Posted inଜାତୀୟ

ଜାନୁୟାରୀରେ ଭାରତ-ଫ୍ରାନ୍ସ୍‌ ‘ସ୍କାଏରୋଜ୍‌’: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୩୦।୧୨: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖର ଏଲ୍‌ଏସିରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଭାରତ ଏବଂ ଫ୍ରାନ୍ସ୍‌ ମଧ୍ୟରେ ୨୦୨୧ ଜାନୁୟାରୀରେ ଯୁଦ୍ଧାଭ୍ୟାସ ‘ସ୍କାଏରୋଜ୍‌’ ଅନୁଷ୍ଠିତ ହେବ। ରାଜସ୍ଥାନ ଯୋଧପୁରରେ ହେବାକୁ ଥିବା ଯୁଦ୍ଧାଭ୍ୟାସରେ ଫ୍ରାନ୍ସ୍‌ର ଯୁଦ୍ଧବିମାନ ରାଫାଲ ଅଂଶଗ୍ରହଣ କରିବ। ଏଥିରେ ଅମ୍ବାଲା ୧୭ ସ୍କ୍ବାଡ୍ରନର ରାଫାଲ ଏବଂ ସୁଖୋଇ ଏସ୍‌ୟୁ-୩୦ଏମ୍‌କେଆଇ ବିମାନ ମଧ୍ୟ ଯୋଗଦେବେ। ଭାରତ ଫ୍ରାନ୍ସ୍‌ ମଧ୍ୟରେ ହେବାକୁ ଥିବା ଯୁଦ୍ଧାଭ୍ୟାସ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ରାଫାଲ୍‌ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ୍‌ ହେବା ଫଳରେ ଭାରତର ପ୍ରତିରକ୍ଷା ଶକ୍ତି ବହୁଗୁଣା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ନିଜ ରଣନୀତିରେ କେତେକ ପରିବର୍ତ୍ତନ କରିବା ଉପରେ ଜୋର୍‌ ଦେଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଅଧିବେଶନ ଆରମ୍ଭରୁ ବିଧାୟକଙ୍କ ହଟ୍ଟଗୋଳ, ରାଜ୍ୟପାଳ ପଢିପାରିଲେନି ଅଭିଭାଷଣ

କୋଲକାତା,୨ ।୭: ପଶ୍ଚିମବଙ୍ଗ ନିର୍ବାଚନ ପରେ ଶୁକ୍ରବାର ପ୍ରଥମ କରି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ହେଲେ ଆରମ୍ଭରୁ ବିଧାୟକଙ୍କ ବିରୋଧ ଫଳରେ ଗୃହକୁ...

ଏଲ୍‌ଏସି ଉପରେ ଚାଇନା ନଜର

ନୂଆଦିଲ୍ଲୀ,୨୫ା୭: ଭାରତ-ଚାଇନା ମଧ୍ୟରେ ରହିଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଉପରେ ନଜର ରଖି ବେଜିଂ ବିବାଦୀୟ କ୍ଷେତ୍ର ଅକ୍ସାଇ ଚୀନ ଓ ପୂର୍ବ ଲଦାଖରେ...

କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୫।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

‘ ଘାଇଲା ବାଘ ବେଶ୍‌ ବିପଦଜନକ ’

କୋଲକାତା,୧୪।୩ : ମୋ ଜୀବନରେ ବହୁ ଆକ୍ରମଣର ସମ୍ମୁଖୀନ ହୋଇଛି। କିନ୍ତୁ ମୁଣ୍ଡ ନୁଆଁଇ ନାହିଁ। ଆଉ ଘାଇଲା ବାଘ ବେଶ୍‌ ବିପଦଜନକ। ହ୍ବିଲଚେୟାରରେ ବସି...

ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।...

ଓଲଟିଲା ସ୍କୁଲ ବସ୍‌, ୫ ଛାତ୍ର ଗୁରୁତର

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଶୁକ୍ରବାର ସକାଳୁ ଏକ ଅଭାନୀୟ ଘଟଣା ଘଟିଛି। ୩୫ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌ ଓଲଟି ପଡିଛି। ଫଳରେ ୫...

ଏସ୍‌ଟିଏଫ୍‌ଙ୍କ ଏନ୍‌କାଉଣ୍ଟରରେ ୪ ମାଓବାଦୀ ନିହତ

ରାୟପୁର,୬।୭: ଛତିଶଗଡ଼ରେ ସ୍ପେଶାଲ ଟାସ୍କ୍‌ ଫୋର୍ସ(ଏସ୍‌ଟିଏଫ୍‌୍‌)ଙ୍କ ଏନ୍‌କାଉଣ୍ଟରରେ ୪  ମାଓବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଧାମତାରୀ ଜିଲାର ମେଚକା ଜଙ୍ଗଲ ଅଞ୍ଚଳରେ ମାଓବାଦୀମାନେ ଲୁଚିଥିବା ଖବର...

Advertisement
Archives

Model This Week