Posted inଖେଳ

ଭାରତ- ଇଂଲଣ୍ଡ ପ୍ରଥମ ମହିଳା ଦିନିକିଆ: ପଦାର୍ପଣ କରିବେ ଶେଫାଳୀ

ବ୍ରିଷ୍ଟଲ,୨୭।୬(ପି.ଟି.): ଇଂଲଣ୍ଡ ଓ ଭ୍ରମଣକାରୀ ଭାରତୀୟ ମହିଳା ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ପ୍ରଥମ ଦିନିକିଆ ମୁକାବିଲା ଖେଳାଯିବ। ଟିନ୍‌ ବ୍ୟାଟିଂ ସେନସେସନ ଶେଫାଳୀ ବର୍ମା ଦିନିକିଆ ଫର୍ମାଟରେ ପଦାର୍ପଣ କରିବେ। ଟି୨୦ ଓ ଟେଷ୍ଟରେ ନିଜର ପ୍ରତିଭା ତଥା ଦକ୍ଷତା ପ୍ରମାଣ କରିବା ପରେ ସେ ଏବେ ଦିନିକିଆରେ ବି ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି।
ମାତ୍ର ୧୭ ବର୍ଷରେ ଶେଫାଳୀ ବିଶ୍ୱ କ୍ରିକେଟର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ୨୨ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। କିନ୍ତୁ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା। ଫଳରେ ଭାରତ ଏହାର ପରିଣାମ ମଧ୍ୟ ଭୋଗିଥିଲା। ଭାରତ ଏହି ସିରିଜ ଦକ୍ଷିଣ ଆଫ୍ରିକାଠାରୁ ୧-୪ରେ ହାରିଥିଲା। ଶେଫାଳୀ ବାଦ୍‌ ପଡିବା ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ ଗୁରୁତ୍ୱ ହୃଦୟଙ୍ଗମ କରିଛି। ଗତ ସପ୍ତାହରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ସେ ପଦାର୍ପଣ କରି ପ୍ରଥମ ଇନିଂସରେ ୯୬ ଓ ଦ୍ୱିତୀୟ ଇନିଂସରେ ୬୩ ରନ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବଡ଼ ଶଟ୍‌ ମାରିବାର କ୍ଷମତା ଶେଫାଳୀଙ୍କଠାରେ ରହିଛି ଓ ସେ ଭାରତୀୟ ଦଳ ପାଇଁ ଏବେ ଅପରିହାର୍ଯ୍ୟ ହୋଇପଡିଛନ୍ତି। ଉପ ଅଧିନାୟିକା ହରମନପ୍ରୀତ କୌରଙ୍କ ସମେତ ଅନ୍ୟ ତାରକା ଖେଳାଳିମାନେ ମଧ୍ୟ ଶ୍ରେଷ୍ଠ ଫର୍ମରେ ନାହାନ୍ତି। ପୁନମ ରାଉତ ରକ୍ଷଣାତ୍ମକ ଖେଳିଥାନ୍ତି। ଅଭିଜ୍ଞ ଅଧିନାୟିକା ମିଥାଲି ରାଜ ଟପ୍‌ ଅର୍ଡରରେ ବ୍ୟାଟିଂ କରିବେ। ଶେଫାଳୀ ଆଶାନୁରୂପ ପ୍ରଦର୍ଶନ କଲେ ଭାରତ ଆଭରେଜ ସ୍କୋର ୨୦୦ ଓ ୨୩୫ରୁ ୨୪୦ ପର୍ଯ୍ୟନ୍ତ ବିଜୟ ସୂଚକ ସ୍କୋର ହାସଲ କରିପାରିବ। ଟେଷ୍ଟ ପଦାର୍ପଣରେ ଶେଫାଳୀ ଇଂଲଣ୍ଡ ବୋଲର ଅନ୍ୟ ଶ୍ରୁବୋନସ୍‌ଲେ, କାଥେରାଇନ ବ୍ରଣ୍ଟ, କେଟ କ୍ରସ, ନାଟ୍‌ ସ୍ପିଭର ଓ ସୋଫି ଏକ୍‌ଲେଷ୍ଟୋନଙ୍କୁ ଜବରଦସ୍ତ ଧୂଲାଇ କରିଥିଲେ। ଶେଫାଳୀଙ୍କୁ ରୋକିବାକୁ ଇଂଲଣ୍ଡ ନିଶ୍ଚୟ ପ୍ରୟାସ କରିବ।
ଭାରତ ଟିମ୍‌ କମ୍ବିନେଶନ ଉପରେ ଭାରତ ଧ୍ୟାନ ଦେବ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଭୁଲକୁ ଦୋହରାଇବ ନାହିଁ ବୋଲି ଆଶା କରାଯାଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତ ବୋଲର ପ୍ରିୟା ପୁନିଆ ଭଲ ପ୍ରଦର୍ଶନ କରିଥିଲେ। ସେହିପରି ଉଇକେଟକିପର- ବ୍ୟାଟର ଇନ୍ଦ୍ରାଣୀ ରୟ ମଧ୍ୟ ଭଲ ଖେଳିବେ ବୋଲି ଆଶା କରାଯାଉଛି। ସ୍ମୃତି ମାନ୍ଧନା ଓ ଶେଫାଳୀ ଇନିଂସ ଓପନ କଲେ ପୁନମ୍‌ ରାଉତ ୩ ନମ୍ବରରେ ବ୍ୟାଟିଂ କରିବେ। ଏହାପରେ ଅଧିନାୟିକା ଓ ଉପଅଧିନାୟିକା ବ୍ୟାଟିଂ କରିବାକୁ ଆସିବେ। ଏପରି ସ୍ଥଳେ ଇନ୍ଦ୍ରାଣୀଙ୍କୁ ଅପେକ୍ଷା କରିବାକୁ ପଡିବ। ଅଲରାଉଣ୍ଡର ଦୀପ୍ତି ଶର୍ମା ୬ ନମ୍ବରରେ ବ୍ୟାଟିଂ କରିବେ। ଏହାପରେ ଇନ୍ଦ୍ରାଣୀ କିମ୍ବା ତାନିୟା ଭାଟିୟା ବ୍ୟାଟିଂ କରିବେ।
ବୋଲିଂରେ ଝୁଲଣ ଗୋସ୍ବାମୀଙ୍କ ସହ ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଓ ଅରୁନ୍ଧତି ରେଡ୍ଡୀ ଦାୟିତ୍ୱରେ ରହିବେ। ସ୍ପିନର ଭାବେ ଏକତା ବିଷ୍ଟ କିମ୍ବା ରାଧା ଯାଦବ ଖେଳିବାର ସମ୍ଭାବନା ରହିଛି। ଭାରତ ଯଦି ତୃତୀୟ ସ୍ପିନର ଖେଳାଏ ତାହାହେଲେ ବ୍ୟାଟିଂ ଦକ୍ଷତା ରଖୁଥିବା ସ୍ନେହ ରାଣାଙ୍କୁ ଖେଳାଇବ। ଏପରିସ୍ଥଳେ ପୁନମ୍‌ ଯାଦବ ବାଦ୍‌ ପଡିପାରନ୍ତି। ଅପରପକ୍ଷରେ ଇଂଲଣ୍ଡ ତରଫରୁ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ସୋଫିଆ ଡଙ୍କଲେ ଦିନିକିଆରେ ପଦାର୍ପଣ କରିପାରନ୍ତି। ଇଂଲଣ୍ଡର ବ୍ୟାଟିଂ ଟାମି ବିଉମାଉଣ୍ଟ, ଅଧିନାୟିକା ହିଦର ନାଇଟ, ଅଲରାଉଣ୍ଡର ନାଟ ସ୍କିଭରଙ୍କ ଉପରେ ନିର୍ଭର କରିବ।
ଭାରତୀୟ ଦଳ: ମିଥାଲି ରାଜ (ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳୀ ବର୍ମା, ପୁନମ୍‌ ରାଉତ, ହରମନପ୍ରୀତ କୌର (ଉପଅଧିନାୟିକା), ଦୀପ୍ତି ଶର୍ମା, ତାନିୟା ଭାଟିଆ (ଉଇକେଟକିପର), ସ୍ନେହ ରାଣା, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ଜେମିମା ରୋଡ୍ରିଗ୍ବେଜ, ଅରୁନ୍ଧତି ରେଡ୍ଡୀ, ପୂଜା ବସ୍ତ୍ରକାର, ଏକତା ବିଷ୍ଟ, ରାଧା ଯାଦବ, ପୁନମ୍‌ ଯାଦବ, ପ୍ରିୟା ପୁନିଆ ଓ ଇନ୍ଦ୍ରାଣୀ ରୟ (ଉଇକେଟକିପର)।
ଇଂଲଣ୍ଡ ଦଳ: ହିଦର ନାଇଟ (ଅଧିନାୟିକା), ଟାମି ବିଉମାଉଣ୍ଟ, କେଟ୍‌ କ୍ରସ, ନାତାଲି ସ୍କିଭର, ସୋଫିଆ ଡଙ୍କଲି, ଲଉରେନ ଓ୍ବିନଫିଲ୍ଡ – ହିଲ, ଅନ୍ୟ ଶ୍ରୁବୋନ୍‌ସଲେ, କାଥେରାଇନ ବ୍ରଣ୍ଟ, ସୋଫି ଏକଲେଷ୍ଟୋନ, ଅମି ଜୋନ୍ସ (ଉଇକେଟ କିପର), ଫ୍ରେୟା ଡେଭିସ୍‌, ଟାଶ ଫାରାଣ୍ଟ, ସାରା ଗ୍ଲେନ, ମାଡି ଭିଲିଏର୍ସ, ଫ୍ରାନ୍‌ ଓ୍ବିଲସନ, ସାରା ଗ୍ଲେନ ଓ ଏମିଲି ଅର୍ଲୋଟ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୩.୩୦
ସ୍ଥାନ: କାଉଣ୍ଟି ଗ୍ରାଉଣ୍ଡ, ବ୍ରିଷ୍ଟଲ
ପ୍ରସାରଣ: ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri