Posted inଖେଳ

ପାକିସ୍ତାନକୁ ହରାଇଲା ଭାରତ

ହକଂ, ୭ା୧୧: ଭାରତର ପୂର୍ବତନ କ୍ରିକେଟର ରବିନ ଉଥପ୍ପା ଓ ଭରତ ଚିପ୍‌ଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ହଂକଂ ସିକ୍ସେସ କ୍ରିକେଟ ଟୁର୍ନାମେଣ୍ଟର ଏକ ଗ୍ରୁପ୍‌ ‘ସି’ ମ୍ୟାଚରେ ଭାରତ ୨ ରନରେ ପାକିସ୍ତାନକୁ ପରାସ୍ତ କରିଛି।

ଶୁକ୍ରବାର ବର୍ଷା ଯୋଗୁ ଡିଏଲ୍‌ଏସ୍‌ ପଦ୍ଧତିରେ ଖେଳାଯାଇଥିବା ଏହି ମ୍ୟାଚର ଭାରତ ୬ ଓଭରରେ ୪ ଉଇକେଟ ବିନିମୟରେ ୮୬ରନ କରିଥିଲା। ଉଥପ୍ପା ମାତ୍ର ୧୧ ବଲ୍‌ରେ ୨୮ରନ କରିଥିବା ବେଳେ ଚିପ୍‌ଲି ୧୩ ବଲ୍‌ରେ ୨୪ ରନ କରି ଥିଲେ। ପାକିସ୍ତାନର ଆରମ୍ଭ ଉତ୍ସାହଜନକ ଥିଲା। ଦଳ ୩ ଓଭରରେ ୧ ଉଇକେଟ ବିନିମୟରେ ୪୧ ରନ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଖେଳ ସ୍ଥଗିତ ରଖିବାକୁ ହୋଇଥିଲା।

ଫଳରେ ଡିଏଲ୍‌ଏସ୍‌ ପଦ୍ଧିତିର ସହାୟତା ନିଆଯିବାରୁ ଧାର୍ଯ୍ୟ ବିଜୟ ଲକ୍ଷ୍ୟ ସ୍କୋରଠାରୁ ପାକିସ୍ତାନ ୨ ରନ ପଛରେ ରହିଯାଇଥିଲା। ମ୍ୟାଚରେ ଷ୍ଟୁଆର୍ଟ ବିନି ଟାଇଟ୍‌ ବୋଲିଂ କରିଥିଲେ। ସେ ମାତ୍ର ୭ରନ ବିନିମୟରେ ଗୋଟିଏ ଉଇକେଟ ଅକ୍ତିଆର କରି ମ୍ୟାଚରେ ଫରକ ଆଣିଥିଲେ। ପୁଲ୍‌ ‘ବି’ରେ ୟୁଏଇ ବିପକ୍ଷରେ ଅଷ୍ଟ୍ରେଲିଆ ୧୦ ଉଇକେଟରେ ବିଜୟ ହାସଲ କରିଛି।

ଦଳ ମାତ୍ର ୩ ଓଭରରେ ୮୮ରନର ବିଜୟ ଲକ୍ଷ୍ୟକୁ ବିନା କୌଣସି ଉଇକେଟରେ ହାସଲ କରି ନେଇଥିଲା। ଦଳପକ୍ଷରୁ ଜ୍ୟାକ୍‌ ଉଡ୍‌ ୧୧ ବଲ୍‌ରେ ୫୫ରନ ସଂଗ୍ରହ କରିଥିବା ବେଳେ ନିକ୍‌ ହବ୍‌ସନ ମାତ୍ର ୫ ବଲ୍‌ରେ ୨୬ ରନ କରି ଅପରାଜିତ ରହିଥିଲେ। ପୁଲ୍‌ ‘ଏ’ରେ ଆଫଗାନିସ୍ତାନ ଏହାର ଫର୍ମ ଜାରି ରଖି ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିଛି। ଟୁର୍ନମେଣ୍ଟରେ ଦଳର ଏହା ହେଉଛି ଦ୍ୱିତୀୟ ବିଜୟ। ଅଧିନାୟକ ଗୁଲ୍‌ବଦନ ନାଇବ ୧୨ ବଲ୍‌ରେ ଦ୍ରୁତ ୫୦ ରନ ଏବଂ କରିମ ଜନତ ୧୧ ବଲ୍‌ରେ ୪୬ ରନ କରିଥିଲେ। ଆଫଗାନିସ୍ତାନ ନିର୍ଦ୍ଧାରିତ ୬ ଓଭରରେ ୨ଉଇକେଟ ବିନିମୟରେ ୧୪୮ରନ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୨ଉଇକେଟ ବିନିମୟରେ ୯୯ରନ କରି ବିଜୟ ଲକ୍ଷ୍ୟଠାରୁ ବହୁ ପଛରେ ରହିଯାଇଥିଲା।

ପୁଲ୍‌ ‘ଡି’ରେ ବାଂଲାଦେଶ ୧୪ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଦଳର ଅଧିନାୟକ ଆକବଲ ଅଲି ମାତ୍ର ୯ବଲ୍‌ରେ ୩୨ରନ କରିଥିଲେ। ତେବେ ମେସାଡେକ୍‌ ହୋସେନ ୨୦ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରି ମ୍ୟାଚକୁ ବାଂଲାଦେଶ ସପକ୍ଷରେ ନେଇ ଆସିଥିଲେ। ସେମାନେ ୭୫ରନ ସ୍କୋରକୁ ଡିଫେଣ୍ଡ କରିବାରେ ସଫଳ ରହିଥିଲେ। ଶ୍ରୀଲଙ୍କା ୬ଉଇକେଟ ବିନିମୟରେ ୬୧ରନ କରିପାରିଥିଲା। ଟୁର୍ନାମେଣ୍ଟରେ ଶ୍ରୀଲଙ୍କାର ଏହା ଥିଲା ଦ୍ୱିତୀୟ ପରାଜୟ। ବର୍ଷାଯୋଗୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚ ବାତିଲ କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?