Posted inଖେଳ

ଡବ୍ଲ୍ୟୁଟିସି ଫାଇନାଲରେ ଅଷ୍ଟ୍ରେଲିଆ

ଇନ୍ଦୋର, ୪।୩ (ପି.ଟି.): ଭାରତ-ଅଷ୍ଟ୍ରେଲିଆ ତୃତୀୟ କ୍ରିକେଟ ଟେଷ୍ଟ ୨ ଦିନ ଏବଂ ୧୮.୫ ଓଭର ଖେଳରେ ଶେଷ ହୋଇଛି। ସ୍ପିନରଙ୍କ ପ୍ରାଧାନ୍ୟ ବିଶିଷ୍ଟ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୯ ଉଇକେଟରେ ଭାରତକୁ ପରାସ୍ତ କରିଛି। ବିଜୟ ପାଇଁ ୭୬ ରନ ଆବଶ୍ୟକ କରୁଥିବା ଅଷ୍ଟ୍ରେଲିଆ ଶୁକ୍ରବାର ତୃତୀୟ ଦିବସର ଦ୍ୱିତୀୟ ଇନିଂସରେ ମାତ୍ର ୧ ଉଇକେଟ ହରାଇ ୭୮ ରନ ସଂଗ୍ରହ କରି ନେଇଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସର ପ୍ରଥମ ଓଭରରେ ଉସମାନ ଖ୍ବାଜା (୦)ଙ୍କୁ ଆଉଟ କରି ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ସାମାନ୍ୟ ଆଶା ସଞ୍ଚାର କରିଥିଲେ। ମାତ୍ର ଟ୍ରାଭିସ ହେଡ୍‌ ୪୯ ଓ ମାର୍ନସ ଲାବୁସେନ ୨୮ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଅସମାପ୍ତ ଦ୍ୱିତୀୟ ଉଇକେଟରେ ଦୁହେଁ ୭୮ ରନ ଯୋଗ କରିଥିଲେ। ଅଷ୍ଟ୍ରେଲିଆ ପ୍ରଥମ ୧୦ ଓଭର ଡିଫେନ୍ସିଭ୍‌ ଖେଳି ୧ ଉଇକେଟରେ ମାତ୍ର ୧୩ ରନ କରିଥିଲା। ମାତ୍ର ୧୦ ଓଭର ପରେ ବଲ୍‌ ପରିବର୍ତ୍ତନ ସହ ଅଷ୍ଟ୍ରେଲିଆର ଭାଗ୍ୟ ପରିବର୍ତ୍ତନ ହୋଇଥିଲା। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ହେଡ୍‌ ଓ ଲାବୁସେନ ବଡ଼ ଶଟ୍‌ ଖେଳି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ୧୯ତମ ଓଭରର ୫ମ ବଲ୍‌ରେ ଲାବୁସେନ ବିଜୟ ସୂଚକ ଚୌକା ମାରିବା ସହ ଅଷ୍ଟ୍ରେଲିଆ ସ୍ମରଣୀୟ ବିଜୟ ହାସଲ କରିଥିଲା। ଏହି ଟେଷ୍ଟ ବିଜୟ ସହ ଅଷ୍ଟ୍ରେଲିଆ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ପ୍ରବେଶ କରିଛି। ଦୁଇ ଇନିଂସରେ ଭାରତ ଯଥାକ୍ରମେ ୧୦୯ ଓ ୧୬୩ ରନ କରିଥିବାବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭ ରନ କରିଥିଲା। ଭ୍ରମଣକାରୀ ଦଳର ତାରକା ସ୍ପିନର ନାଥାନ ଲିୟନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଗତ ୬ ବର୍ଷରେ ଭାରତ ମାଟିରେ ଅଷ୍ଟ୍ରେଲିଆର ଏହାଥିଲା ପ୍ରଥମ ଟେଷ୍ଟ ବିଜୟ। ଅନ୍ୟପକ୍ଷରେ ଗତ ୧୦ ବର୍ଷରେ ଅଷ୍ଟ୍ରେଲିଆଠାରୁ ଭାରତର ଏହାଥିଲା ତୃତୀୟ ପରାଜୟ। ଦୁଇ ଦଳ ମଧ୍ୟରେ ୪ର୍ଥ ତଥା ଅନ୍ତିମ ଟେଷ୍ଟ ଆସନ୍ତା ୯ ତାରିଖରୁ ଅହମଦାବାଦରେ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୧୦୯। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୧୯୭। ଭାରତ ଦ୍ୱିତୀୟ ଇନିଂସ: ୧୬୩। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୭୮/୧ (ଟ୍ରାଭିସ ହେଡ୍‌-୪୯*, ମାର୍ନସ ଲାବୁସେନ-୨୮*, ରବିଚନ୍ଦ୍ରନ ଅଶ୍ୱିନ-୧/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଅ ସହ ନଜର ଆସିଲେ ସାନିଆ ମିର୍ଜା

ମୁମ୍ବାଇ,୨୬।୧୨-ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ନିଜ ପୁଅ ଇଜହାନ ମିର୍ଜା ମଲ୍ଲିକ ସହ ନଜର ଆସିଛନ୍ତି। ଦୀର୍ଘଦିନ ପରେ ସାନିଆଙ୍କୁ ଇଜହାନଙ୍କ ଦେଖିବାକୁ ମିଳିଛି।...

ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଇ-ପାଠଶାଳା

ନୂଆଦିଲ୍ଲୀ, ୨ା୬ (ପି.ଟି.)- ଖେଲୋ-ଇଣ୍ଡିଆ ପାଠଶାଳା ପ୍ରୋଗ୍ରାମ୍‌ ସୋମବାରଠାରୁ ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏକ...

ସୌରଭ କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ରାଜକୋଟ୍‌, ୩ା୧୦(ପି.ଟି.): ଇରାନୀ କପ୍‌ର ଦ୍ୱିତୀୟ ଦିବସରେ ଅଲ୍‌ରାଉଣ୍ଡର ସୌରଭ କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ବିପକ୍ଷରେ ଅବଶିଷ୍ଟ ଭାରତ ଏକାଦଶ ଏହାର ସ୍ଥିତିକୁ...

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ, ୨୬।୪(ପି.ଟି.)- ଆଇପିଏଲ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ...

ଶୋ ମଝିରୁ ଉଠି ପଳାଇଲେ ଅଖତର

କରାଚୀ,୨୭।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ୫ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ବିଜୟ ପରେ ଏକ ଟିଭି ପ୍ରୋଗ୍ରାମରେ ଉପସ୍ଥାପକଙ୍କ ସହ କଥା...

ନିଶ୍ଚିତ ବିଜୟ ଲକ୍ଷ୍ୟରେ ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨୭।୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଶୁକ୍ରବାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଦକ୍ଷିଣ ଆଫ୍ରିକା ଓ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା...

ବିଶ୍ୱର ଏକମାତ୍ର ଅମ୍ପାୟାର: କ୍ରିକେଟ ସହ ଫୁଟବଲ ବିଶ୍ୱକପ୍‌ରେ ମ୍ୟାଚ୍‌ ରେଫରୀ ଭୂମିକା ତୁଲାଇଛନ୍ତି

ସାଧାରଣତଃ କ୍ରିକେଟ ଏବଂ ଫୁଟବଲ ସହ କୌଣସି ସମ୍ପର୍କ ନ ଥାଏ। ଉଭୟ ଖେଳର ନିୟମ ଭିନ୍ନ। ଏସବୁ ଭିତରେ ଯଦି ଜଣେ ଫୁଟବଲ୍‌ ରେଫରୀଙ୍କୁ...

କୋହଲିଙ୍କୁ ଏହି କାମ କରିବା ପାଇଁ ବାଧ୍ୟ କରିଥିଲେ ରିଷଭ ପନ୍ତ: ମିଳିଲା ସଫଳତା

ଲଣ୍ଡନ,୫।୮: ଇଂଲଣ୍ଡ ବିପକ୍ଷ ନଟିଂହାମ ଟେଷ୍ଟରେ ଟିମ ଇଣ୍ଡିଆର ବୋଲରମାନେ ଏକ ଭଲ ଆରମ୍ଭ କରିଥିଲେ। ଇଂଲଣ୍ଠର ପ୍ରଥମ ଇନିଂସରେ ଭାରତ ଘରୋଇ ଦଳକୁ ମାତ୍ର...

Advertisement
Archives

Model This Week