Posted inଖେଳ

ଫାଇନାଲ ମ୍ୟାଚରେ ପିଚ୍‌ ବଦଳାଇ ଦେଇଛି ଭାରତ ! ଗୁଜବରୁ ଦୂରେଇ ରହିବାକୁ କହିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ…

ଅହମଦାବାଦ,୧୮।୧୧ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ଫାଇନାଲ ମ୍ୟାଚ ପୂର୍ବରୁ ପିଚ୍‌ ବିବାଦ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ସେମିଫାଇନାଲ ମ୍ୟାଚ ସମୟରେ ଆରମ୍ଭ ହୋଇଥିବା ପିଚ୍‌ ବିବାଦ ଏବେ ବି ଜାରି ରହିଛି। ଫାଇନାଲ ପୂର୍ବରୁ ମଧ୍ୟ ୱାଙ୍ଖଡେ ଷ୍ଟାଡିୟମ ପରି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇସିସି ପୁଣି ଥରେ ପିଚ୍‌ ବଦଳାଇବାକୁ ଯାଉଛି କି ବୋଲି ପ୍ରଶ୍ନ ଉଠିଛି। ଏହା ଏକ ସାଧାରଣ ପ୍ରକ୍ରିୟା ବୋଲି ଆଇସିସି ସ୍ପଷ୍ଟ କରିସାରିଛି। ଏହି ସମୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲଙ୍କଠାରୁ ଏକ ବିବୃତ୍ତି ଆସିଛି ଯେଉଁଥିରେ ସେ ଏହି ସବୁ ଗୁଜବଠାରୁ ଦୂରରେ ରହିବାକୁ କହିଛନ୍ତି।

ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱକପରଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ମଧ୍ୟ ପିଚ୍‌ ବଦଳାଇବା ପ୍ରସଙ୍ଗ ହେଡଲାଇନରେ ରହିଛି। ନିକଟରେ ଏହି ବିଷୟରେ ଏକ ବିବୃତ୍ତି ଦେବାବେଳେ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର କହିଥିଲେ ଏହା କ୍ୟୁରେଟରଙ୍କ କାମ। ଏଭଳି ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ଗାଭାସ୍କର କହିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ ପାଇଁ ପିଚ୍‌ ସମାନ ଥିଲା। ଏହାକୁ କିଭଳି ବ୍ୟବହାର କରାଯିବ ତାହା ଖେଳାଳିଙ୍କ ଉପରେ ନିର୍ଭର କରେ। ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଚାପେଲ ମଧ୍ୟ କହିଛନ୍ତି କ୍ୟୁରେଟରଙ୍କୁ ଏକୁଟିଆ ଛାଡି ଦିଆଯିବା ଉଚିତ, କାରଣ ଫାଇନାଲ ପାଇଁ ଏକ ଭଲ ପିଚ୍‌ ଯୋଗାଇବା ତାଙ୍କର କାମ। ଖେଳାଳିଙ୍କ କାର୍ଯ୍ୟ ହେଉଛି ଯାହା ପ୍ରଦାନ କରାଯାଇଛି ତାହା ଉପରେ ଭଲ ଖେଳିବା ।

ଇୟାନ ଚାପେଲ କହିଛନ୍ତି ମୁଁ ସର୍ବଦା ସେହିଭଳି ଭାବୁଛି । କ୍ୟୁରେଟର ପିଚ୍‌ ତିଆରି କରିବେ ଏବଂ ଖେଳାଳିମାନେ ଏହା ଉପରେ ଖେଳିବା ଉଚିତ। ଏହା କ୍ୟୁରେଟର ବ୍ୟତୀତ ଅନ୍ୟ କାହା ଉପରେ ନିର୍ଭର କରିବା ଉଚିତ ନୁହେଁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri