Posted inଖେଳ

ଭାରତ- ଇଂଲଣ୍ଡ ପ୍ରଥମ ମହିଳା ଦିନିକିଆ: ପଦାର୍ପଣ କରିବେ ଶେଫାଳୀ

ବ୍ରିଷ୍ଟଲ,୨୭।୬(ପି.ଟି.): ଇଂଲଣ୍ଡ ଓ ଭ୍ରମଣକାରୀ ଭାରତୀୟ ମହିଳା ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ପ୍ରଥମ ଦିନିକିଆ ମୁକାବିଲା ଖେଳାଯିବ। ଟିନ୍‌ ବ୍ୟାଟିଂ ସେନସେସନ ଶେଫାଳୀ ବର୍ମା ଦିନିକିଆ ଫର୍ମାଟରେ ପଦାର୍ପଣ କରିବେ। ଟି୨୦ ଓ ଟେଷ୍ଟରେ ନିଜର ପ୍ରତିଭା ତଥା ଦକ୍ଷତା ପ୍ରମାଣ କରିବା ପରେ ସେ ଏବେ ଦିନିକିଆରେ ବି ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି।
ମାତ୍ର ୧୭ ବର୍ଷରେ ଶେଫାଳୀ ବିଶ୍ୱ କ୍ରିକେଟର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ୨୨ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। କିନ୍ତୁ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା। ଫଳରେ ଭାରତ ଏହାର ପରିଣାମ ମଧ୍ୟ ଭୋଗିଥିଲା। ଭାରତ ଏହି ସିରିଜ ଦକ୍ଷିଣ ଆଫ୍ରିକାଠାରୁ ୧-୪ରେ ହାରିଥିଲା। ଶେଫାଳୀ ବାଦ୍‌ ପଡିବା ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ ଗୁରୁତ୍ୱ ହୃଦୟଙ୍ଗମ କରିଛି। ଗତ ସପ୍ତାହରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ସେ ପଦାର୍ପଣ କରି ପ୍ରଥମ ଇନିଂସରେ ୯୬ ଓ ଦ୍ୱିତୀୟ ଇନିଂସରେ ୬୩ ରନ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବଡ଼ ଶଟ୍‌ ମାରିବାର କ୍ଷମତା ଶେଫାଳୀଙ୍କଠାରେ ରହିଛି ଓ ସେ ଭାରତୀୟ ଦଳ ପାଇଁ ଏବେ ଅପରିହାର୍ଯ୍ୟ ହୋଇପଡିଛନ୍ତି। ଉପ ଅଧିନାୟିକା ହରମନପ୍ରୀତ କୌରଙ୍କ ସମେତ ଅନ୍ୟ ତାରକା ଖେଳାଳିମାନେ ମଧ୍ୟ ଶ୍ରେଷ୍ଠ ଫର୍ମରେ ନାହାନ୍ତି। ପୁନମ ରାଉତ ରକ୍ଷଣାତ୍ମକ ଖେଳିଥାନ୍ତି। ଅଭିଜ୍ଞ ଅଧିନାୟିକା ମିଥାଲି ରାଜ ଟପ୍‌ ଅର୍ଡରରେ ବ୍ୟାଟିଂ କରିବେ। ଶେଫାଳୀ ଆଶାନୁରୂପ ପ୍ରଦର୍ଶନ କଲେ ଭାରତ ଆଭରେଜ ସ୍କୋର ୨୦୦ ଓ ୨୩୫ରୁ ୨୪୦ ପର୍ଯ୍ୟନ୍ତ ବିଜୟ ସୂଚକ ସ୍କୋର ହାସଲ କରିପାରିବ। ଟେଷ୍ଟ ପଦାର୍ପଣରେ ଶେଫାଳୀ ଇଂଲଣ୍ଡ ବୋଲର ଅନ୍ୟ ଶ୍ରୁବୋନସ୍‌ଲେ, କାଥେରାଇନ ବ୍ରଣ୍ଟ, କେଟ କ୍ରସ, ନାଟ୍‌ ସ୍ପିଭର ଓ ସୋଫି ଏକ୍‌ଲେଷ୍ଟୋନଙ୍କୁ ଜବରଦସ୍ତ ଧୂଲାଇ କରିଥିଲେ। ଶେଫାଳୀଙ୍କୁ ରୋକିବାକୁ ଇଂଲଣ୍ଡ ନିଶ୍ଚୟ ପ୍ରୟାସ କରିବ।
ଭାରତ ଟିମ୍‌ କମ୍ବିନେଶନ ଉପରେ ଭାରତ ଧ୍ୟାନ ଦେବ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଭୁଲକୁ ଦୋହରାଇବ ନାହିଁ ବୋଲି ଆଶା କରାଯାଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତ ବୋଲର ପ୍ରିୟା ପୁନିଆ ଭଲ ପ୍ରଦର୍ଶନ କରିଥିଲେ। ସେହିପରି ଉଇକେଟକିପର- ବ୍ୟାଟର ଇନ୍ଦ୍ରାଣୀ ରୟ ମଧ୍ୟ ଭଲ ଖେଳିବେ ବୋଲି ଆଶା କରାଯାଉଛି। ସ୍ମୃତି ମାନ୍ଧନା ଓ ଶେଫାଳୀ ଇନିଂସ ଓପନ କଲେ ପୁନମ୍‌ ରାଉତ ୩ ନମ୍ବରରେ ବ୍ୟାଟିଂ କରିବେ। ଏହାପରେ ଅଧିନାୟିକା ଓ ଉପଅଧିନାୟିକା ବ୍ୟାଟିଂ କରିବାକୁ ଆସିବେ। ଏପରି ସ୍ଥଳେ ଇନ୍ଦ୍ରାଣୀଙ୍କୁ ଅପେକ୍ଷା କରିବାକୁ ପଡିବ। ଅଲରାଉଣ୍ଡର ଦୀପ୍ତି ଶର୍ମା ୬ ନମ୍ବରରେ ବ୍ୟାଟିଂ କରିବେ। ଏହାପରେ ଇନ୍ଦ୍ରାଣୀ କିମ୍ବା ତାନିୟା ଭାଟିୟା ବ୍ୟାଟିଂ କରିବେ।
ବୋଲିଂରେ ଝୁଲଣ ଗୋସ୍ବାମୀଙ୍କ ସହ ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଓ ଅରୁନ୍ଧତି ରେଡ୍ଡୀ ଦାୟିତ୍ୱରେ ରହିବେ। ସ୍ପିନର ଭାବେ ଏକତା ବିଷ୍ଟ କିମ୍ବା ରାଧା ଯାଦବ ଖେଳିବାର ସମ୍ଭାବନା ରହିଛି। ଭାରତ ଯଦି ତୃତୀୟ ସ୍ପିନର ଖେଳାଏ ତାହାହେଲେ ବ୍ୟାଟିଂ ଦକ୍ଷତା ରଖୁଥିବା ସ୍ନେହ ରାଣାଙ୍କୁ ଖେଳାଇବ। ଏପରିସ୍ଥଳେ ପୁନମ୍‌ ଯାଦବ ବାଦ୍‌ ପଡିପାରନ୍ତି। ଅପରପକ୍ଷରେ ଇଂଲଣ୍ଡ ତରଫରୁ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ସୋଫିଆ ଡଙ୍କଲେ ଦିନିକିଆରେ ପଦାର୍ପଣ କରିପାରନ୍ତି। ଇଂଲଣ୍ଡର ବ୍ୟାଟିଂ ଟାମି ବିଉମାଉଣ୍ଟ, ଅଧିନାୟିକା ହିଦର ନାଇଟ, ଅଲରାଉଣ୍ଡର ନାଟ ସ୍କିଭରଙ୍କ ଉପରେ ନିର୍ଭର କରିବ।
ଭାରତୀୟ ଦଳ: ମିଥାଲି ରାଜ (ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳୀ ବର୍ମା, ପୁନମ୍‌ ରାଉତ, ହରମନପ୍ରୀତ କୌର (ଉପଅଧିନାୟିକା), ଦୀପ୍ତି ଶର୍ମା, ତାନିୟା ଭାଟିଆ (ଉଇକେଟକିପର), ସ୍ନେହ ରାଣା, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ଜେମିମା ରୋଡ୍ରିଗ୍ବେଜ, ଅରୁନ୍ଧତି ରେଡ୍ଡୀ, ପୂଜା ବସ୍ତ୍ରକାର, ଏକତା ବିଷ୍ଟ, ରାଧା ଯାଦବ, ପୁନମ୍‌ ଯାଦବ, ପ୍ରିୟା ପୁନିଆ ଓ ଇନ୍ଦ୍ରାଣୀ ରୟ (ଉଇକେଟକିପର)।
ଇଂଲଣ୍ଡ ଦଳ: ହିଦର ନାଇଟ (ଅଧିନାୟିକା), ଟାମି ବିଉମାଉଣ୍ଟ, କେଟ୍‌ କ୍ରସ, ନାତାଲି ସ୍କିଭର, ସୋଫିଆ ଡଙ୍କଲି, ଲଉରେନ ଓ୍ବିନଫିଲ୍ଡ – ହିଲ, ଅନ୍ୟ ଶ୍ରୁବୋନ୍‌ସଲେ, କାଥେରାଇନ ବ୍ରଣ୍ଟ, ସୋଫି ଏକଲେଷ୍ଟୋନ, ଅମି ଜୋନ୍ସ (ଉଇକେଟ କିପର), ଫ୍ରେୟା ଡେଭିସ୍‌, ଟାଶ ଫାରାଣ୍ଟ, ସାରା ଗ୍ଲେନ, ମାଡି ଭିଲିଏର୍ସ, ଫ୍ରାନ୍‌ ଓ୍ବିଲସନ, ସାରା ଗ୍ଲେନ ଓ ଏମିଲି ଅର୍ଲୋଟ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୩.୩୦
ସ୍ଥାନ: କାଉଣ୍ଟି ଗ୍ରାଉଣ୍ଡ, ବ୍ରିଷ୍ଟଲ
ପ୍ରସାରଣ: ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri