Posted inଖେଳ

୧୭ ବର୍ଷ ପରେ ଏକାଠି ଖେଳିବେ ଭାରତ ଏବଂ ପାକିସ୍ତାନ ଖେଳାଳି! ବିରାଟ-ବାବର ଯୋଡି କରିବେ ଧମାଲ୍‌

ନୂଆଦିୀ,୬।୧୧: କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଆଫ୍ରୋ-ଏସିଆ କପ ପୁଣି ଆରମ୍ଭ ହେବାକୁ ଯାଉଛି। ଆଫ୍ରିକୀୟ କ୍ରିକେଟ ଆସୋସିଏସନ (ଏସିଏ) ବାର୍ଷିକ ବୈଠକରେ ୬ ଜଣିଆ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରାଯାଇଥିଲା, ଯାହା ଏସୀୟ ଏବଂ ଆଫ୍ରିକୀୟ କ୍ରିକେଟରଙ୍କୁ ଅଧିକ ସୁଯୋଗ ପ୍ରଦାନ ଦିଗରେ ପଦକ୍ଷେପ ନେବ। ଏହି କମିଟି ଅନ୍ୟ ଦେଶର କ୍ରିକେଟ ଆସୋସିଏସନ ସହିତ ଯୋଗାଯୋଗ କରି ବିଭିନ୍ନ ମହାଦେଶ ମଧ୍ୟରେ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଦାବି କରିବ। ଆଫ୍ରୋ-ଏସିଆ କପ ମଧ୍ୟ ସେଥି ମଧ୍ୟରୁ ଗୋଟିଏ ହୋଇପାରେ।

ଆଫ୍ରୋ-ଏସିଆ କପରେ ଏସିଆ ଏକାଦଶ ଏବଂ ଆଫ୍ରିକା ଏକାଦଶ ଦଳ ମୁହାଁମୁହିଁ ହୋଇଥାନ୍ତି। ଏହି ଟୁର୍ନାମେଣ୍ଟ ପ୍ରଥମେ ୨୦୦୫ରେ ଖେଳାଯାଇଥିଲା, ଯାହା ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ହୋଇଥିଲାବେଳେ ୨୦୦୭ରେ ଏହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ଏହାର ତୃତୀୟ ସଂସ୍କରଣ ୨୦୦୯ରେ କେନିଆରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଆଫ୍ରୋ-ଏସିଆ କପ ସେହି ବର୍ଷ ଖେଳାଯାଇ ପାରିଲା ନାହ। ଏହି ଟୁର୍ନାମେଣ୍ଟ ମଧ୍ୟ ସ୍ବତନ୍ତ୍ର ହୋଇପାରେ କାରଣ ଏଥିରେ ଭାରତୀୟ ଏବଂ ପାକିସ୍ତାନୀ ଖେଳାଳିମାନେ ଏକାଠି ଖେଳୁଥିବା ଦେଖିବାକୁ ମିଳିବ, ଯେଉଁମାନଙ୍କ ମଧ୍ୟରେ ଗତ ଦେଢ ଦଶନ୍ଧି ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇ ନାହିଁ।
ଏସିଏର ମଧ୍ୟବର୍ତ୍ତୀକାଳୀନ ଚେୟାରମ୍ୟାନ ଟାଭେଙ୍ଗା ମୁକୁଲାନି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କ୍ରିକେଟ କ୍ଷେତ୍ରରେ ଅଧିକ ସୁଯୋଗ ଦେବା ବ୍ୟତୀତ ଆଫ୍ରୋ-ଏସିଆ କପ ଉଭୟ ପକ୍ଷ ପାଇଁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ। ଆମେ ଏସିଆ କ୍ରିକେଟ ପରିଷଦର ଅଧିକାରୀଙ୍କ ସହ କଥା ହୋଇଛୁ ଏବଂ ଆଫ୍ରିକୀୟ କ୍ରିକେଟ ଆସୋସିଏସନ ସହିତ ମଧ୍ୟ ଯୋଗାଯୋଗ କରିଛୁ। ସେମାନେ ସମସ୍ତେ ଆଫ୍ରୋ-ଏସିଆ କପ ପୁନଃଆରମ୍ଭ କରିବାକୁ ସପକ୍ଷରେ ଅଛନ୍ତି।

୨୦୦୫ରେ ଅନୁଷ୍ଠିତ ତିନି ମ୍ୟାଚ ସିରିଜ ୧-୧ ଡ୍ରରେ ଶେଷ ହୋଇଥିଲା। ସେତେବେଳେ ବୀରେନ୍ଦ୍ର ସେହଓ୍ବାଗ୍‌, ସହିଦ ଆଫ୍ରିଦି ଏବଂ ସନଥ ଜୟସୁରିଆ ଏକାଠି ଖେଳୁଥିବା ଦେଖିବାକୁ ମିଳିଥିଲା। ୨୦୦୭ରେ, ଏସିଆ ଏକାଦଶ ଆଫ୍ରିକା ଏକାଦଶକୁ ୩-୦ରେ ପରାସ୍ତ କରିଥିଲା। ଏଥର ଶୋଏବ ଅଖତର, ଏମଏସ ଧୋନୀ, ଜହିର ଖାନ ଏବଂ ମହମ୍ମଦ ଆସିଫଙ୍କ ପରି କିମ୍ବଦନ୍ତୀ ଏହି ଏହି ଟୁର୍ନାମେଣ୍ଟ ଖୋଳିଥିଲେ। ଏଥର ଏହି ଟୁର୍ନାମେଣ୍ଟ ବିରାଟ କୋହଲି ଏବଂ ପାକିସ୍ତାନର ବାବର ଆଜମଙ୍କ ଜଲଓ୍ବା ଦେଖିବାକୁ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା: ଖସାଇଲା ଡ୍ରୋନ୍‌

ଓ୍ବାଶିଂଟନ୍‌,୨୮।୫: ଆମେରିକୀୟ ସେନା ପୁଣି ଥରେ ଇରାନରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ରାତାରାତି ଆକ୍ରମଣ ସେହି ସାମରିକ ଘାଟିଗୁଡ଼ିକୁ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri