Posted inଖେଳ

ଫାଇନାଲରେ ଭାରତ

ଭୁବନେଶ୍ୱର, ୧୩।୬ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚତୁଃରାଷ୍ଟ୍ରୀୟ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଭାନୁଆଟୁକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଘରୋଇ ଦଳ ପକ୍ଷରୁ ଅଧିନାୟକ ସୁନୀଲ ଛେତ୍ରୀ ୮୧ତମ ମିନିଟରେ ଏକମାତ୍ର ବିଜୟ ସୂଚକ ଗୋଲଟି ସ୍କୋର କରିଥିଲେ। ଭାରତ ୨ ମ୍ୟାଚରୁ ୬ ପଏଣ୍ଟ ସହିତ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଅ୍ଯଯପକ୍ଷରେ ଡବଲ୍‌ ପରାଜୟ ସହ ଭାନୁଆଟୁର ଚ୍ୟାଲେଞ୍ଜ ଶେଷ ହୋଇଛି। ଭାରତ ଏହାର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଥିଲା। ଭାନୁଆଟୁ ୧-୩ ଗୋଲରେ ଲେବାନନଠାରୁ ହାରିଥିଲା। ଆସନ୍ତା ଗୁରୁବାର ଭାରତ ଏହାର ଶେଷ ଲିଗ୍‌ ମ୍ୟାଚରେ ଲେବାନନକୁ ଏବଂ ଭାନୁଆଟୁ ମଙ୍ଗୋଲିଆକୁ ଭେଟିବ। ମ୍ୟାଚ ଆରମ୍ଭରେ ପୂର୍ବତନ ଅନ୍ତର୍ଜାତୀୟ ଓଡ଼ିଆ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂ ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଶେଷରେ ସୁନୀଲ ଛେତ୍ରୀ ହିରୋ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ଏସିଆରେ ୧୦ମ ଓ ଫିଫା ର଼୍ୟାଙ୍କିଙ୍ଗ୍‌ରେ ୧୦୧ତମ ସ୍ଥାନରେ ଥିବା ଭାରତକୁ ୧୬୪ ର଼୍ୟାଙ୍କ ପ୍ରାପ୍ତ ଭାନୁଆଟୁ ପୂରା ମ୍ୟାଚରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ମ୍ୟାଚ ଆରମ୍ଭରୁ ଉଭୟ ଦଳ ବଲ୍‌ ପୋଜେଶନ ପାଇଁ ଉଦ୍ୟମ କରିଥିଲେ। ମ୍ୟାଚର ୪ର୍ଥ ମିନିଟରେ ନନ୍ଦକୁମାର ସେକର କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ମଧ୍ୟ ପାଇଥିବା ଲଙ୍ଗ୍‌ପାସ୍‌କୁ ନିୟନ୍ତ୍ରଣ କରି ବକ୍ସ ନିକଟରେ ଥିବା ସୁନୀଲ ଛେତ୍ରୀଙ୍କ ନିକଟକୁ ପଠାଇ ଦେଇଥିଲେ। ମାତ୍ର ଛେତ୍ରୀଙ୍କ ଶଟ୍‌ ବିପକ୍ଷ ଦଳର ଡିଫେଣ୍ଡରଙ୍କ ଦ୍ୱାରା ଡିଫ୍ଲେକ୍ଟ ହୋଇ ଫେରି ଆସିଥିଲା। ୧୧ତମ ମିନିଟରେ ସେକର, ମହେଶ ସିଂ ନାଓରେମ୍‌ ଓ ଛେତ୍ରୀଙ୍କ ମିିଳିତ ଉଦ୍ୟମକୁ ଭାନୁଆଟୁ ରକ୍ଷଣଭାଗ ସଫଳତାର ସହ ପ୍ରତିହତ କରିଥିଲା। ୧୬ତମ ମିନିଟରେ ଭାରତ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ଶୁଭାଶିଷ ବୋଷ ଦେଇଥିବା ପାସ୍‌କୁ ସେକର ଗୋଲରେ ପରିଣତ କରିପାରି ନ ଥିଲେ। ୧୮ତମ ମିନିଟରେ ଭାନୁଆଟୁ କାଉଣ୍ଟର ଆକ୍ରମଣ କରିଥିଲା। ମାତ୍ର ଆଲେକ୍ସ ସାନିଏଲ ଓ ମାଇକେଲ କୋଲୋନଙ୍କ ଉଦ୍ୟମକୁ ଭାରତୀୟ ଗୋଲକିପର ବ୍ୟର୍ଥ କରିଥିଲେ। ୨୩ତମ ମିନିଟରେ ଭାନୁଆଟୁର ଜୋନାଥନ ସ୍ପୋକି ୍ଯଯାକ୍‌ ଏବଂ ୨୫ତମ ମିନିଟରେ ଛେତ୍ରୀଙ୍କ ପ୍ରୟାସ ମଧ୍ୟ ସଫଳ ହୋଇ ନ ଥିଲା। ୨୭ତମ ମିନିଟରେ ସାମାନ୍ୟ ବର୍ଷା ହେବାରୁ କୁଲିଂ ବ୍ରେକ୍‌ ନିଆ ଯାଇଥିଲା। ୩୩ତମ ମିନିଟରେ ଭାରତ ପ୍ରଥମ ଥର ପାଇଁ ଟାର୍ଗେଟରେ ଶଟ୍‌ ମାରିଥିଲା। ଲିଷ୍ଟନ କୋଲାକୋଙ୍କଠାରୁୁ ବାମ ପଟରୁ ପାଇଥିବା ପାସକୁ ନିୟନ୍ତ୍ରଣକୁ ଆଣି ଛେତ୍ରୀ ଗୋଲପୋଷ୍ଟର ନିକଟତର ହୋଇଥିଲେ। ବିପକ୍ଷ ଦଳର ଗୋଲକିପର ଚାପର ବଶବର୍ତ୍ତୀ ହୋଇଥିଲେ ହେଁ ସେଭ୍‌ କରିବାରେ ସକ୍ଷମ ହୋଇଥିଲେ। ୪୩+୩ ମିନିଟରେ ଭାନୁଆଟୁ ଅଗ୍ରଣୀ ନେବା ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ଆଲେକ୍ସ ସାନିଏଲ ଏହାକୁ ଟାର୍ଗେଟରେ ପହଞ୍ଚାଇବାରେ ସକ୍ଷମ ହୋଇ ନ ଥିଲେ। ଫଳରେ ପ୍ରଥମାର୍ଦ୍ଧ ଗୋାଲଶୂନ୍ୟ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳିଥିଲା। ୫୪ତମ ମିନିଟରେ ଦଳକୁ କର୍ନର ମିଳିଥିଲା। ମାତ୍ର ଲିଷ୍ଟନ କୋଲାକୋଙ୍କ ଶଟ୍‌ ବହୁ ଉଚ୍ଚାରେ ବାହାରକୁ ଚାଲି ଯାଇଥିଲା। ୫୮ତମ ମିନିଟରେ ଲିଷ୍ଟନଙ୍କ ଚମତ୍କାର ଲଙ୍ଗ୍‌ବଲ୍‌ ପାସ୍‌ ଛେତ୍ରୀଙ୍କ ନିକଟରେ ପହଞ୍ଚତ୍ଥିଲା। ସେ ତାହାକୁ ଟାର୍ଗେଟରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ ହେଁ ବିପକ୍ଷ ଦଳର ୨ ଜଣ ଡିଫେଣ୍ଡର ତାହାର ପ୍ରତିହତ କରିଥିଲେ। ବଲ୍‌ ରିବାଉଣ୍ଡ ହୋଇ ଫେରି ଆସୁଥିବାବେଳେ ନନ୍ଦକୁମାର ମାରିଥିବା ଶଟ୍‌ ମଧ୍ୟ ଟାର୍ଗେଟରେ ପହଞ୍ଚତ୍ ପାରି ନ ଥିଲା। ୬୧ତମ ମିନିଟରେ ଭାରତପାଇଁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ମହେସଙ୍କ କ୍ରସ୍‌ ଶଟ୍‌ ଭାନୁଆଟୁ ବକ୍ସକୁ ଆସିଥିଲା। ଭାନୁଆଟୁ ଗୋଲକିପର ମାସିଙ୍ଗ୍‌ କାଲୋଟାଙ୍ଗ୍‌ ଏହାକୁ ଠିକ୍‌ଭାବେ ଜଜ୍‌ କରିପାରି ନ ଥିଲେ। ମାତ୍ର ଦୁର୍ଭାଗ୍ୟଜନକଭାବେ ଛେତ୍ରୀଙ୍କ ହେଡ୍‌ ଶଟ୍‌ ଗୋଲପୋଷ୍ଟର ବାର୍‌ ନିକଟରେ ବାହାରେ ଚାଲି ଯାଇଥିଲା। କୋଚ୍‌ ଇଗର ଷ୍ଟିମାକ୍‌ ୬୨ତମ ମିନିଟରେ ୩ ଜଣ ଏବଂ ୬୪ତମ ମିନିଟରେ ଜଣେ ଖେଳାଳିଙ୍କୁୁ ସବ୍‌ଷ୍ଟିଚ୍ୟୁଟଭାବେ ନେଇଥିଲେ। ୭୮ତମ ମିନଟରେ ମହେଶ ମାରିଥିବା କ୍ରସ୍‌ ଶଟ୍‌କୁ ଅନିରୁଦ୍ଧ ଥାପ୍ପା ଟାର୍ଗେଟରେ ପହଞ୍ଚାଇବାକୁ ଦ୍ୟମ କରିଥିଲେ। ମାତ୍ର ତାଙ୍କ ଶଟ୍‌ ଚମତ୍କାର ଭାବେ ଭାନୁଆଟୁୁ ଡିଫେଣ୍ଡର ସେଭ୍‌ କରି ଦେଇଥିଲେ। ୮୧ତମ ମିିନିଟରେ ଭାରତ ପାଇଁ ପ୍ରତୀକ୍ଷିତ ମୁହୂର୍ତ୍ତ ଆସିଥିଲା। ଅଧିନାୟକ ସୁନୀଲ ଛେତ୍ରୀ ଗୋଲ ଦେଇ ଭାରତକୁ ଅଗ୍ରଣୀ କରିଥିଲେ। ବାମପଟରୁ ଶୁଭାଶିଷ କ୍ରସ୍‌ ଶଟ୍‌ ଜରିଆରେ ବଲ୍‌କୁ ଭାନୁଆଟୁ ଗୋଲପୋଷ୍ଟରେ ପହଞ୍ଚାଇଥିଲେ। ଛେତ୍ରୀ ଏହାକୁ ନିୟନ୍ତ୍ରଣକୁ ଆଣି ଟପ୍‌ ରାଇଟ୍‌ କର୍ନରରେ ଗୋଲ କରିଥିଲେ। ପରେ ଭାରତୀୟ ଖେଳାଳିଙ୍କ ସେଲିବ୍ରେଶନ ଆରମ୍ଭ ହୋଇ ଯାଇଥିଲା ଏବଂ ଷ୍ଟାଡିୟମ ଭାରତ, ଭାରତ କୋଳାହଳରେ କମ୍ପି ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri