ସାମ୍ପ୍ରତିକ ସ୍ଥିତିରେ ଭାରତ

ରୁଷିଆ- ୟୁକ୍ରେନ ଯୁଦ୍ଧର ଘନଘଟା ଭିତରେ ବିଶ୍ବ ଏକ ସଂକଟମୟ ସ୍ଥିତିରେ ଉପନିତ। ଏଭଳି ସ୍ଥିତିରେ ଆଉ ଏକ ମହାଯୁଦ୍ଧ ମୁହାଁ ହେଉଛି ବିଶ୍ବ। କାରଣ ୧୯୪୫ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବରେ ସବୁଠୁ ଭୟଙ୍କର ଯୁଦ୍ଧ ଭାବେ ବର୍ତ୍ତମାନର ରୁଷିଆର ୟୁକ୍ରେନ ଯୁଦ୍ଧକୁ ବିବେଚନା କରାଯାଉଛି। ଉଭୟ ଦେଶର ଏହି ଯୁଦ୍ଧକୁ ପ୍ରଶମିତ କରିବାରେ ଜାତିସଂଘ ମଧ୍ୟ ବିଫଳ ହୋଇଛି। କେବଳ ଜାତିସଂଘ କାହିଁକି ବିଶ୍ବର ଶକ୍ତିଶାଳୀ ଆଉ କ୍ଷମତାଶାଳୀ ଦେଶ ସମୂହଙ୍କ ସଂଗଠନ ନାଟୋ, ୟୁରୋପୀୟ ସଂଘ, ଜି -୭, ଜି -୨୦, କ୍ବାର୍ଡ ଦେଶ ସମୂହ ଏକପ୍ରକାର ବିଫଳ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଯୁଦ୍ଧ ଜିଣିବାର ଉଗ୍ର ଅଭିପ୍ରାୟ, ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲନ୍‌ସ୍କିଙ୍କ ଯୁଦ୍ଧ ନ ହାରିବାର ଦୃଢ଼ ପ୍ରତିଜ୍ଞା ଏହି ସମରକୁ ଅଧିକ ଖୋରାକ ଯୋଗାଇ ଚାଲିଛି। ଏପରି କି ୟୁକ୍ରେନ ପରେ ଏବେ ପୋଲାଣ୍ଡ, ଫିନ୍‌ଲାଣ୍ଡ ଭଳି ଦେଶ ଉପରେ ଆକ୍ରମଣ କରିବାକୁ ଚେତାବନୀ ମଧ୍ୟ ଦେଇଛି ରୁଷିଆ। ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ ଓ ତୈଳ ରପ୍ତାନି ବନ୍ଦ କରିସାରିଲାଣି ରୁଷିଆ। ଏପ୍ରିଲ ୨୫ରେ ଆମେରିକାର ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ୟୁକ୍ରେନ ଗସ୍ତ ପରେ ରୁଷିଆ ଆମେରିକାକୁ ଚ୍ୟାଲେଞ୍ଜ ଦେବା ଛଳରେ ୟୁକ୍ରେନକୁ କୌଣସି ସହଯୋଗ ନ କରିବାକୁ ଚେତାବନୀ ଦେଇଛି। ରୁଷିଆ ବୈଦେଶିକ ମନ୍ତ୍ରୀ ସେର୍ଗୀ ଲାଭରଭ ମଧ୍ୟ ସିଧା ସିଧା ନାଟୋ ଦେଶକୁ ଆକ୍ଷେପ କରି କହିଛନ୍ତି ଯେ, ସେମାନେ ରୁଷିଆର ସବୁଠୁ ବଡ଼ ଶତ୍ରୁ। ଇଂଲଣ୍ଡ, ଫ୍ରାନ୍ସ, ଆମେରିକା ରୁଷିଆ ଉପରେ ଅନେକ କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଜାତିସଂଘର ମାନବାଧିକାର ସଂଗଠନ, ବିଶ୍ବ ପର୍ଯ୍ୟଟନ ସଂଘରୁ ରୁଷିଆକୁ ବହିସ୍କାର କରାଯାଇଛି। ଏତେ ସବୁ ପରେ ବି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରୁନାହିଁ।
ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ନେଇ ଭାରତ କୌଣସି ଖୋଲା ମନ୍ତବ୍ୟ ଦେଇନି। କେବଳ ଯୁଦ୍ଧ ପାଇଁ ସୃଷ୍ଟି ହୋଇଥିବା ମାନବୀୟ ସଂକଟ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣକୁ ଭାରତ ନିନ୍ଦା କରିଛି। ସେହିପରି ସୁପର ପାୱାରର ନକଲି ଖୋଳପା ପିନ୍ଧିଥିବା ଯୁକ୍ତରାଷ୍ଟ୍ର ଆମେରିକା ଭାରତର ରୁଷିଆ ପ୍ରୀତିକୁ ନେଇ ବାରମ୍ବାର ସମାଲୋଚନା କରୁଛି। ରୁଷିଆରୁ ତୈଳ ଆମଦାନୀ ନ କରିବାକୁ ଭାରତକୁ ଚେତାବନୀ ଦେଇସାରିଛି ଆମେରିକା। ଅନ୍ୟପଟେ ନିଜର ୟୁରୋପୀୟ ବନ୍ଧୁରାଷ୍ଟ୍ରମାନଙ୍କୁ ରୁଷିଆରୁ ତୈଳ ଆମଦାନୀରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲେ ଭଲ ହେବ ବୋଲି ଆମେରିକାକୁ ସିଧା ଚେତାଇ ଦେଇଛି ଭାରତ। ରୁଷିଆ-ୟୁକ୍ରେନ ଯୁଦ୍ଧ ରୋକିବାରେ ଆମେରିକା କ’ଣ ରଣନୀତି ପ୍ରସ୍ତୁତ କରିଛି ତାହା ବିଶ୍ବକୁ ସ୍ପଷ୍ଟ କରିବାକୁ ଭାରତ ଆମେରିକାକୁ କହିଛି। ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ନିଜଆଡୁ ମୁଣ୍ଡ ଖେଳାଇ ବିଫଳ ହୋଇ ଫେରିଥିବା ଆମେରିକା ପ୍ରଶାସନ ନିଜ ଦେଶର ସୈନ୍ୟଙ୍କୁ ଆଉ ସିଧାସଳଖ ରୁଷିଆ-ୟୁକ୍ରେନ ଯୁଦ୍ଧରେ ସାମିଲ କରି ଅପନିନ୍ଦା ନେବାକୁ ଚାହୁଁନି। ଏପରି କି ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାସନକାଳରେ ଆମେରିକା ଫାଷ୍ଟ ନୀତିକୁ ବାଧ୍ୟ ହୋଇ ଆପଣେଇଛନ୍ତି ରାଷ୍ଟ୍ରପତି ବାଇଡେନ। ତେଣୁ ଅନ୍ୟଦେଶର ଆଭ୍ୟନ୍ତରୀଣ ମାମଲାରେ ଆଉ ହସ୍ତକ୍ଷେପ କରିବାକୁ ଚାହୁଁନି ଆମେରିକା। ୟୁକ୍ରେନ ରାଷ୍ଟ୍ରପତିଙ୍କୁ କେବଳ ମିଛ ପ୍ରତିଶ୍ରୁତି ଦେଇ କାଗଜ ବାଘର ଅଭିନୟ କରିଚାଲିଛି ଆମେରିକା। ସେପଟେ ବିଶ୍ବ କୂଟନୀତିରେ ଭାରତର ପ୍ରଭାବ ବୃଦ୍ଧି ଆମେରିକାକୁ ମଧ୍ୟ ହଜମ ହେଉନି।
ଚଳିତବର୍ଷ ଭାରତ ଗସ୍ତରେ ବିଶ୍ବର ପ୍ରାୟ ୧୮ଟି ଦେଶର ପ୍ରତିନିଧି ଆସିବା ସହ ଦ୍ବିପାକ୍ଷିକ ସମ୍ପର୍କ, ବିଶ୍ବ କୂଟନୀତିରେ ଭାରତର ପ୍ରାଧାନ୍ୟ ନେଇ ଆଲୋଚନା କରି ସକାରାତ୍ମକ ମନ୍ତବ୍ୟ ଦେଇ ଫେରିଛନ୍ତି। ମହାଯୁଦ୍ଧ ମୁହାଁ ହେଉଥିବା ବିଶ୍ବ ସଂକଟ ସ୍ଥିତିରେ ଥିବାବେଳେ ଭାରତର ବଳିଷ୍ଠ କୂଟନୀତି ଆଉ ନିରପେକ୍ଷତା ନୀତି ଆପଣାଇଛି। ଯୁଦ୍ଧଗ୍ରସ୍ତ ରୁଷିଆ ଭାରତ ଠାରୁ ସହଯୋଗ ସ୍ବରୂପ ଯୁଦ୍ଧାସ୍ତ୍ର ନୁହେଁ ବରଂ ଔଷଧ, ସ୍ବାସ୍ଥ୍ୟ ଉପକରଣର ସହଯୋଗ ଲୋଡିଛି। ଜାତିସଂଘରେ ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତ ନିଜର ନିରପେକ୍ଷତା ସ୍ପଷ୍ଟ କରିଛି। ରୁଷିଆ ବିରୋଧରେ କଟକଣା ପାଇଁ ଜାତିସଂଘରେ ହୋଇଥିବା ଭୋଟିଂରୁ ଭାରତ ନିବୃତ୍ତ ରହିଛି। ରୁଷିଆ ୟୁକ୍ରେନ ଯୁଦ୍ଧ, କରୋନା ପରର ଅର୍ଥନୀତି ଓ ଅଶାନ୍ତ ଏସିଆ ମହାଦେଶର ଅସ୍ଥିରତାକୁ ଦେଖି ଭାରତ ନିଜର ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷା, ଅର୍ଥନୈତିକ ଅଭିବୃଦ୍ଧିକୁ ନୂଆ ଦିଶା ଦେବାରେ ପ୍ରୟାସ ଜାରି ରଖିଛି। ମହାମାରୀ କରୋନା ମୁକାବିଲାରେ ଆମେ ବିଶ୍ବପାଇଁ ଏକ ବଡ଼ ଉଦାହରଣ ପାଲଟିଛୁ। ବର୍ତ୍ତମାନର ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା, ଦେବାଳିଆ ସ୍ଥିତି, ପାକିସ୍ତାନ ରାଜନୈତିକ ଘମାସାନ ଓ ନେତୃତ୍ୱ ପରିବର୍ତ୍ତନ, ଆଫଗାନିସ୍ତାନରେ ଆତଙ୍କୀ ତାଲିବାନୀଙ୍କ ଶାସନ, ଚାଇନାର ବିସ୍ତାରବାଦ ନୀତି ଓ ମ୍ୟାନ୍‌ମାରର ଅସ୍ଥିରତା ଉପରେ ଭାରତ ମଧ୍ୟ ତୀକ୍ଷ୍ଣ ନଜର ରଖିଛି। ଦେବାଳିଆ ଶ୍ରୀଲଙ୍କାକୁ ମାନବୀୟ ସହାୟତା ସ୍ବରୂପ ଲକ୍ଷଲକ୍ଷ ଟନ ଖାଦ୍ୟ ଶସ୍ୟ ଶ୍ରୀଲଙ୍କାରେ ପହଞ୍ଚାଇ ନିଜର ମହାନତାର ପରିଚୟ ଦେଇଛି ଭାରତ। ୟୁକ୍ରେନ-ରୁଷିଆ ଯୁଦ୍ଧ ଟାଳିବାରେ ଭାରତର ମଧ୍ୟସ୍ଥତା ସମସ୍ତଙ୍କୁ ଗ୍ରହଣୀୟ ବୋଲି ନିଜେ ରୁଷିଆ ବୈଦେଶିକ ମନ୍ତ୍ରୀ ସେର୍ଗୀ ଲାଭରଭ ଭାରତ ଗସ୍ତ ବେଳେ କହି ଯାଇଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ଭାରତ ଗସ୍ତରେ ଆସି ଭାରତ-ବ୍ରିଟେନ ଦ୍ବିପାକ୍ଷିକ ସମ୍ପର୍କ, ବାଣିଜି୍ୟକ ସମ୍ପର୍କ ବୃଦ୍ଧି ନେଇ ରାଜିନାମା ସ୍ବାକ୍ଷର କରି ଫେରିଛନ୍ତି। ଆମେରିକା ହ୍ବାଇଟ ହାଉସଠାରୁ ଆରମ୍ଭ କରି ସୂଚନା ପ୍ରଯୁକ୍ତି ବିଦ୍ୟାର ନାଭିକେନ୍ଦ୍ର ସିଲିକନ ଭ୍ୟାଲି ଯାଏ ସବୁଠି ଭାରତୀୟ ପ୍ରତିଭା ସେମାନଙ୍କ ଗୁରୁତ୍ୱ ଜାହିର କରିଛନ୍ତି। ନିକଟ ଅତୀତରେ ଚାଇନାର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାର ନେଇ କଥା ହୋଇ ଫେରିଛନ୍ତି। ଶେଷରେ ଏତିକି କୁହାଯାଇ ପାରେ ଯେ ବିଶ୍ବକୁ ଠିକ ଦିଶାରେ ନେଇ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତକୁ ଗୁଣାମତ୍କ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

– ଲଳିତେନ୍ଦୁ ପଲାଉରୀ
ବାଲିପନ୍ତାଳ,ନଗର, ଅସ୍ତରଙ୍ଗ, ପୁରୀ
ମୋ. -୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri