ସରିଲା ୧୦ଦିନିଆ ଦ୍ୱୈତ ମେଳା

ଭୁବନେଶ୍ୱର,୭।୩ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ ୧୮ତମ ହୋମ୍‌ ଆଣ୍ଡ ଡେକୋର ସାଙ୍ଗକୁ ୧୮ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର-୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏପରିକି ଚଳିତ ବର୍ଷ ଫେବୃୟାରୀ ୨୫ରୁ ଆରମ୍ଭ ହୋଇଥିବା ଏହି ଦ୍ୱୈତ ମେଳା ଆନୁଷ୍ଠାନିକ ଭାବେ ଶେଷ ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଉକ୍ତ ମେଳାର ଉଦ୍‌ଯାପନୀ ଉତ୍ସବରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ଲିଃ ତଥା ଜାତୀୟ ଏସ୍‌ସି-ଏସ୍‌ଟି ହବ୍‌ ଭୁବନେଶ୍ୱରର ଶାଖା ପରିଚାଳକ ଶୁଭାଶିଷ୍‌ ଦାସ, କ୍ରେଡାଇ ଭୁବନେଶ୍ୱରର ସଭାପତି ପ୍ରଦୀପ୍ତ କୁମାର ବିଶ୍ୱାସରାଏ, ଉପସଭାପତି ସୂର୍ଯ୍ୟକାନ୍ତ ନନ୍ଦ ଏବଂ ଜିଏସ୍‌ ମାର୍କେଟିଂର ନିର୍ଦ୍ଦେଶକ ଚିଦ୍ରୁଦ୍‌ ସାହା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦେବ କହିଥିଲେ, ପ୍ରତିଟି ମେଳା ସବୁ ବର୍ଗର ଲୋକଙ୍କୁ ଉତ୍ସାହିତ କରିଥାଏ। ଏପରିକି ମେଳାର ବିଶେଷ ଗ୍ରାହକ ଥାଆନ୍ତି। ସେହିଭଳି ଦେଶର ସମସ୍ତ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶାରେ ଥିବା ଖଣିଜ ସମ୍ପଦ ବ୍ୟବହାରକରି ଶିଳ୍ପ ନିର୍ମାଣ ନିମନ୍ତେ ନିମନ୍ତ୍ରଣ କରାଯାଉଛି। ଏପରିକି ସରକାରଙ୍କ ସହଯୋଗରେ ପୁଞ୍ଜିନିବେଶ କରିବାକୁ ମନ୍ତ୍ରୀ ଦେବ ଆହ୍ବାନ କରିଛନ୍ତି। ଅପରପକ୍ଷରେ ଉପରୋକ୍ତ ୨ଟି ମେଳାରେ ୯ଟି ଦେଶ ଏବଂ ୧୬ଟି ରାଜ୍ୟର ବ୍ୟବସାୟୀ ସେମାନଙ୍କର ଭିନ୍ନ ଭିନ୍ନ ବ୍ୟବସାୟର ପସରା ଖୋଲିଥିଲା ବେଳେ ଏହି ୧୦ଦିନ ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ମେଳା ବୁଲିବାକୁ ଆସିଥିଲେ। ସେହିଭଳି ଗ୍ରାହକଙ୍କ ପସନ୍ଦର ଅନୁଯାୟୀ ସାମଗୀ ସାଙ୍ଗକୁ ଖାଦ୍ୟପେୟ ଓ ଆସବାବପତ୍ର ସମେତ ଅନ୍ୟାନ୍ୟ ଘରକରଣା ଦ୍ରବ୍ୟମାନ ଗୋଟିଏ ସ୍ଥାନରେ ପାଇପାରିଥିବାରୁ ସବୁ ବର୍ଗର ଗ୍ରାହକ ସେ ସବୁକୁ କିଣିବା ସହ ଖୁସି ବ୍ୟକ୍ତ କରିଛନ୍ତି। ଏହା ସହିତ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ସ୍ବତନ୍ତ୍ର ଭାବେ ଏକ ଜୋନ୍‌ରେ ରିୟଲ ଇଷ୍ଟେଟ ସମ୍ବନ୍ଧିତ ସମସ୍ତ ସୂଚନା ଓ ପ୍ରକଳ୍ପକୁ ଏକ ବୃହତ୍‌ ଷ୍ଟଲ୍‌ ଜରିଆରେ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ସିସିବିଏମ୍‌ର ନୂତନ ବିଲ୍ଡିଂ ଶିଳାନ୍ୟାସ

ଭୁବନେଶ୍ୱର,୨୪।୧୦: ନ୍ୟାଶନାଲ କାଉନସିଲ୍‌ ଫର୍‌ ସିମେଣ୍ଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସ(ଏନ୍‌ସିସିବିଏମ୍‌) ଭୁବନେଶ୍ୱର ୟୁନିଟ୍‌ର ସମ୍ପ୍ରସାରଣ ପାଇଁ ଏକ ଅତ୍ୟାଧୁନିକ ‘ରିସର୍ଚ୍ଚ ଆଣ୍ଡ ଲାବରେଟୋରି’ ବିଲ୍ଡିଂର ଶିଳାନ୍ୟାସ...

ନୂତନ ବିମାନ କିଣିପାରେ ଆକାଶ ଏୟାର

ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଆକାଶ ଏୟାର ନୂତନ ବିମାନ କ୍ରୟ କରିପାରେ ବୋଲି କୁହାଯାଉଛି। ଏପରିକି କମ୍ପାନୀ ଚଳିତ...

ଆଜି ଆର୍‌ବିଆଇ ବୋର୍ଡକୁ ଉଦ୍‌ବୋଧନ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ଏଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡ ବୈଠକରେ ଉଦ୍‌ବୋଧନ ଦେବେ। ବଜେଟ ଉପସ୍ଥାପନ ପରେ ଆର୍‌ବିଆଇ ସହ...

ରାଜସୁନାଖଳାରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୩।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନିକଟରେ ନୟାଗଡ଼...

ସାମଗ୍ରୀ ବିକ୍ରି ଚିନ୍ତାରେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୦।୫: ଗତ କିଛି ତ୍ରୈମାସ ଧରି ଘରୋଇ ବଜାରର ଅଭିବୃଦ୍ଧି ନିମ୍ନଗାମୀ ହୋଇଥିବା ବେଳେ କରୋନା ଜନିତ ଲକ୍‌ଡାଉନ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ଦେଶର...

ଏନ୍‌ସିଏଲ୍‌ଟିରେ ଜେଟ୍‌ ଏୟାରଓ୍ବେଜ୍‌ ମାମଲା: ପାଇଲଟ, ୨ ବିଦେଶୀ ଭେଣ୍ଡର ଅଦାଲତ ଗଲେ

ନୂଆଦିଲ୍ଲୀ,୧୯।୬: ଜେଟ୍‌ ଏୟାରଓ୍ବେଜ୍‌ର ପାଇଲଟ, ଇଞ୍ଜିନିୟର ସଂଗଠନ ଏବଂ ନେଦରଲାଣ୍ଡର ୨ ଭେଣ୍ଟର ବୁଧବାର ଦେବାଳିଆ ଅଦାଲତ ଏନ୍‌ସିଏଲ୍‌ଟିରେ ପହଞ୍ଚତ୍ଛନ୍ତି। ନିଜକୁ ଜେଟ୍‌ର ଦେବାଳିଆ ପ୍ରକ୍ରିୟାରେ...

ନୂଆ ଏମ୍‌ଡିଙ୍କୁ ନିଯୁକ୍ତି ଦେବ ରିଲାଏନ୍ସ

  ନୂଆଦିଲ୍ଲୀ,୧୪-୧: ବଜାର ନିୟନ୍ତ୍ରକ ସେବିର ଆଦେଶ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନୂଆ ଏମ୍‌ଡିଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡିଛି। ଗୋଟିଏ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)...

ନିର୍ମଳାଙ୍କ ହାତରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୧। ୫: ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ମୋଦିଙ୍କ ପ୍ରଥମ ପାଳିରେ ସେ ବାଣିଜ୍ୟ ଓ ଉଦ୍ୟୋଗ, ପ୍ରତିରକ୍ଷା...

Advertisement
Archives

Model This Week