Posted inଖେଳ

ସିରିଜ ପରାଜୟ ଆଶଙ୍କାରେ ଭାରତ

ପ୍ରୋଭିଡେନ୍ସ୍ସ (ଗୁଏନା), ୮।୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବ। ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚକୁ ଭାରତ ହାରି ସାରିଛି। ତେଣୁ ଟିମ୍‌ ଇଣ୍ଡିଆ ପାଇଁ ଲଜ୍ଜାଜନକ ସିରିଜ ପରାଜୟ ସ୍ଥିତି ଉପୁଜିଛି। ଦଳରେ ପରୀକ୍ଷା ନିରୀକ୍ଷା ଘାତକ ସାବ୍ୟସ୍ତ ହୋଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜକୁ କୌଣସିମତେ ବଞ୍ଚାଇବାରେ ସକ୍ଷମ ହୋଇଥିବା ଭାରତୀୟ ଦଳ ୨୦୧୬ ପରେ ପ୍ରଥମଥର ପାଇଁ ଦ୍ୱିପାକ୍ଷିକ ଟି୨୦ ସିରିଜ ପରାଜୟ ଦ୍ୱାରରେ ପହଞ୍ଚତ୍ ଯାଇଛି। ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ଭ୍ରମଣକାରୀ ଦଳ ପଛରେ ପଡ଼ିଯାଇଛି।
ଟି୨୦ ପରି କ୍ରିକେଟର ଛୋଟ ଫର୍ମାଟରେ ବଡ଼ ସ୍କୋର କରିବାକୁ ହେଲେ ପ୍ରଥମ ବଲ୍‌ରୁ ହିଁ ବଲ୍‌କୁ ହିଟ୍‌ କରିବାକୁ ପଡ଼ିଥାଏ। ମାତ୍ର ଟପ୍‌ ଅର୍ଡରରେ ଇଶାନ କିଶନ, ଶୁବମନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବ ତାହା କରିବାରେ ସକ୍ଷମ ହୋଇ ନାହାନ୍ତି। ଟପ୍‌ ଅର୍ଡର ଫେଲ୍‌ ମାରିବାରୁ ସଞ୍ଜୁ ସାମସନ ଓ ନୂଆକରି ଅନ୍ତର୍ଜାତୀୟ କ୍ରିକେଟରେ ଯୋଗଦେଇଥିବା ତିଳକ ବର୍ମାଙ୍କ ଉପରେ ଅତିରିକ୍ତ ଚାପ ପଡ଼ୁଛି। ଆଗକୁ ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପ ଆସୁଥିବାରୁ ଏମାନଙ୍କ ବିଫଳତା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି। ଅଗଷ୍ଟ ୩୧ରୁ ଏସିଆ କପ୍‌ ଆରମ୍ଭ ହେବ। ”ବ୍ୟାଟରଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ“ ବୋଲି ଦ୍ୱିତୀୟ ଟି୨୦ ପରାଜୟ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରକାଶ କରିଥିଲେ। ଟିମ୍‌ କମ୍ବିନେଶନ ଦେଖିବାକୁ ଗଲେ ଭାରତର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଲମ୍ବା। ଅକ୍ଷର ପଟେଲ ୭ ନମ୍ବରରେ କ୍ରିଜ୍‌କୁ ଆସୁଛନ୍ତି। ତେଣୁ ଆଗାମୀ ମ୍ୟାଚ ପାଇଁ ଦଳରେ କୌଣସି ପରିବର୍ତ୍ତନର ବିଶେଷ ସମ୍ଭାବନା ନାହିଁ। ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ମ୍ୟାଚରେ ଖେଳିପାରି ନ ଥିବା ଇନ୍‌-ଫର୍ମ ସ୍ପିନର କୁଲଦୀପ ଯାଦବ ଉପଲବ୍ଧ ହେଉଛନ୍ତି କି ନାହିଁ ତା’ ଉପରେ ନଜର ରହିବ। ଗତ ମ୍ୟାଚରେ ଅକ୍ଷରଙ୍କ ବାମହାତୀ ସ୍ପିନ୍‌କୁ ଆଦୌ ବ୍ୟବହାର କରାଯାଇ ନ ଥିଲା। ୟୁଜବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କୁ ନିକୋଲସ ପୁରନ ସହଜରେ ଖେଳିଥିଲେ। ତେଣୁ ଭାରତୀୟ ସ୍ପିନରଙ୍କୁ ପୁରନଙ୍କୁ ରୋକିବା ପାଇଁ ଉପାୟ ବାହାର କରିବାକୁ ହେବ।
ଦ୍ୱିତୀୟ ଟି୨୦ରେ ହାର୍ଦ୍ଦିକ ଓ ଅର୍ଶଦୀପ ସିଂ ନୂଆ ବଲ୍‌କୁ ସୁଇଂ କରିବାରେ ସକ୍ଷମ ହୋଇଥିଲେ। ଆଗାମୀ ମ୍ୟାଚରେ ଏହାର ପୁନରାବୃତ୍ତି ହେବା ଆଶା ରହିବ। ଚହଲ ଦୀର୍ଘ ୨ ମାସ ପରେ ଖେଳୁଥିଲେ ହେଁ ସିରିଜରେ ପ୍ରଭାବୀ ହୋଇପାରିଛନ୍ତି। ମାତ୍ର ରବି ବିଷ୍ଣୋଇଙ୍କ କ୍ରମାଗତ ଗୁଗ୍‌ଲି ଘରୋଇ ବ୍ୟାଟରଙ୍କ ଉପରେ ଚାପ ପକାଇ ପାରି ନ ଥିଲା। ସେ ନିଜ ଯୋଜନା ସମ୍ପର୍କରେ ଚିନ୍ତା କରିବେ ନିଶ୍ଚିତ। ଦ୍ରୁତ ବୋଲର ମୁକେଶ କୁମାର ଅଧିକ ରନ ଦେଇଥିବାରୁ ତାଙ୍କ ସ୍ଥାନରେ ଆଭେଶ ଖାଁ କିମ୍ବା ଉମ୍ରାନ ମଲିକଙ୍କୁ ସୁଯୋଗ ମିଳିପାରେ।
ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ ବୃହତ୍‌ ବ୍ୟବଧାନରେ ସିରିଜ ବିଜୟ ଦ୍ୱାରରେ ପହଞ୍ଚତ୍ ଯାଇଛି। ଭାରତ ପରି ଓ୍ବେଷ୍ଟଇଣ୍ଡିଜ ଟପ୍‌ ଅର୍ଡର ମଧ୍ୟ କ୍ଲିକ୍‌ କରିନାହାନ୍ତି। ଗତ ମ୍ୟାଚରେ ପୁରନ ଦଳକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଆଗାମୀ ମ୍ୟାଚରେ ମଧ୍ୟ ପୁରନ ଓ ଶିମରନ ହେଟମେର ଭାରତୀୟ ସ୍ପିନରଙ୍କୁ ଉପଯୁକ୍ତ ମୁକାବିଲା କରନ୍ତୁ ବୋଲି ଘରୋଇ ଦଳ ଚାହିଁବ। ତେବେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ଭାରତୀୟ ବ୍ୟାଟର ବଡ଼ ସ୍କୋର କରିପାରି ନାହାନ୍ତି। ଘରୋଇ ଦଳ ସିରିଜ ବିଜୟ ଲକ୍ଷ୍ୟରେ ରହିଥିବା ଏହାର ଅଧିନାୟକ ରୋଭମାନ ପଓ୍ବେଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?