ଟୁଇଟରରେ ଭାରତ, ଚାଇନା ଏଜେଣ୍ଟ

ଓ୍ବାଶିଂଟନ୍‌, ୧୫ା୯: ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରର ପୂର୍ବତନ ସୁରକ୍ଷା ମୁଖ୍ୟ ତଥା ହ୍ବିସିଲ୍‌ବ୍ଲୋଓର ପିଟର ମଜ୍‌ ଜାଟ୍‌କୋ ଆମେରିକା ସିନେଟ୍‌ର ନ୍ୟାୟିକ କମିଟି ଆଗରେ ଚକିତ କଲାଭଳି ତଥ୍ୟ ରଖିଛନ୍ତି। ଭାରତ ଓ ଚାଇନାର ଏଜେଣ୍ଟ ଟୁଇଟରରେ ବେତନଭୋଗୀ କର୍ମଚାରୀ ଭାବେ କାମ କରିଛନ୍ତି। ଟୁଇଟର ଜାଣିଶୁଣି କମ୍ପାନୀର ଷ୍ଟାଫ୍‌ମାନଙ୍କ ସହ ଭାରତୀୟ ଏଜେଣ୍ଟଙ୍କୁ ଲିଙ୍କ୍‌ରେ ରଖିବା ପାଇଁ ଅନୁମତି ଦେଇଛି। ଫଳରେ ଏହି ଏଜେଣ୍ଟମାନେ ସହଜରେ ସମ୍ପୃକ୍ତ ଦେଶକୁ ୟୁଜର୍ସଙ୍କ ସମ୍ବେଦନଶୀଳ ତଥ୍ୟ ଯୋଗାଉଥିଲେ ବୋଲି ଜାଟ୍‌କୋ ପ୍ରଘଟ କରିଛନ୍ତି। ଟୁଇଟର ସାଇବର ସୁରକ୍ଷା ଦୁର୍ବଳ ଏବଂ ଏହାର ୟୁଜର୍ସଙ୍କ ଗୋପନୀୟତା ବିପଦରେ ଥିବା ସେ ପ୍ରକାଶ କରିଛନ୍ତି।
ବିରୋଧରେ ଜାଟ୍‌କୋ ଆଣିଥିବା ଅନେକ ଅଭିଯୋଗର ସାକ୍ଷ୍ୟ ପ୍ରମାଣ ଦେବାକୁ ସେ ସିନେଟ କମିଟି ସମ୍ମୁଖରେ ହାଜର ହୋଇଥିଲେ।

ସିନେଟ୍‌ର ସଦସ୍ୟ ଥିବା ଆମେରିକା ଏମ୍‌ପିଙ୍କ ସମ୍ମୁଖରେ ଜାଟ୍‌କୋ କହିଛନ୍ତି, ଚାଇନା ଗୋଇନ୍ଦା ଏଜେଣ୍ଟଙ୍କ ମଧ୍ୟରୁ ଅନୂ୍ୟନ ଜଣେ ଟୁଇଟରରେ କାମ କରିଛନ୍ତି। କମ୍ପାନୀର ନେତୃତ୍ୱ ନେଉଥିବା ଅଧିକାରୀମାନେ କେବଳ ଲୋକଙ୍କୁ ନୁହେଁ ସରକାର, ଆଇନପ୍ରଣେତା, ନିୟାମକ ଏପରିକି ନିଜ ଡାଇରେକ୍ଟର ବୋର୍ଡକୁ ମଧ୍ୟ ବିଭ୍ରାନ୍ତ କରୁଛନ୍ତି। ଦୁର୍ବଳ ସାଇବର ସୁରକ୍ଷା ଯୋଗୁ ଅନେକେ ନିର୍ଯାତନାର ଶିକାର ହୋଇଛନ୍ତି କିମ୍ବା ହେବା ଆଶଙ୍କା ରହିଛି। ସେମାନଙ୍କ ପ୍ରିଭେସି(ଅନ୍ତରଙ୍ଗ ତଥ୍ୟ) ପ୍ରତି ବିପଦ ରହିଛି। ଟୁଇଟର ନେତୃତ୍ୱ ଏହାର ଇଞ୍ଜିନିୟରଙ୍କୁ ଅବହେଳା କରିଆସିଛନ୍ତି। ସେମାନେ ସୁରକ୍ଷା ଅପେକ୍ଷା କମ୍ପାନୀର ଲାଭକୁ ପ୍ରାଧାନ୍ୟ ଦିଅନ୍ତି। ଟୁଇଟରରେ କେଉଁମାନଙ୍କ ଡାଟା ରହିଛି, ତାହା କେଉଁଠାରୁ ଆସିଛି, କୁଆଡ଼େ ଯାଉଛି ସେ ବାବଦରେ ମଧ୍ୟ ଏହି ନେତୃତ୍ୱ ଟିମ୍‌ ନିକଟରେ କିଛି ଖବର ନାହିଁ। ସିକ୍ୟୁରିଟି ଲକ୍‌ ନ ରହିଲେ ବି ସେମାନଙ୍କୁ ଫରକ୍‌ ପଡ଼େନାହିଁ ବୋଲି ଜାଟ୍‌କୋ କହିଛନ୍ତି।
ଟୁଇଟର ଏକ ବିବୃତିରେ ଏ ନେଇ ସ୍ପଷ୍ଟୀକରଣ ରଖିଛି। ଏହାର ନିଯୁକ୍ତି ପ୍ରକ୍ରିୟା ସ୍ବାଧୀନ ଏବଂ ଏହା ଉପରେ ବିଦେଶୀ ପ୍ରଭାବ ନ ଥାଏ। ଡାଟା ସୁରକ୍ଷା ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି। ଏଥିରେ ବ୍ୟାକଗ୍ରାଉଣ୍ଡ ଚେକ୍‌, ଆକ୍ସେସ୍‌ କଣ୍ଟ୍ରୋଲ୍‌, ଗୁପ୍ତଚରଗିରି ଉପରେ ନଜର ରଖାଯିବା ସହ ଗ୍ରାହକଙ୍କ ଗୋପନୀୟତା ଓ ନିରାପତ୍ତାର ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି ବୋଲି କମ୍ପାନୀ କହିଛି। ଟୁଇଟର କିଣିବା ପାଇଁ ୪୪ ବିଲିୟନ ଡଲାରର ଡିଲ୍‌ କରିଥିବା ଟେସ୍‌ଲା ମାଲିକ ଏଲନ୍‌ ମସ୍କଙ୍କ କହିବା ଅନୁସାରେ, ଏହି ସୋସିଆଲ ମିଡିଆର ବାସ୍ତବ ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା କମ୍ପାନୀ ଦେଖାଉଥିବା ସଂଖ୍ୟାଠାରୁ ଢେର୍‌ କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କ ପରଲୋକ

ଓ୍ବାଶିଂଟନ, ୫।୧୨-ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗର ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ହାପି ଡେଜ୍‌’ ଏବଂ ‘ଦି...

ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ଦେଖା ଯିବେନି ସୈନ୍ୟ, ନୂତନ ଜ୍ଞାନକୌଶଳରେ ହେବ ସମ୍ଭବ…

ତେଲ ଅଭିବ୍‌,୩୦।୬: ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ସୈନ୍ୟ ଦେଖା ଯିବେନି। ଫଳରେ ସହଜରେ ଶତ୍ରୁ ସୈନ୍ୟଙ୍କ ଉପରେ ଆକ୍ରମଣ କରାଯାଇ ବିଜୟ ଲାଭ କରିହେବ। ଏଭଳି...

ପାକିସ୍ତାନରେ ୮ ଅରବ ଡଲାର ନିବେଶ କରିବ ରୁଷିଆ: ଚିନ୍ତାରେ ଭାରତ

ଇସଲାମାବାଦ,୧୨।୪: ଦୀର୍ଘ ନଅ ବର୍ଷର ବ୍ୟବଧାନ ପରେ ନିକଟରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭୋରଭ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଆସିଥିଲେ। ସେଠାରେ...

ବ୍ରାଜିଲ ବାରରେ ଗୁଳିମାଡ: ୪ ମୃତ

ରିଓ-ଡି-ଜେନେରିୟୋ,୩୦।୬: ବ୍ରଜିଲର ରିଓ-ଡି-ଜେନେରିଓରେ ଥିବା ଏକ ବାରରେ ଗୁଳିମାଡ ଫଳରେ ଅତିକମ୍‌ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ...

ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନାକଲେ ରାଷ୍ଟ୍ରପତି ବିଦ୍ୟା ଦେବୀ…

କାଠମାଣ୍ଡୁ, ୨୧।୯ : ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ସଂସଦର ଉଭୟ ଗୃହ ଦ୍ୱାରା ଏହି...

ଶହୀଦ ସେନାଙ୍କ ସମ୍ମାନରେ ୪ ଦିନ ଅର୍ଦ୍ଧନମିତ ରହିବ ଆମେରିକାର ଜାତୀୟ ପତାକା

ୱାଶିଂଟନ,୨୭ ।୮: କାବୁଲରେ ହୋଇଥିବା ବୋମା ବିସ୍ଫୋରଣରେ ୧୩ ଆମେରିକୀୟ ଯବାନ ଶହୀଦ ହେବା ପରେ ସେଠାରେ ଆମେରିକା ପୁଣିଥରେ ସକ୍ରିୟ ହୋଇ ଉଠିଛି ।...

ତାସଘର ଭଳି ଭୁଶୁଡ଼ିଲା କୋଠା

ଇସ୍ତାନବୁଲ, ୭।୨: ଗୋଟିଏ ଦିନରେ ତିନିଟି ଶକ୍ତିଶାଳୀ ଭୂକମ୍ପ ତୁର୍କୀ ଏବଂ ସିରିଆକୁ ଦୋହଲାଇ ଦେଇଛି। ଦୁଇ ଦେଶର ପାରିପାର୍ଶ୍ୱିକ ବାତାବରଣର ଚିତ୍ର ମଧ୍ୟ ବଦଳିଯାଇଛି।...

ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା କଟକଣା ଶୀଘ୍ର ଫେରାଇ ନେବାକୁ ତାଲିବାନକୁ ଆମେରିକାର ଚେତାବନୀ…

ଓ୍ବାଶିଂଟନ,୨୯।୧୨ : ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା କଟକଣା ଶୀଘ୍ର ଫେରାଇ ନେବାକୁ ତାଲିବାନକୁ ଆମେରିକା ଚେତାବନୀ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ...

Advertisement
Archives

Model This Week