Posted inଖେଳ

ଜର୍ମାନୀକୁ ହରାଇ ଶୀର୍ଷରେ ଭାରତ

ରାଉରକେଲା ଅଫିସ, ଭୁବନେଶ୍ୱର(କ୍ରୀଡ଼ା ପ୍ରତିନିଧି), ୧୪।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସୋମବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୬-୩ ଗୋଲରେ ପରାସ୍ତ କରିଛି। ଚଳିତ ଲିଗ୍‌ରେ ଜର୍ମାନୀ ବିପକ୍ଷରେ ଭାରତର ଏହା ଦ୍ୱିତୀୟ ଏବଂ କ୍ରମାଗତ ତୃତୀୟ ବିଜୟ। ୧୦ ତାରିଖରେ ନିଜର ପ୍ରଥମ ମ୍ୟାଚରେ ଜର୍ମାନୀକୁ ୩-୨ ଗୋଲରେ ହରାଇଥିବା ଭାରତ ରବିବାର ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କରିଥିଲା। ଏଥିସହ ଭାରତ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଭାରତ ୭ ମ୍ୟାଚରୁ ୧୭ ଏବଂ ସ୍ପେନ୍‌ ୮ ମ୍ୟାଚରୁ ୧୭ ପଏଣ୍ଟ ପାଇଛି। ତେବେ ଗୋଲ ବ୍ୟବଧାନରେ ଭାରତ ଆଗରେ ରହିଛି। ଆର୍ଜେଣ୍ଟିନା ୧୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।
ସୋମବାର ମ୍ୟାଚରେ ଜର୍ମାନୀ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳ ଆରମ୍ଭ କରିଥିଲେ ହେଁ ପରେ ଭାରତ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଥିଲା। ୩ୟ ମିନିଟରେ ଟମ୍‌ ଗ୍ରାମ୍‌ବୁଶ୍ଚ ପେନାଲ୍ଟି କର୍ନରରୁ ଏକ ଗୋଲ ଦେଇ ଜର୍ମାନୀକୁ ଅଗ୍ରଣୀ କରିଥିଲେ। ପ୍ରଥମ କ୍ୱାର୍ଟରରେ ଭ୍ରମଣକାରୀ ଦଳ ଅଗ୍ରଣୀ ରହିଥିବାବେଳେ ଦ୍ୱିତୀୟ କ୍ୱାର୍ଟରରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ୨୧ତମ ମିନିଟରେ ଯୁଗରାଜ ସିଂ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ୨୨ତମ ମିନିଟରେ ଅଭିଷେକ ଏକ ଗୋଲ ଦେଇ ଭାରତକୁ ଅଗ୍ରଣୀ କରିଥିବାବେଳେ ୨୩ତମ ମିନିଟରେ ଗୋଞ୍ଜାଲୋ ପିଲାଟ ଗୋଲ ପରିଶୋଧ କରିବାରୁ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲା। ତେବେ ୨୪ତମ ମିନିଟରେ ସେଲଭାମ୍‌ କାର୍ଥି ଓ ୨୬ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂ ଗୋଟିଏ ଲେଖାଏ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତ ୪-୨ ଗୋଲରେ ଅଗ୍ରଣୀଲାଭ କରିଥିଲା। ତୃତୀୟ କ୍ୱାର୍ଟର ଆରମ୍ଭ ହେବା କ୍ଷଣି ଅର୍ଥାତ୍‌ ୩୧ତମ ମିନିଟରେ ମାଲ୍‌ଟେ ହେଲଓ୍ବିଗ୍‌ ଗୋଟିଏ ଗୋଲ ଦେଇ ମ୍ୟାଚରେ ଉଷ୍ମତା ଭରିଥିଲେ। ମାତ୍ର ୪ର୍ଥ କ୍ୱାର୍ଟରରେ ଭାରତ ୨ଟି ଗୋଲ ଦେବା ସହ ବଡ଼ ବିଜୟ ହାସଲ କରିଥିଲା। ୪୬ତମ ମିନିଟରେ କାର୍ଥି ଏବଂ ୫୧ତମ ମିନିଟରେ ଅଭିଷେକ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri