Posted inଜାତୀୟ

ଦିନକରେ ୨ କୋଟି କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ କୋଭିଡ୍‌ ଟିକାକରଣର ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦେଶରେ ୨.୨ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ଟିକା ଦିଆଯାଇଛି। ଗୋଟିଏ ଦିନରେ ଟିକାଦାନ ଦୁଇକୋଟି ଟପିବା ଏକ ରେକର୍ଡ। ମୋଦିଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ଲାଗି ରେକର୍ଡ କୋଭିଡ୍‌ ଟିକାଦାନ ଲାଗି ଭାଜପା ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହା ଦ୍ରୁତତମ ଟିକାକରଣ ଏବଂ ସ୍ବାସ୍ଥ୍ୟ କର୍ମଚାରୀ ଓ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବ୍ୟ କହିଛନ୍ତି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ୭୯ କୋଟିରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ଦିଆଗଲାଣି। ପୂର୍ବରୁ ଅଗଷ୍ଟ ୩୧ରେ ଗୋଟିଏ ଦିନରେ ସର୍ବାଧିକ ୧.୩୦ କୋଟି ଡୋଜ୍‌ ଦିଆଯାଇଥିଲା। ଗୋଟିଏ ଦିନରେ ୨ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯିବା ମୋଦିଙ୍କ ନେତୃତ୍ୱାଧୀନ ନୂଆ ଭାରତର ପ୍ରତିଫଳନ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟନ୍ତ୍ରଣ ରେଖାରେ ବଢ଼ିଲା ଉତ୍ତେଜନା: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀରଠାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶନିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ ଜିଲାର ଶାହପୁର ଏବଂ କେର୍ନି...

ଡ୍ରେନ୍‌ ପାଣିରୁ ଚିହ୍ନଟ ହେବ କରୋନା ଭୂତାଣୁ, ୨୫ ସହରରେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୦।୩ : ବର୍ତ୍ତମାନ ସୁଦ୍ଧା ଦେଶରେ କେବଳ କରୋନା ଭୂତାଣୁ କେବଳ ମାନବ ନମୁନା ସଂଗ୍ରହ ଦ୍ୱାରା ଚିହ୍ନଟ ହେଉଥିଲ। କିନ୍ତୁ ଆସନ୍ତା ସପ୍ତାହରୁ ଦେଶରେ...

ଉପନିର୍ବାଚନରେ ଶିବପାଲଙ୍କୁ ପ୍ରାର୍ଥୀ କରିପାରେ ଭାଜପା

ଲକ୍ଷ୍ନୌ,୧୩।୧୦: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ମୈନପୁରୀ ଏମ୍‌ପି ମୁଲାୟମ ସିଂ ଯାଦବଙ୍କ ପରଲୋକ ପରେ ଉକ୍ତ ଆସନକୁ ବଜାୟ ରଖିବା ଏବେ ଦଳ ଅଧ୍ୟକ୍ଷ...

ମୋଦିଙ୍କ ପାଇଁ ରାହୁଲ ଟିଆରପି ସଦୃଶ: ମମତା

କୋଲକାତା,୧୯।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦି ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହୋଇ ରହନ୍ତି...

ଭୁଶୁଡିଲା ଆପାର୍ଟମେଣ୍ଟ ଛାତ

ଗୁରୁଗ୍ରାମ,୧୦।୨: ଗୁରୁଗ୍ରାମରେ ଏକ ଅଘଟଣ ଘଟିଛି। ଏଠାରେ ନିର୍ମାଣାଧୀନ ଆପାର୍ଟମେଣ୍ଟ ଛାତ ଭୁଶୁଡ଼ିବା କାରଣରୁ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏଥିସହିତ, ଅନେକ ତଳେ ଫସିଯିବାର...

ୟୁପିରେ ଗତ ୬ ବର୍ଷ ମଧ୍ୟରେ ହୋଇଛି ୧୦ ହଜାରରୁ ଅଧିକ ଏନକାଉଣ୍ଟର, ୬୩ ମୃତ, ୫୯୬୭ ଆରେଷ୍ଟ

ଲକ୍ଷ୍ନୌ,୧୭ ।୩: ଉତ୍ତର ପ୍ରଦେଶ ସରକାର ପୋଲିସ ଓ ଅପରାଧିଙ୍କ ମଧ୍ୟରେ ହୋଇଥିବା ସାମ୍ନା ସାମ୍ନିକୁ ନେଇ ଏକ ବଡ ସୂଚନା ଦେଇଛନ୍ତି । ଯୋଗି...

ଅପମାନ କଲେ ହେବ କାର୍ଯ୍ୟାନୁଷ୍ଠାନ: ରାହୁଲ ଗାନ୍ଧୀଙ୍କୁ ନେଇ ଏଭଳି କହିଲେ ରବି ଶଙ୍କର

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ...

ଆଜି କମଲନାଥଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୦।୩(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଡାକି ଅପରାହ୍ନ ୫ଟା ସୁଦ୍ଧା ଆସ୍ଥାଭୋଟ କରାଇବା ଲାଗି ସୁପ୍ରିମକୋର୍ଟ ଗୁରୁବାର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କୁ ନିର୍ଦ୍ଦେଶ...

Advertisement
Archives

Model This Week