ଜାତିସଂଘ ସହାୟତାକୁ ଭାରତର ନା

ଜାତିସଂଘ/ନୂଆଦିଲ୍ଲୀ, ୧।୫: କରୋନା ଭାଇରସ୍‌ର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଭାରତ ସମ୍ଭାଳିପାରୁ ନାହିଁ। ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡ଼ିପଡ଼ିଲାଣି। କୋଭିଡ୍‌ ରୋଗୀ ଅକ୍ସିଜେନ୍‌, ଭାକ୍ସିନ ଓ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ନ ପାଇ ମରୁଥିବାରୁ ଏସବୁ ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିଲାଣି। ହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କ ଲୋକଦେଖାଣିଆ ଟାଣପଟ ଯାଇନାହିଁ। ଜାତିସଂଘ ଭାରତକୁ ସହାୟତାର ହାତ ବଢ଼ାଇଥିବାବେଳେ ନୂଆଦିଲ୍ଲୀ ତାକୁ ଗ୍ରହଣ କରିବାକୁ ମନା କରିଦେବା ବିଷୟରୁ ଏହା ସ୍ପଷ୍ଟ ହୋଇଛି।
ଭାରତରେ ସପ୍ତାହେରୁ ଅଧିକ ସମୟ ଧରି ଲଗାତର ଭାବେ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହୁଛି। ମୃତ୍ୟୁସଂଖ୍ୟା ମଧ୍ୟ ୩ ହଜାର ଟପୁଛି। ଏଭଳି ସ୍ଥିତିରେ ଦେଶର ଦୁରବସ୍ଥାକୁ ଦେଖି କରୋନା ଭାଇରସ୍‌ ମୁକାବିଲା ଲାଗି ଭାରତକୁ ସମନ୍ବିତ ଶୃଙ୍ଖଳ ଯୋଗାଣ ନିମନ୍ତେ ଜାତିସଂଘ ଆଗ୍ରହ ପ୍ରକାଶ କରିଥିଲା, ଯାହାକୁ ଗ୍ରହଣ କରିବାକୁ ନୂଆଦିଲ୍ଲୀ ମନା କରିଦେଇଛି। ଏନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଉପମୁଖପାତ୍ର ଫାରାନ୍‌ ହକ୍‌ କହିଛନ୍ତି, କୋଭିଡ୍‌ ସମ୍ପର୍କିତ ସମନ୍ବିତ ଯୋଗାଣ ଶୃଙ୍ଖଳ ସହାୟତା ଦେବାକୁ ଆମେ ପ୍ରସ୍ତୁତ। କିନ୍ତୁ ଭାରତ କରୋନା ମୁକାବିଲା ପାଇଁ ନିଜର ମଜଭୁତ ବ୍ୟବସ୍ଥା ଥିବା ଦର୍ଶାଇଛି। ଭାରତରେ ଥିବା ଜାତିସଂଘର ଅନ୍ତର୍ଜାତୀୟ ଓ ସ୍ଥାନୀୟ ସ୍ତରର ଖୁବ୍‌ କମ୍‌ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଭାରତୀୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଯେପରି ଚାପ ନ ପଡ଼ିବ ସେଥିଲାଗି ଜାତିସଂଘ ସେମାନଙ୍କ କଥା ବୁଝୁଛି। ମହାମାରୀର ମୁକାବିଲା ପାଇଁ ଆମ ସହଯୋଗୀମାନେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରୁଛନ୍ତି। ସେହିପରି ଜାତିସଂଘର ୭୫ତମ ସାଧାରଣ ଅଧିବେଶନ ଅଧ୍ୟକ୍ଷ ଭୋଲ୍‌କାନ ବୋଜ୍‌କିର ମଧ୍ୟ ଭାରତରେ କରୋନା ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏବେ ଭାରତକୁ ସାରା ବିଶ୍ୱ ସହଯୋଗ କରିବା ସମୟ ଆସିଛି। ସମସ୍ତେ ସୁରକ୍ଷିତ ନ ରହିବା ଯାଏ କାହା ନିରାପତ୍ତା ସୁନିଶ୍ଚିତ ନୁହେଁ ବୋଲି କହିଛନ୍ତି। ଅନ୍ୟପକ୍ଷେ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟି.ଏସ୍‌. ତିରୁମୂର୍ତ୍ତି ବିଶ୍ୱ ସଙ୍ଗଠନର ସହଯୋଗ ମନୋଭାବକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri