Posted inଖେଳ

ବିଜୟ ସତ୍ତ୍ୱେ ପଏଣ୍ଟ ହରାଇଲା ଟିମ୍‌ ଇଣ୍ଡିଆ

ଚେଞ୍ଚୁରିଆନ,୩୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିଥିବା ଭାରତୀୟ ଦଳକୁ ଏକ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ହରାଇବାକୁ ପଡ଼ିଛି। ଧିମା ବୋଲିଂ ହାର ପାଇଁ ଦଳକୁ ଏଭଳି ଦଣ୍ଡରେ ଦଣ୍ଡିତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଦଳର ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ କାଟ କରାଯିବା ସହ ପ୍ରତ୍ୟେକ ସଦସ୍ୟଙ୍କ ମ୍ୟାଚ୍‌ ଫି’ର ୨୦ ପ୍ରତିଶତ କାଟ କରାଯାଇଥିବା ଆଇସିସି ପକ୍ଷରୁ କୁହାଯାଇଛି।

ଧାର୍ଯ୍ୟ ସମୟ ମଧ୍ୟରେ ନିର୍ଦ୍ଧାରିତ ଓଭର ବୋଲିଂ କରିବାରେ ବିଫଳ ହେବାରୁ ଭାରତୀୟ ଦଳକୁ ଏଭଳି ଦଣ୍ଡାଦେଶ ଦେଇଛନ୍ତି ଆଇସିସି ଏଲିଟ ପାନେଲର ମ୍ୟାଚ୍‌ ରେଫରି ଆଣ୍ଡ୍ର୍ୟୁ ପିକ୍ରଫ୍ଟ।

ଟିମ୍‌ ଇଣ୍ଡିଆ ଅଧିନାୟକ ଭୁଲ ସ୍ବୀକାର କରିବା ସହ ଦଣ୍ଡାଦେଶ ଗ୍ରହଣ କରିଥିବାରୁ ଏ ଘଟଣାରେ କୌଣସି ଶୁଣାଣିର ଆବଶ୍ୟକତା ନାହିଁ। ଅମ୍ପାୟର ମାରାଇସ ଇରାସମସ, ଆଡ୍ରିଆନ ହୋଲ୍ଡଷ୍ଟକ, ଆଲାହୁଦିନ ପାଲେକର ଓ ବଙ୍ଗାନି ଜେଲେ ଟିମ୍‌ ଇଣ୍ଡିଆ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। ମାଞ୍ଚେଷ୍ଟରରେ ବିଜୟ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

ପଲଟୁରାମ ଗମ୍ଭୀର! ନିଜ କଥାରୁ ନିଜେ ଓହରି ଟ୍ରୋଲ ହେଉଛନ୍ତି କ୍ରିକେଟର…

ନୂଆଦିଲ୍ଲୀ,୧୭।୪: ସର୍ବଦା ନିଜର ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏବେ ପୁଣି ସେ ଥରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri