Posted inଖେଳ

ଭାରତକୁ ଶେଷ ଟେଷ୍ଟ ଜିତିବାକୁ ହେବ

ନୂଆଦିଲ୍ଲୀ,୪।୩ (ପି.ଟି.): ଇନ୍ଦୋରଠାରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ଭାରତ ଶୋଚନୀୟଭାବେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି। ତେଣୁ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଅହମଦାବାଦରେ ହେବାକୁଥିବା ସିରିଜର ୪ର୍ଥ ତଥା ଅନ୍ତିମ ଟେଷ୍ଟରେ ବିଜୟୀ ହେବାକୁ ପଡ଼ିବ। ଯଦି ଏହି ଟେଷ୍ଟରେ ଭାରତ ହାରିଯାଏ କିମ୍ବା ଡ୍ର ରଖେ ତେବେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ଫଳାଫଳ ଉପରେ ଭାଗ୍ୟ ନିର୍ଭର କରିବ। ଇନ୍ଦୋରରେ ୯ ଉଇକେଟ ବିଜୟୀ ହୋଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିସାରିଛି। ଡବ୍ଲ୍ୟୁଟିସି ଟେବୁଲରେ ଏହାର ପର୍ସେଣ୍ଟେଜ୍‌ ପଏଣ୍ଟ୍ସ (ପିସିଟି) ୬୮.୫୨ ରହିଛି। ଡବ୍ଲ୍ୟୁଟିସି ଫାଇନାଲ ଜୁନ୍‌ ୭ରୁ ୧୧ ପର୍ଯ୍ୟନ୍ତ ଓଭାଲରେ ଅନୁଷ୍ଠିତ ହେବ।
ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୧୪୮ ପଏଣ୍ଟ ପାଇଛି। ଅଷ୍ଟ୍ରେଲିଆ ଯଦି ୪ର୍ଥ ତଥା ଅନ୍ତିମ ଟେଷ୍ଟ ହାରିଯାଏ ତେବେସୁଦ୍ଧା ୬୪.୯୧ ପିସିଟି ସହ ଟେବୁଲର ଶୀର୍ଷରେ ରହିବ। ଭାରତ ୧୭ ଟେଷ୍ଟରୁ ୧୨୩ ପଏଣ୍ଟ ପାଇଥିବାବେଳେ ଏହାର ପିସିଟି ୬୦.୨୯ ରହିଛି। ଭାରତ ଯଦି ୪ର୍ଥ ଟେଷ୍ଟରେ ବିଜୟୀ ହେବ ତେବେ ୧୩୫ ପଏଣ୍ଟ ସହିତ ଏହାର ପିସିଟି ୬୨.୫ରେ ପହଞ୍ଚତ୍ବ। ଏପରିସ୍ଥିତିରେ ଟେବୁଲର ଦ୍ୱିତୀୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିବ। ଯଦି ପରାଜିତ ହୁଏ ତେବେ ପିସିଟି ୫୬.୯୪କୁ ଖସି ଆସିବ। ଡ୍ର ରହିଲେ ପିସିଟି ୫୮.୭୯ ଓ ଟାଇ ରହିଲେ ୫୯.୭୨ ରହିବ। ଏ କ୍ଷେତ୍ରରେ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ସିରିଜ ଉପରେ ଅନେକ କିଛି ନିର୍ଭର କରିବ ା ସମ୍ପ୍ରତି ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଶ୍ରୀଲଙ୍କା ଯଦି ୨-୦ରେ ସିରିଜ ଜିତେ ତେବେ ସୁଯୋଗ ସୃଷ୍ଟି କରିପାରିବ। ବର୍ତ୍ତମାନ ଶ୍ରୀଲଙ୍କାର ପିସିଟି ୫୩.୩୩ ରହିଛି। ଯଦି ଅଷ୍ଟ୍ରେଲିଆ ନିକଟରୁ ଭାରତ ହାରେ କିମ୍ବା ଡ୍ର ରଖେ ଏବଂ ଶ୍ରୀଲଙ୍କା ୨-୦ରେ ସିରିଜ ଜିତିଯାଏ ତେବେ ଏହାର ପିସିଟି ୬୧.୧୧ ହୋଇଯିବ। ମାତ୍ର ଶ୍ରୀଲଙ୍କା ଯଦି ଗୋଟିଏ ବି ଟେଷ୍ଟ ଡ୍ର ରଖେ କିମ୍ବା ହାରିଯାଏ ତେବେ ଭାରତ ଫାଇନାଲରେ ପ୍ରବେଶ କରିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri