Posted inଖେଳ

ଭୁବନେଶ୍ୱର କୁମାରଙ୍କ ଚମତ୍କାର ବୋଲିଂ: ପାକିସ୍ତାନ ୧୪୭ ରନ୍‌ରେ ଅଲଆଉଟ୍‌

ଦୁବାଇ,୨୮।୮: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ପାକିସ୍ତାନ। ଭାରତୀୟ ବେଲରଙ୍କ ପ୍ରଭାବୀ ବୋଲିଂ ଯୋଗୁ ପାକିସ୍ତାନ ୧୯.୫ ଓଭରରେ ୧୪୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ଓପନର୍‌ ମହମ୍ମଦ ରିଜଓ୍ବାନ୍‌ ସର୍ବାଧିକ ୪୩ ରନ୍‌ର ଇନିଂସ ଖେଳିଥିବାବେଳେ ଇଫତିକର୍‌ ଅହମ୍ମଦ ୨୮, ଅଧିନାୟକ ବାବର ଆଜମ ୧୦, ଫଖର ଜମାନ ୧୦, ସଦ୍ଦାବ ୧୦ ରନ୍‌ ସ୍କୋର କରିଥିଲେ। ରିଜଓ୍ବାନ ଏବଂ ଇଫ୍‌ତିକରଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ପଡ଼ିଆରେ ବେଶୀ ସମୟ ତିଷ୍ଠି ପାରି ନ ଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଚମତ୍କାର ବୋଲିଂ କରି ସର୍ବାଧିକ ୪ଟି ଉଇକେଟ୍‌ ନେଇଥିଲେ। ସେହିପରି ଦାର୍ଦ୍ଦିକ ପାଣ୍ଡ୍ୟା ୩, ଅର୍ଶଦୀପ ସିଂ ୨, ଆଭେଶ ଖାନ ଗୋଟିଏ ଉଇକେଟ୍‌ ନେଇଥିଲେ।
ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ରିଷଭ ପନ୍ତ, ଆର୍‌ ଅଶ୍ୱିନ, ରବି ବିଷ୍ଣୋଇ ଏବଂ ଦୀପକ ହୁଡା ଖେଳୁଥିବା ଏକାଦଶରେ ସ୍ଥାନ ପାଇ ନାହାଁନ୍ତି।
ଏସିଆ କପରେ ଦୁଇ ଦଳ ମଧ୍ୟରେ ଏହା ୧୫ତମ ମ୍ୟାଚ ହେବ। ପୂର୍ବ ୧୪ଟି ମ୍ୟାଚରେ ଆଠଟି ମ୍ୟାଚ ଭାରତ ଏବଂ ପାଞ୍ଚଟି ପାକିସ୍ତାନ ଜିତିଛି। ବର୍ଷା ହେତୁ ଗୋଟିଏ ମ୍ୟାଚ ଧୋଇ ଯାଇଥିଲା। ୨୦୧୨ରେ ଏହି ଟୁର୍ନାମେଣ୍ଟରେ ଭାରତ ଶେଷ ଥର ପାଇଁ ପାକିସ୍ତାନକୁ ହରାଇଥିଲା।
ଏହାପୂର୍ବରୁ, ଟି-୨୦ ବିଶ୍ୱକପ ୨୦୨୧ରେ ଉଭୟ ଦଳ ଶେଷଥର ପାଇଁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏକାଠି ହୋଇଥିଲେ। ସେହି ମ୍ୟାଚରେ ପାକିସ୍ତାନ ଦଳ ଜିତିଥିଲା। ଏଭଳି ପରିସ୍ଥିତିରେ ଭାରତକୁ ସେହି ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୁଡାଙ୍କ ଛକାରେ ପୋଲିସକର୍ମୀ ଆହତ

କୋଲକତା,୨୬।୫: ଆଇପିଏଲ ୨୦୨୨ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ୧୪ ରନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ପରାସ୍ତ ହୋଇ ଚଳିତ...

ମୁଁ କୋହଲିଙ୍କ ସହ ବ୍ୟାଟିଂ କରିପାରିବି ନାହିଁ; କାହିଁକି ଏମିତି କହିଲେ ମାକ୍ସଓ୍ବେଲ୍‌

ପୁଣେ,୬।୫:ଆଇପିଏଲ ୨୦୨୨ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମାକ୍ସଓ୍ବେଲ୍‌ ରନଆଉଟ୍‌ ହୋଇଥିଲେ। ଏହି ସମୟରେ...

ତ୍ରିପୁରାକୁ ୫୪-୦ରେ ହରାଇଲା ଦିଲ୍ଲୀ

ଭୁବନେଶ୍ୱର, ୨୨ା୫(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ହକି ଇଣ୍ଡିଆ ଜାତୀୟ ପୁରୁଷ ସବ୍‌ ଜୁନିୟର ଚାମ୍ପିୟନଶିପ୍‌ ୨୦୨୩ରେ ରବିବାର ଖେଳାଯାଇଥିବା...

ପ୍ରଶଂସକଙ୍କ ପାଇଁ ଖୁସି ଖବର: ଦଳକୁ ଖୁବ୍‌ଶୀଘ୍ର ଫେରିବେ ରାହୁଲ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଦଳକୁ ଖବଶୀଘ୍ର ଫେରିବାକୁ ପ୍ରସ୍ତୁତ...

ଟୁର୍‌ ଡି’ ଫ୍ରାନ୍ସରେ ମାଟେଜଙ୍କ ପ୍ରଥମ ବିଜୟ

ପ୍ୟାରିସ, ୩ା୭: ଟୁର୍‌ ଡି’ ଫ୍ରାନ୍ସର ସାଇକେଲ ରେସ୍‌ର ୭ମ ଷ୍ଟେଜ୍‌ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭିର୍ଜନଠାରୁ ଲି’ କ୍ରେସଟ ୨୪୯.୧ କିଲୋମିଟର ଦୂରତା ବିଶିଷ୍ଟ...

ପ୍ରଥମଥର ଏସିଆ କପ୍‌ ଖେଳିବ ନେପାଳ: ଘୋଷଣା କଲା ଦଳ

କାଠମାଣ୍ଡୁ,୧୫।୮: ପାକିସ୍ତାନ ଏବଂ ବାଂଲାଦେଶ ପରେ ନେପାଳ ମଧ୍ୟ ଏସିଆ କପ ୨୦୨୩ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ପ୍ରଥମ ଥର ପାଇଁ...

ରାଗିଗଲେ କୋହଲି, ପିଟିଲେ ବ୍ୟାଟ୍‌: ଦେଖନ୍ତୁ ଭିଡିଓ

ମୁମ୍ବାଇ,୩।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳକୁ ଫେରିଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟରେ ଶୂନ ରେ ଆଉଟ୍‌ ହୋଇଥିଲେ। ତାଙ୍କୁ ଏଜାଜ...

‘ସେ ଟଙ୍କା ନୁହେଁ, ଖେଳିବାକୁ ଚାହାନ୍ତି’

ମୁମ୍ବାଇ,୨୮।୧: ଦୀପକ ହୁଡା ଟଙ୍କା ନୁହେଁ, କ୍ରିକେଟ ଖେଳିବାକୁ ଭଲ ପାଆନ୍ତି। ଯେମିତି ଚକୋଲେଟ୍‌ ପ୍ରତି ଲୋକଙ୍କ ଭଲ ପାଇବା ଥାଏ, ଠିକ୍‌ ସେମିତି ସେ...

Advertisement
Archives

Model This Week