Posted inଜାତୀୟ

୨୪ ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ବିମାନ କିଣିବା ପାଇଁ ଭାରତ-ଫ୍ରାନ୍ସ୍‌ ଚୁକ୍ତି…

ନୂଆଦିଲ୍ଲୀ,୧୯।୯: ଭାରତୀୟ ବାୟୁସେନାର ଶକ୍ତି ପୁଣି ବୃଦ୍ଧି ପାଇବାକୁ ଯାଉଛି। ଭାରତ ଫ୍ରାନ୍ସ୍‌ଠାରୁ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବାକୁ ଯାଉଛି। ଏନେଇ ଭାରତ ଫ୍ରାନ୍ସ୍‌ ମଧ୍ୟରେ ଚୁକ୍ତି ହୋଇଛି। ଭାରତୀୟ ବାୟୁସେନା ଏହାର ଚତୁର୍ଥ ପିଢ଼ିର ଯୁଦ୍ଧବିମାନ ସ୍କ୍ବାଡ୍ରନକୁ ସୁଦୃଢ଼ କରିବା ଲାଗି ଫ୍ରାନ୍ସ୍‌ର ଡାସଲ୍ଟ ଆଭିଏସନ ଦ୍ୱାରା ନିର୍ମିତ ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବା ଲାଗି ସ୍ଥିର ହୋଇଛି।

ଏହା ସହିତ, ବାୟୁସେନାର ଅନ୍ୟ ଦୁଇଟି ସ୍କ୍ବାଡ୍ରନ ପାଇଁ ଯନ୍ତ୍ରାଶଂ ମଧ୍ୟ କିଣାଯିବ। ଏଥିପାଇଁ ଭାରତୀୟ ବାୟୁସେନା ଫ୍ରାନ୍ସ ବାୟୁସେନାଠାରୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଉଥିବା ମିରାଜ ବିମାନ କିଣିବା ପାଇଁ ଏକ ଚୁକ୍ତି ସ୍ବାକ୍ଷର କରିଛି।

କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ବାୟୁସେନା କିଛି ଦିନ ପୂର୍ବରୁ ମିରାଜ ଜେଟର ଏକ ସ୍କ୍ବାଡ୍ରନକୁ ସେବାରୁ ବାହାର କରିଥିଲା। ଏସବୁ ବିମାନ କିଣିବା ପାଇଁ ୩୧ ଅଗଷ୍ଟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଚୁକ୍ତିନାମା ଅନୁଯାୟୀ, ଫ୍ରାନ୍ସ ବାୟୁସେନାରୁ ହଟାଇ ଦିଆଯାଇଥିବା ବିମାନଗୁଡ଼ିକୁ ଭାରତକୁ ଅଣାଯିବ। ଏହା ସହିତ ଭାରତୀୟ ବାୟୁସେନାରେ ଏସବୁ ମିରାଜ ଯୁଦ୍ଧ ବିମାନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯିବ।

ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧ ବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ୨୭ ନିୟୁତ ୟୁରୋ (୨୩୩.୬୭ କୋଟି ଟଙ୍କା)ର ଚୁକ୍ତିନାମା ସ୍ବାକ୍ଷର କରିଛି। ସେସବୁ ବିମାନ ମଧ୍ୟରୁ ଆଠଟି ଉଡ଼ିବା ଅବସ୍ଥାରେ ଅଛି। ଗୋଟିଏ ବିମାନର ମୂଲ୍ୟ ୧.୧୨୫ ନିୟୁତ ୟୁରୋ ( ୯.୭୩ କୋଟି ଟଙ୍କା) ରହିଛି।

ସୂଚନାଯୋଗ୍ୟ, ୮୦ଦଶକରେ ମିରାଜ-୨୦୦୦ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ସର୍ବଶ୍ରେଷ୍ଠ ଯୁଦ୍ଧ ବିମାନ। ମିରାଜ ନିର୍ମାଣ କରିଥିବା ଡାସଲ୍ଟ ଆଭିଏସନ ରାଫାଲ ଯୁଦ୍ଧ ବିମାନ ମଧ୍ୟ ତିଆରି କରୁଛି। ଭାରତୀୟ ବାୟୁସେନା ବ୍ୟତୀତ ଫ୍ରାନ୍ସ, ୟୁଏଇ ଏବଂ ଚାଇନା ସୈନ୍ୟ ବାହିନୀରେ ମିରାଜ ଯୁଦ୍ଧ ବିମାନ ମଧ୍ୟ ସାମିଲ ହୋଇଛି।

କାରଗିଲ ଯୁଦ୍ଧ ସମୟରେ ମିରାଜ ଏଲଓସି ଅତିକ୍ରମ ନ କରି ପାକିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ଧ୍ୱଂସ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ପ୍ରବାସୀ ଶ୍ରମିକଙ୍କୁ ୨୫ ବର୍ଷ ପାଇଁ ଶସ୍ତାରେ ମିଳିବ ଘରଭଡ଼ା

ନୂଆଦିଲ୍ଲୀ, ୧୯।୯: ସହରରେ ପ୍ରବାସୀ ଶ୍ରମିକଙ୍କୁ ଶସ୍ତାରେ ଘର ଭଡ଼ା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।...

୮୭ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୧୫।୨: ଜାତୀୟ ରାଜଧାନୀର ତିଲକ ନଗର ଅଞ୍ଚଳରେ ୮୭ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ବୃଦ୍ଧାଙ୍କୁ ବଳାତ୍କାର କରିବା ପରେ...

ସୂର୍ଯ୍ୟ ପରାଗ ୨୦୨୦: ରାତି ୧୦ଟାରୁ ବନ୍ଦ ରହିବ ଚାରିଧାମର ମନ୍ଦିର

ଡେରାଡୁନ,୨୦।୬: ସୂର୍ଯ୍ୟପରାଗ ଦୃଷ୍ଟିରୁ ଉତ୍ତରାଖଣ୍ଡରେ ଥିବା ସମସ୍ତ ଚାରି ଧାମର ମନ୍ଦିର ଗୁଡିକ ଶନିବାର ରାତି ୧୦ଟାରୁ ରବିବାର ଅପରାହ୍ନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୪।୧୧:ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର ଭାଜପା ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଛି। ଗମ୍ଭୀର ଦିଲ୍ଲୀ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି।...

୯ଘଣ୍ଟା ଶୋଇବାକୁ ଏହି କମ୍ପାନୀ ଦେଉଛି ଲକ୍ଷେ ଟଙ୍କା ଦରମା

ବେଙ୍ଗାଲୁରୁ: କର୍ମଚାରୀଙ୍କ କାର୍ଯ୍ୟରେ ଖୁସି ହୋଇ କମ୍ପାନୀ କର୍ତ୍ତୃପକ୍ଷ ଦରମା ବଢ଼ାଇବା ସହ ଇନ୍‌ସେଟିଭ୍‌ ଦେଉଥିବା କଥା ବହୁ ଥର ଶୁଣିଥିବେ ବା ଜାଣିଥିବେ। ହେଲେ...

୧୯ ବର୍ଷ ନାବାଳକ ବି ରହିପାରିବେ ଲିଭ୍‌ଇନ୍‌ରେ…

ଚଣ୍ଡିଗଡ଼,୧୨।୭: ଜଣେ ପ୍ରାପ୍ତ ବୟସ୍କା ଯୁବତୀଙ୍କ ସହିତ ନାବାଳକ ଲିଭ୍‌ଇନ୍‌ରେ ରହିପାରିବେ। ଏନେଇ କୌଣସି ଅସୁବିଧା ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଏକ...

ଦୈନିକ ମୃତ୍ୟୁ ସଂଖ୍ୟା ୧୧ ଶହ ଟପିଲା …

ନୂଆଦିଲ୍ଲୀ, ୧।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪...

‘ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ନିର୍ବାଚନ ଆୟୋଗ ଅଧିକାରୀ ଦାୟୀ’

କୋଲକାତା,୨୯।୪ : ଡେପୁଟି ଇଲେକଶନ କମିଶନର ସୁଦୀପ ଜୈନ ଓ ଅନ୍ୟ ଅଧିକାରୀମାନେ ମା ସ୍ବାମୀଙ୍କ ମୃତ୍ୟୁ ପାଇଁ ଦାୟୀ। ଖାର୍ଦା ବିଧାନସଭା ଆସନର ଟିଏମ୍‌ସି...

Advertisement
Archives

Model This Week