅବହେଳା, ତାମିଲନାଡୁ ଭାଜପା ଅଧ୍ୟକ୍ଷଙ୍କ ଅଭିଯୋଗ…

ଚେନ୍ନାଇ,୩୦।୧୧ : ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ରାଜ୍ୟ ସରକାରଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଚେସ ଅଲିମ୍ପିଆଡ଼ର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି...

ଅଭିନେତା ଶାହରୁଖ ଖାନଙ୍କ ପୁଅ ଗିରଫ

ମୁମ୍ବାଇ,୩।୧୦: ପ୍ରସିଦ୍ଧ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ଶେଷରେ ଗିରଫ ହୋଇଛନ୍ତି। ତାଙ୍କୁ ଏନ୍‌ସିବି ରବିବାର ଗିରଫ କିରଛି। କ୍ରୁଜ୍‌ ରେଭ ପାର୍ଟିରେ ସାମିଲ...

ପୁଅ ଦ୍ୱିତୀୟଥର ବିଧାୟକ ନିର୍ବାଚିତ, ଏବେ ବି ଗାଡି ପଙ୍କଚର ମାରୁଛନ୍ତି ପିତା

ଭୋପାଳ,୧୩।୨: ଭୋପାଳର ବୋଗଦା ଅଞ୍ଚଳରେ ଥିବା ଏକ ଛୋଟ ଗ୍ୟାରେଜ୍‌ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗ୍ୟାରେଜ୍‌ର ମାଲିକ ହେଉଛନ୍ତି ଦିଲ୍ଲୀର ଜଙ୍ଗପୁରା ବିଧାନସଭା...

ଲକ୍‌ଡାଉନ ୪.୦ ପରେ ‘ଓ୍ବାର୍କ ଫ୍ରମ ହୋମ’ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାରଙ୍କ ୭୦ରୁ ଊର୍ଦ୍ଧ୍ୱ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୪।୫: କରୋନା ଭାଇରସର ସଂକ୍ରମଣ ବହୁ ଦିନ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ପକ୍ଷରୁ ମଧ୍ୟ ଏହି ସୂଚନା ଦିଆଯାଇଛି। ଡବ୍ଲୁଏଚ୍‌ଓ...

Advertisement
Archives

Model This Week