Posted inଖେଳ

ଆଜି ଭାରତ-ବାଂଲାଦେଶ ଓ୍ବାର୍ମଅପ୍‌

ନ୍ୟୁୟର୍କ, ୧।୬: ଟି୨୦ କ୍ରିକେଟ ବିଶ୍ୱକପ୍‌ ଆସନ୍ତା ୨ ତାରିଖରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ଟୁର୍ନାମେଣ୍ଟ ପୂର୍ବରୁ ଭାରତ ଏହାର ଓ୍ବାର୍ମଅପ୍‌ ମ୍ୟାଚ ଶନିବାର ବାଂଲାଦେଶ ବିପକ୍ଷରେ ଖେଳିବ।

ନ୍ୟୁୟର୍କ ଷ୍ଟାଡିୟମର ପିଚ୍‌ ଏବଂ ଦ୍ୱିତୀୟ ପେସ୍‌ ବୋଲିଂ ବିକଳ୍ପ ପରୀକ୍ଷା କରିବା ଲାଗି ଭାରତ ନିକଟରୁ ଭଲ ସୁଯୋଗ ରହିଛି। ଦ୍ୱିତୀୟ ପେସ୍‌ ବିକଳ୍ପ ଭାବେ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଭାରତୀୟ ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ପକ୍ଷରୁ ନିୟମିତ ଭାବେ ପ୍ଲେଇଂ ଏକାଦଶରେ ସାମିଲ ହୋଇଥିଲେ। ତେଣୁ ଏଠାରେ ଏକତ୍ରିତ ହୋଇ ଟିମ୍‌ ଯଦିଓ ଗେମ୍‌ ଟାଇମ୍‌ ପାଇଁ ପ୍ରସ୍ତୁତ ହୋଇନାହିଁ ତେବେ ଉପଯୁକ୍ତ ସନ୍ତୁଳନ ରକ୍ଷା ହିଁ ମୁଖ୍ୟ ଲକ୍ଷ୍ୟ ରହିବ। ୧୩ ବର୍ଷ ହେଲା ଭାରତ କୌଣସି ଆଇସିସି ଟ୍ରଫି ଜିତି ପାରିନାହିଁ। ଏଥର ସେହି ଶୂନ୍ୟତା ଭରିବା ଆଶାରେ ରହିବ ଟିମ୍‌ ଇଣ୍ଡିଆ। ବିଳମ୍ବରେ ପହଞ୍ଚି ଥିବାରୁ ବିରାଟ କୋହଲି ଓ୍ବାର୍ମଅପ୍‌ ଗେମ୍‌ ଖେଳିବା ସମ୍ଭାବନା ମଧ୍ୟ କମ୍‌ ରହିଛି। ତେବେ ଅନ୍ୟ ୧୪ ଖେଳାଳି ମ୍ୟାଚ ପାଇଁ ପ୍ରସ୍ତୁତ। ଏହି ମ୍ୟାଚକୁ ଅଫିସିଆଲ ଷ୍ଟାଟସ ଦିଆଯାଇନାହିଁ। ପ୍ରତି ଖେଳାଳିଙ୍କ ରିଦିମ୍‌ ପରୀକ୍ଷା କରିବାକୁ ମଧ୍ୟ ଏହି ମ୍ୟାଚ ଭଲ ସୁଯୋଗ ଦେବ।

ଅଧିନାୟକ ରୋହିତ ଶର୍ମା ଏବଂ ବିଦାୟ ନେବାକୁ ଯାଉଥିବା କୋଚ୍‌ ରାହୁଲ ଡ୍ରାଭିଡଙ୍କ ପାଇଁ ଅତି କମ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ସେଥିରୁ ଗୋଟିଏ ହେଲା ଯଶସ୍ବୀ ଜୟସ୍ବାଲ ଓ ଶିବମ୍‌ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ବାଛିବା। ଜୟସ୍ବାଲ ଭଲ ଫର୍ମରେ ଥିଲେ ହେଁ ତାଙ୍କୁ ସାମିଲ କରାଗଲେ ଦୁବେଙ୍କ ପରି ହାର୍ଡ ହିଟରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାରେ ରଖିବାକୁ ପଡ଼ିବ। ଜୟସ୍ବାଲ ବାହାରେ ରହିଲେ ରୋହିତଙ୍କ ସହ ବିରାଟ କୋହଲି ଇନିଂସ ଓପନ କରିିବେ ଏବଂ ଦୁବେ ମିଡିଲ ଅର୍ଡରରେ ସାମିଲ ହୋଇପାରିବେ। ଏପରି କେତେକ ନିଷ୍ପତ୍ତିକୁ ଚୂଡ଼ାନ୍ତ ରୂପ ଦେବାକୁ ହେବ।

ବାଂଲାଦେଶକୁ ସାମ୍ନା କରିବା ଭାରତ ପାଇଁ ସହଜ ହେବନାହିଁ। ବିଶେଷ କରି ମିଡିଲ ଅର୍ଡରକୁ ଶକିବ-ଅଲ୍‌-ହାସନ ଓ ମହେଦି ହାସନଙ୍କୁ ମୁକାବିଲା କରିବା ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ଏହା ବ୍ୟତୀତ କଟର ମାଷ୍ଟର ମୁସ୍ତାଫିଜୁର ରହମନ ମଧ୍ୟ ପ୍ରଭାବୀ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri