ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ସହଯୋଗର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ/ରାମଲ୍ଲାହ,୧୬।୭: ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ୨୦୨୪-୨୫ ବର୍ଷ ପାଇଁ ପ୍ରଥମ କିସ୍ତି ଜାରି କରିଛନ୍ତି। ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (ୟୁଏନଆରଡବ୍ଲୁଏ) କୁ ସରକାର ୨.୫ମିଲିୟନ ଆମେରିକୀୟ ଡଲାରର ପ୍ରଥମ କିସ୍ତି ଟ୍ରାନ୍ସଫର କରିଛନ୍ତି। ଗାଜାରେ ଚାଲିଥିବା ବିରୋଧ ମଧ୍ୟରେ ଭାରତ ଚଳିତ ବର୍ଷ ପାଲେଷ୍ଟାଇନକୁ ୫ମିଲିୟନ ଆମେରିକୀୟ ଡଲାର ଯୋଗାଇବ।

ରାମଲ୍ଲାହରେ ଭାରତର ପ୍ରତିନିଧୀ କାର୍ଯ୍ୟାଳୟ ଏକ୍ସରେ କହିଛି, ଭାରତ ସରକାର ୨୦୨୪-୨୫ ବର୍ଷ ପାଇଁ ୫ ମିଲିୟନ ଆମରିକୀୟ ଡଲାରକୁ ନିଜର ବାର୍ଷିକ ଯୋଗଦାନ ଭାବେ ନିକଟରେ ପାଲ୍ଟାଇନ ଶରଣାର୍ଥୀଙ୍କ ପାଇଁ ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (ୟୁଏନଆରଡବ୍ଲୁଏ)କୁ ୨.୫ ନିୟୁତ ଆମେରିକୀୟ ଡଲାରର ପ୍ରଥମ କିସ୍ତି ଟ୍ରାନ୍ସଫର କରିଛି।
ଜତ କିଛି ବର୍ଷରେ, ପାଲେଷ୍ଟାଇନ ଶରଣାର୍ଥୀ ତଥା ସେମାନଙ୍କ କଲ୍ୟାଣ ପାଇଁ ଭାରତ ପ୍ରୟାସରେ ୨୦୨୩-୨୪ ସୁଦ୍ଧା ଜାତିସଂଘ ଏଜେନ୍ସିର ମୂଳ କାର୍ଯ୍ୟକ୍ରମ ତଥା ସେବା ପାଇଁ ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ପ୍ରଦାନ କରାଯାଇଥିବା ଶିକ୍ଷା, ସ୍ବାସ୍ଥ୍ୟସେବା, ରିଲିଫ ଏବଂ ସାମାଜିକ ସେବା ପାଇଁ ପ୍ରତିଶୃତି ଦେଇ ଭାରତ ୩୫ ମିଲିୟନ ଆମେରିକୀୟ ଡଲାରର ଆର୍ଥିକ ସହାୟତା ଦେଇଛି।
ନିକଟରେ ନ୍ୟୁୟର୍କରେ ଅନୁଷ୍ଠିତ ୟୁଏନଆରଡବ୍ଲୁଏ ପ୍ରତିଶ୍ରୁତି ସମ୍ମିଳନୀରେ ଭାରତ ଘୋଷଣା କରିଛି ଯେ ଆର୍ଥିକ ସହାୟତା ବ୍ୟତୀତ ଏହା ଏକ ନିର୍ଦ୍ଦିଷ୍ଟ ଅନୁରୋଧ ଅନୁଯାୟୀ ୟୁଏନଆରଡବ୍ଲୁଏକୁ ଔଷଧ ଯୋଗାଇବ, ଏହା ବ୍ୟତୀତ ପାଲେଷ୍ଟାଇନବାସୀଙ୍କୁ ଏକ ନିରାପଦ, ଠିକ ସମୟରେ ମାନବିକ ସହାୟତା ପ୍ରତିଶ୍ରୁତି ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?