Posted inଖେଳ

ଭାରତ ବୋଲିଂ ବନାମ ପାକିସ୍ତାନ ବ୍ୟାଟିଂ

ଗୌତମ ଗମ୍ଭୀର: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେବା ସ୍ବାଭାବିକ। ଚଳିତ ବିଶ୍ୱକପ୍‌ରେ ଅହମଦାବାଦରେ ଦୁଇ ଦଳ ମୁହଁାମୁହିଁ ହେବେ। ଏହାକୁ କେହି ମିସ୍‌ କରିବାକୁ ଚାହିଁବେ ନାହିଁ। ଏହି ମ୍ୟାଚ ଯେଉଁ ଦଳ ଜିତିବ ନଭେମ୍ବର ୧୯ ଫାଇନାଲକୁ ଆଉ ଏକ ପାଦ ଅଗ୍ରସର ହେବ। ଭୌଗୋଳିକ ଅବସ୍ଥିତି ଓ ରାଜନୈତିକ ଦୃଷ୍ଟିକୋଣରୁ ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ହାଇ-ପ୍ରୋଫାଇଲ ରହିଆସିଛି। ଖେଳାଳିଙ୍କ କ୍ରୀଡ଼ା ନୈପୁଣ୍ୟ ଅପେକ୍ଷା ଦୁଇ ଦେଶର ଇତିହାସ ପ୍ରତିଯୋଗିତା ପାଇଁ ଏକ ମଜଭୁତ ପୃଷ୍ଠଭୂମି ସୃଷ୍ଟି କରିଥାଏ। ମୁଁ କିନ୍ତୁ ଏସବୁ ପସନ୍ଦ କରେ ନାହିଁ। ଏହା ଏକ ଯୁଦ୍ଧ ନୁହେଁ। ଯଦି ଭାରତ ହାରିଯାଏ ତେବେ କାହାରି ମୃତ୍ୟୁ ଘଟେ ନାହିଁ। ଦୁଇ ଦଳ ମଧ୍ୟରେ ଯଦି ତୁଳନା କରାଯାଏ ତେବେ ଭାରତ ଏହି ମ୍ୟାଚ ଜିତିବା କଥା। ଯଦି ଅବା ହାରିଯାଏ ତେବେ କିଛି ଅସିଦ୍ଧ ହୋଇଯିବ ନାହିଁ। ପାକିସ୍ତାନ କ୍ଷେତ୍ରରେ ମଧ୍ୟ ସେୟା। ୨୦୦୫-୦୬ର ଜଣେ ପାକିସ୍ତାନ ଖେଳାଳି ଥରେ ମୋତେ କହିଥିଲେ, ସେ ଜଣେ ଝିଅ ସହ ଡେଟିଂରେ ଥିଲେ। କିନ୍ତୁ ଝିଅର ପରିବାର ଦୁହିଁଙ୍କ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଭାରତ ବିପକ୍ଷ ଏକ ସିରିଜରେ ଭଲ ପ୍ରଦର୍ଶନ କରିବାରୁ ସେମାନେ ମତ ପରିବର୍ତ୍ତନ କରିଥିଲେ। ଫଳତଃ ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିପାରିଥିଲେ। ପାକିସ୍ତାନ ଏପରି ଏକ ଦଳ ଏହାକୁ ନେଇ ପୂର୍ବାନୁମାନ କରିହେବ ନାହିଁ। ଏହାର ରଣନୀତି ଅଣପାରମ୍ପରିକ। ସେଥିପାଇଁ ସେମାନଙ୍କ ମ୍ୟାଚରେ ରୋମାଞ୍ଚ ଆଶା କରାଯାଇଥାଏ। ଭାରତ ତୁଳନାତ୍ମକ ଭାବେ ବ୍ୟବସ୍ଥିତଭିତ୍ତିକ ଦଳ। ଏହି ଦଳରେ ଶୁବମନ ଗିଲ୍‌, ଇଶାନ କିଶନ, କୁଲ୍‌ଦୀପ ଯାଦବଙ୍କ ଭଳି ପ୍ରତିଭାସମ୍ପନ୍ନ ଖେଳାଳି ଅଛନ୍ତି। ପାକିସ୍ତାନ ତୁଳନାରେ ଆମ ଦଳ ଅଧିକ ସନ୍ତୁଳିତ । ସେମାନଙ୍କ ସ୍ପିନ୍‌ ବିଭାଗ କିନ୍ତୁ ଶକ୍ତିଶାଳୀ ମନେହୁଏ। ପାକିସ୍ତାନରେ ଏକଦା ଅବଦୁଲ କାଦିର ଓ ସାକ୍‌ଲେନ ମୁସ୍ତାକଙ୍କ ଭଳି ପ୍ରତିଭାସମ୍ପନ୍ନ ସ୍ପିନର ଥିଲେ। ସେଭଳି ଖେଳାଳି ଆଉ ଦେଖିବାକୁ ମିଳୁନାହାନ୍ତି। ସମ୍ଭବତଃ ସ୍ପିନ ଶିକ୍ଷାର ଅଭାବ ରହିଛି। ସଦାବ ଖାନ୍‌, ମହମ୍ମଦ ନଓ୍ବାଜ ଓ ଇଫ୍‌ତିକର ଅହମଦଙ୍କୁ ନେଇ ସ୍ପିନ୍‌ ବିଭାଗ ଭାରତ ଭଳି ଦଳକୁ ଆଉଟ କରିଦେବ ଏକଥା ମନେକରିବା ବୋକାମି ହେବ। ସେ ତୁଳନାରେ ଆମର ଅଶ୍ୱିନ, ଜାଡେଜା ଓ କୁଲଦୀପ ଜଣେ ଜଣେ ମ୍ୟାଚ ବିଜୟୀ ଖେଳାଳି। ଏପରିକି ଭାରତର ପେସ ବାହିନୀରେ କେତେଜଣ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ପାକିସ୍ତାନ କେବଳ ଶାହିନ ଶାହା ଆଫ୍ରିଦିଙ୍କ ପ୍ରଦର୍ଶନ ଉପରେ ନିର୍ଭରଶୀଳ। ପରିଶେଷରେ ଅହମଦାବାଦରେ ୧,୩୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ବୋଲିଂ ଏବଂ ପାକିସ୍ତାନର ବ୍ୟାଟରମାନେ କିପରି ଦୃଢମାନସିକାତର ସହ ତାହାର ମୁକାବିଲା କରୁଛନ୍ତି, ତାହା ଲକ୍ଷ୍ୟ କରିବାର କଥା।
(ଗେମ୍‌ପ୍ଳାନ୍‌/ଦୀନେଶ
ଚୋପ୍ରା ମିଡିଆ)


Enter your email to get our daily news in your inbox.

All Right Reserved By Dharitri.Com

୧୩ ଲକ୍ଷ ଫଲୋଅର୍ସ ଥିବା TikTok ଷ୍ଟାରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ଇସଲାମାବାଦ,୧୭।୮: ପାକିସ୍ତାନର ଜଣେ ଲୋକପ୍ରିୟ ଟିକଟକ ଷ୍ଟାର ଶାମସୁ ବିବି (ଉରଫ ଆୟେଶା ଗିଲାମାନା)ଙ୍କୁ ତକ୍ଷଶିଳାରେ ଅଜ୍ଞାତ ବନ୍ଧୁକଧାରୀ ମୋଟରସାଇକେଲରେ ଆସି ଗୁଳି କରି ହତ୍ୟା କରିଛନ୍ତି।…

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri