Posted inଜାତୀୟ

ବିରୋଧୀଙ୍କ ୫ ରଣନୀତି: BJPକୁ ୨୦୨୯ ପର୍ଯ୍ୟନ୍ତ ଚାପରେ ରଖିବାକୁ ରଚୁଛନ୍ତି ଚକ୍ରବ୍ୟୂହ! ପରଦା ପଛରେ ଚାଲିଛି…

ନୂଆଦିଲ୍ଲୀ, ୨୭।୭: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ NEET ପ୍ରଶ୍ନପତ୍ର ଲିକ୍‌-୨୦୨୬ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜନୈତିକ ଭାବେ ଘେରିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି। ଜନ୍ତର-ମନ୍ତରରେ ପ୍ରଦର୍ଶନ ଏବଂ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରଙ୍କ ମନୋବଳ ଉପରେ ପ୍ରଭାବ ପଡ଼ିଥିବା କଥା କୁହାଯାଉଛି। ସଂସଦରେ ମଧ୍ୟ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଲଗାତାର ଘେରୁଛନ୍ତି।

ତେବେ, ଏହି ଘଟଣାକୁ ନେଇ କିଛି ରାଜନୈତିକ ବିଶ୍ଳେଷଣରେ ଦାବି କରାଯାଉଛି ଯେ, ଏହା ପଛରେ ଆହୁରି ବଡ଼ ରାଜନୈତିକ ରଣନୀତି ରହିପାରେ। ସେହି ମତାନୁସାରେ, ୨୦୨୭ର ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୨୦୨୯ର ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ରାଜନୈତିକ କୌଶଳ ଆପଣାଯାଉଛି, ଯାହାଦ୍ୱାରା ଭାଜପା ଏହି ପ୍ରସଙ୍ଗଗୁଡ଼ିକରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟସ୍ତ ରହୁ କିମ୍ବା ଚାପରେ ରହୁ।

NEET ପ୍ରଶ୍ନପତ୍ର ଲିକ୍‌-୨୦୨୬ ବିରୋଧରେ କକରୋଚ ଜନତା ପାର୍ଟି (CJP)ର ଆନ୍ଦୋଳନ ବିରୋଧୀ ଦଳମାନଙ୍କୁ ବଡ଼ ରାଜନୈତିକ ଶକ୍ତି ଯୋଗାଇଥିବା କୁହାଯାଉଛି। ବାସ୍ତବରେ, ଏହା ପୂର୍ବରୁ ସରକାର ବିରୋଧରେ ବିରୋଧୀ ଦଳମାନେ ଯେଉଁ ପ୍ରଦର୍ଶନ କିମ୍ବା ଆନ୍ଦୋଳନ କରୁଥିଲେ, ତାହା ସାଧାରଣ ସେତେଟା ପ୍ରଭାବ ପକାଇପାରୁ ନଥିଲା। କିନ୍ତୁ ଏହି ଆନ୍ଦୋଳନରେ ବିପୁଳ ସଂଖ୍ୟାରେ ଜେନ-ଜି (Gen Z) ଯୁବପିଢ଼ି ସାମିଲ ହୋଇଥିଲେ। ଏପରିକି ଆନ୍ଦୋଳନ ଆରମ୍ଭ ହେବାର କିଛି ଦିନ ପରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟ ଏହି ପ୍ରସଙ୍ଗକୁ ରାଜନୈତିକ ଭାବେ ଉଠାଇବାର ସୁଯୋଗକୁ ହାତଛଡ଼ା କରିନଥିଲେ।

ଏକପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପ୍ରଦର୍ଶନକାରୀଙ୍କ ସହ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାହାରେ ପହଞ୍ଚିଥିଲେ। ସେହିପରି ମମତା ବାନାର୍ଜୀ ମଧ୍ୟ ପୂର୍ବରୁ ଭାଜପାକୁ ଟକ୍କର ଦେବା ପାଇଁ ଇଣ୍ଡିଆ ବ୍ଲକ୍‌ର ସମସ୍ତ ଦଳ ଏକଜୁଟ୍‌ ରହିବାକୁ ବାରମ୍ବାର ଆହୱାନ କରିଆସୁଛନ୍ତି।

ବିରୋଧୀଙ୍କ ୫ଟି ପ୍ରମୁଖ ରଣନୀତି କ’ଣ? ଜାଣନ୍ତୁ…

୧. ବେରୋଜଗାରୀ, ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଘେରିବା-
ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ଦେଶରେ ବଢ଼ୁଥିବା ବେରୋଜଗାରୀ, ପ୍ରଶ୍ନପତ୍ର ଲିକ ଓ ନିଯୁକ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଲଗାତାର ଚାପରେ ରଖିବା ଏବଂ ଏହି ଦାବିକୁ ନେଇ ଆକ୍ରମଣ ଜାରି ରଖିବା ବିରୋଧୀଙ୍କ ପ୍ରମୁଖ ରଣନୀତି ବୋଲି କୁହାଯାଉଛି। ଏହି ସବୁ ପ୍ରସଙ୍ଗ ସିଧାସଳଖ ଭାବେ ଯୁବବର୍ଗ ସହ ଜଡ଼ିତ ଥିବାରୁ, ନିକଟରେ ହୋଇଥିବା ଯୁବ ଆନ୍ଦୋଳନ ବିରୋଧୀଙ୍କୁ ରାଜନୈତିକ ଭାବେ ଲାଭ ଦେଇଥିବା ଦାବି କରାଯାଉଛି।

୨. ବୈଦେଶିକ ନୀତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିବା- ବିରୋଧୀ ଦଳ ଲଗାତାର ମୋଦି ସରକାରଙ୍କ ବୈଦେଶିକ ନୀତିକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଦଳ ଚାଇନା ଏବଂ ବାଂଲାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଘେରିଛନ୍ତି। ରାହୁଲ ଗାନ୍ଧୀ ଅନେକ ଥର ଅରୁଣାଚଳ ପ୍ରଦେଶରେ ଭାରତୀୟ ଜମି ଉପରେ ଚାଇନା ଦଖଲ କରିଥିବା ଦାବି ମଧ୍ୟ କରିଛନ୍ତି।

୩. କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠାଇବା-
କେନ୍ଦ୍ର ସରକାରଙ୍କ ବିଭିନ୍ନ ବୃହତ୍‌ ପ୍ରକଳ୍ପକୁ ନେଇ ମଧ୍ୟ ବିରୋଧୀ ଦଳ ଲଗାତାର ପ୍ରଶ୍ନ ଉଠାଉଛନ୍ତି। ନିକଟରେ ଗ୍ରେଟ୍‌ ନିକୋବାର ପ୍ରକଳ୍ପକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଜୟରାମ ରମେଶ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ।

୪. ପେଟ୍ରୋଲ-ଡିଜେଲ ଦରବୃଦ୍ଧିକୁ ପ୍ରସଙ୍ଗ କରିବା-
ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ମଧ୍ୟ ବିରୋଧୀ ଦଳ ଲଗାତାର କେନ୍ଦ୍ର ସରକାରଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛନ୍ତି। ଏହି ପ୍ରସଙ୍ଗ ସାଧାରଣ ଲୋକ ଓ ଦୈନନ୍ଦିନ ମହଙ୍ଗା ଜୀବନ ସହ ଜଡ଼ିତ ଥିବାରୁ ଏହା ଜନସାଧାରଣଙ୍କ ମଧ୍ୟରେ ଅଧିକ ପ୍ରଭାବ ପକାଇଥାଏ।

୫. E-20 ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ପ୍ରଶ୍ନ

କେନ୍ଦ୍ର ସରକାର E-20 ଇଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାରକୁ ପ୍ରୋତ୍ସାହନ ଦେଉଥିବା ବେଳେ, ଏହାକୁ ନେଇ ଇଞ୍ଜିନ ଖରାପ ହେବା ଏବଂ ଗାଡ଼ିର ମାଇଲେଜ କମିଯିବା ଭଳି ବିଭିନ୍ନ ଦାବି ସାମ୍ନାକୁ ଆସିଛି। ଏହି ଦାବିଗୁଡ଼ିକୁ ନେଇ ସରକାରଙ୍କୁ ବାରମ୍ବାର ସ୍ପଷ୍ଟୀକରଣ ଦେବାକୁ ପଡ଼ୁଛି। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ମଧ୍ୟ ଏକ ପ୍ରମୁଖ ରାଜନୈତିକ ଦାବି ଭାବେ ଉଠାଉଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?